ଜିଲ୍ଲା ପରିକ୍ରମା

ଲୋକନାଥ ପାଠାଗାରର ପ୍ରତିଷ୍ଠା ଦିବସ ବାସରେ ମୁଖପତ୍ର “ମାତୃକୃପା’’ଲୋକାର୍ପିତ

ଖଇରା/ବାଲେଶ୍ୱର, ୧୧/୨/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ହରିହରପୁର ଶାସନର ଲୋକନାଥ ପାଠାଗାରର ତ୍ରୟତ୍ରିଂଶତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଉପସଭାପତି ଭଗବାନ ଚରଣ ପଣ୍ଡା ସାରସ୍ୱତ ପତାକା ଉତୋଳନ କରିଥିଲା ବେଳେ ଅନ୍ୟତମ ସମାଜସେବୀ ଶ୍ରୀନିବାସ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଉତ୍ତରୋତ୍ତର କାମନା କରିଥିଲେ। ସମ୍ପାଦକ ରାଧାଶ୍ୟାମ ପଣ୍ଡା ପାଠାଗାର ସରକାରଙ୍କ ପୋ୍ରତ୍ସାହନ ନ ଥିବାରୁ ଆସ୍ତେ ଆସ୍ତେ ଲୋପ ପାଇବାକୁ ବସିଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଦ୍ୱିତୀୟ ଅଧିବେଶନ ରେ ଅନୁଷ୍ଠାନର ସ୍ଥାୟୀ ସଭାପତି ନରହରି ମହାନ୍ତି, ସମ୍ପାଦକ କବି ିରାଧାଶ୍ୟାମ ପଣ୍ଡା, ମୁଖ୍ୟ ଅତିଥି ସାମ୍ବାଦିକ ରାମଚନ୍ଦ୍ର ଦାଶ, ବିଶିଷ୍ଠ ମୁଖ୍ୟ ଅତିଥି ନିଗମାନନ୍ଦଙ୍କ ଭକ୍ତ ଅନନ୍ତ କୁମାର ପାତ୍ର, ମୁଖ୍ୟବକ୍ତା ସୁଦର୍ଶନ ପାଣିଗ୍ରାହୀ ଏବଂ ଅନ୍ୟମାନଙ୍କମଧ୍ୟରେ ଗୋପାଳ ଚରଣ ପତ୍ରୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦାଶ, କବି ପଦ୍ମନାଭ ସନିବିଗ୍ରହ, ଡାକ୍ତର ବ୍ରଜେନ୍ଦ୍ର କୁମାର ନାୟକ, ସରସ୍ୱତୀ ଦେବୀ, ସାମ୍ବାଦିକ ବଳରାମ ପଣ୍ଡା ଅନ୍ୟତମ ସାହିତ୍ୟିକ ମନମୋହନ ପାଢୀ, ପ୍ରମୁଖ ବ୍ୟାସକବି ଫକୀର ମୋହନଙ୍କ ଫଟୋଚିତ୍ର ଏବଂ ଜଗତ ଜନନୀ ବେଙ୍ଗମାତାଙ୍କ ଓ ସମାଜ ସେବୀ ଦାମୋଦର ପିତାଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ।ଏହି ଅବସରରେ ପାଠାଗାରର ମୁଖପତ୍ର ମାତୃକୃପା, ପଣ୍ଡିତ ଅନାମାନନ୍ଦ ଦାସଙ୍କ ଦ୍ୱାରା ଲିଖିତ “ବ୍ୟକ୍ତଚୈତନ୍ୟ’’ଏବଂ ଡକ୍ଟର ଭଗବାନ ବେହେରାଙ୍କ ଦ୍ୱାରା ଲିଖିତ “କାଗଜଫୁଲ’’ ଲୋକାପ୍ରିତ ହୋଇଥିଲା। ଏଥର ସମ୍ପାଦକ ମୁଖପତ୍ର ମାତୃକୃପାରେ ପ୍ରକାଶିତ ଜଗତ ଜନନୀ ବେଙ୍ଗମାତା ଜୀବନ ଚର୍ଯ୍ୟା ଉପରେ ଆଲୋକପାତ କରିଥିଲେ। ଲୋକାନାଥ ପାଠାଗାର ତରଫରୁ ସମ୍ବର୍ଦ୍ଧିତ ପ୍ରତିଭାମାନଙ୍କ ମଧ୍ୟରେ ସମାଜସେବୀ ମନମୋହନ ଚୈଧୁରୀ ସମ୍ମାନରେ ସମ୍ବର୍ଦ୍ଧିତ ବରିଷ୍ଠ ନାଗରିକ ମଂଚର ଜିଲ୍ଲା ଆବାହକ ଲକ୍ଷ୍ମୀଧର ବେହେରା। କର୍ମବୀର ଗୌରୀଶଙ୍କର ଉପାଧିରେ ବାବାଜୀ ଚରଣ ବିଶ୍ୱାଳ, ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୈାଧୁରୀ ଉପାଧିରେ ଭାଗିରଥି ଦାସ, ମାଆ ରମାଦେବୀ ସମ୍ମାନରେ ମମତା ମହାପାତ୍ର, ଚରକ ସମ୍ମାନରେ ଡାକ୍ତର ବଜେନ୍ଦ୍ର କୁମାର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାବ୍ୟତୀତ ଫତେପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟର ୨୭ ଜଣ କୃତିଛାତ୍ରଙ୍କୁ ପାଠାଗାର ତରଫରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ଭଗବାନ ଚରଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top