ଜିଲ୍ଲା ପରିକ୍ରମା

ଲୋକ ନୃତ୍ୟରେ ଝୁମିଲେ ଦର୍ଶକ: ଶରଧାବାଲି ଚଳଚଞ୍ଚଳ

ପୁରୀ:୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଷୋଡଶ ଲୋକମେଳାର ଚତୁର୍ଥ ସନ୍ଧ୍ୟାରେ ଲୋକ ନୃତ୍ୟରେ ଝୁମିଛନ୍ତି ଦର୍ଶକ। ଚତୁର୍ଥ ସନ୍ଧ୍ୟାରେ ପୁରୀ ଓକିଲ ସଂଘ ସଭାପତି ପ୍ରେମାନନ୍ଦ ମହାନ୍ତି, ବିଭୂତି ଶଙ୍କର ତ୍ରିପାଠୀ, ଭଗବାନ ସୁଆର, ରବି ନାରାୟଣ ଦାସ, କ୍ଷେତ୍ରମୋହନ ସାହୁ, ଚିଦାନନ୍ଦ ରାୟଙ୍କ ସମେତ ସୁନୀଲ ରଥ, ଶ୍ରୀନିବାସ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଅତିଥିଙ୍କ ସମେତ ଗୁଜୁରାଟ ନୃତ୍ୟକଳା ଅନୁଷ୍ଠାନର ଅମିଶା ବାରୋଟି, ଭଗିନୀ ସେବା ଫାଉଣ୍ଡେସନର ବିନ୍ଦୁଦା ରାଣା, ପାଞ୍ଚଳ ସଂସ୍କୃତି ଦଳର ଯୋଗେଶ ପାଖୁଡିଆ, ଉମା ମହେଶ୍ୱରୀ ଓ ଅପନ୍ନା ନାରାୟଣୀକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ରାଜେଶ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଶ୍ୱନାଥ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ଜିଲ୍ଲା ପରିଷଦ ସଭ୍ୟ ଦିବାକର ପାତ୍ର, ଲୋକମେଳା ସମ୍ପର୍କରେ ସୂଚନା ଦେଇଥିବା ବେଳେ ଭରତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଚତୁର୍ଥ ସନ୍ଧ୍ୟାରେ ଝାଡଖଣ୍ଡର ଲୋକନୃତ୍ୟ ଓ ପୁରୁଲିଆର ଛଉ ନୃତ୍ୟ ଦର୍ଶକଙ୍କୁ ବେଶ ଆନନ୍ଦିତ କରିଥିଲା। ଆସାମର ରଙ୍ଗୋଲି ବିହୁ, କେରଳର ଥୟାମ ଓ ମର୍ଦ୍ଦମାକାଳି, ଗୁଜୁରାଟ, ମଣିପୁରର ଲୋକନୃତ୍ୟ ଦର୍ଶକମାନଙ୍କୁ ବିଭୋର କରି ଦେଇଥିଲା। ଅନୁଷ୍ଠାନର ସଦସ୍ୟମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top