Home କେନ୍ଦୁଝର ଲୋପ ପାଉଛି ତାଳଗଛ

ଲୋପ ପାଉଛି ତାଳଗଛ

227

ଘଟଗାଁ ,୧୪/୦୩(ଓଡିଆପୁଅ/ଭବାନୀ ପ୍ରସାଦ)-ଲୋପ ପାଉଛି ତାଳଗଛ ସହର ତ ଦୂରର କଥା ଗାଁ ଗହଳିରେ ମଧ୍ୟ ଦିସୁନାହିଁ ଏହି ଗଛ । ଆଗରେ ଗାଁ ଗହଳିରେ ତାଳଗଛ ବହୁ ସଂଖ୍ୟାରେ ଦେଖିବାକୁ ମିଳୁଥିଲା । ଏପରିକି ଧାନବିଲ କଡରେ ,ପୋଖରୀ ହୁଡା ଓ ଖୋଲା ସ୍ଥାନରେ ଅନେକ ତାଳଗଛ ଥିଲା ଯାହାକୁ ତାଳଦଣ୍ଡା କୁହାଯାଉଥିଲା । ଗାଁରେ ତାଳଗଛ ଥିଲେ ଗାଁର ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରିଥାଏ । ଏହାର ଫଳକୁ ଖରାଦିନେ ଯେପରି ପଇଡ ଭଳି ବ୍ୟବହାର କରାଯାଏ,ସେମିତି ସୁଖିଲା ତାଳ ଖୋଳପାକୁ ଜାଳେଣୀ ଓ ପତ୍ରକୁ ଭୋଗେଇ ବା ଡାଲା ଭାବେ ମଧ୍ୟ ବ୍ୟବହାର କରାଯାଏ । ଗାଁ ର ସବୁଠୁ ଲମ୍ବା ଗଛ ଥିଲା ତାଳଗଛ । ତାଳଗଛ ବିଦ୍ୟୁତ ସଂଚାଳନ କରିଥାଏ ଓ ବର୍ଷାଦିନେ ବିଜୁଳି ମାରିଲେ ଏହା ନିଜ ଆଡକୁ ଆକର୍ଶିତ କରେ ବୋଲି ବିଜ୍ଞାନ କୁହେ । କିନ୍ତୁ ଧିରେ ଧିରେ ତାଳଗଛ ତଥା ବିଭିନ୍ନ ପୁରାତନ ଗଛ ଗୁଡିକ ଲୋପ ପାଉଥିବାରୁ ବିଜୁଳି ସିଧାସଳଖ ମାଟି ସଂଷ୍ପର୍ଷରେ ଆସୁଛି । ଏହି ସମସୟରେ ଘର ବାହାରେ ଥିବା ଲୋକେ ଏହାର ଶିକାର ହୋଇଥାନ୍ତି । ଏକ ରିପୋଟ ଅନୁଯାଇ ଗଲା ୮ବର୍ଷ ମଧ୍ୟରେ ରାଜ୍ୟରେ ୨,୬୫୫ ଜଣ ବଜ୍ରପାତରେ ଜୀବନ ଯାଇଛି । ଏହି ମୃତ୍ୟୁହାର ଗ୍ରାମଚଂଳରେ ସର୍ବାଧିକ ହୋଇଥିବାରୁ ଏହା ପଛରେ ତାଳଗଛ ଲୋପ ପାଇବା ଏକ ବଡ କାରଣ ବୋଲି କୁହାଯାଉଛି । ଅଧିକରୁ ଅଧିକ ତାଳଗଛ ଶୃଷ୍ଟି ବଜ୍ରପାତକୁ ରୋକିବାରେ ସହାୟକ ହେବ ବୋଲି କୁହାଯାଉଛି । ତେବେ ଯେ କେବଳ ତାଳଗଛ ନୁହଁ ଦିନକୁ ଦିନ ଆନେକ ଗଛ ଲୋପ ପାଇବା ସହ ଜଙ୍ଗଲ ଗୁଡିକ ଲୋପ ପାଇବାକୁ ବସିଲାଣି ଯାହା ଫଳରେ ଅନେକ ପ୍ରାକୃତିକ ବିପଦକୁ ମଣିଷକୁ ସାମ୍ନା କରିବାକୁ ପଡୁଛି । ଏହାକୁ କିପରି ରୋକାଯାଇ ପାରିବ ସେଥିପାଇଁ ସରକାରୀ ସ୍ତରରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.