ad
ଭୁବନେଶ୍ୱର

ଲୋକନାଥ ଚୌଧୁରୀ ସ୍ମୃତି ସମାରୋହ

ଭୁବନେଶ୍ୱର ୧୪/୫– (ଓଡ଼ିଆ ପୁଅ) ଓଡ଼ିଶାର ବିଶିଷ୍ଟ ଜନନେତା, ସିପିଆଇର ପୂର୍ବତନ ରାଜ୍ୟ ସମ୍ପାଦକ, ବିଧାନସଭାରେ ପାର୍ଟିର ପୂର୍ବତନ ଦଳପତି ତଥା ଲୋକସଭାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଉପନେତା ବିପ୍ଳବୀ ଲୋକନାଥ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଶନିବାରଦିନ ସନ୍ଧ୍ୟାରେ ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଯାଇଛି।

ସିପିଆଇର ବରିଷ୍ଠ ନେତା ଦିବାକର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ପାର୍ଟିର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ, ସିପିଏମ୍ ନେତା ଜନାର୍ଦ୍ଦନ ପତି, ସିପିଆଇ (ଏମ.ଏଲ.) ଲିବରେସନର ଯୁଧିଷ୍ଠିର ମହାପାତ୍ର ଏବଂ ସିପିଆଇର ରାମକୃଷ୍ଣ ପଣ୍ଡା, ସୌରୀବଂଧୁ କର ଓ ନାରାୟଣ ରେଡି ଶ୍ରଦ୍ଧାଞ୍ଜଳି ଅର୍ପଣ କରି, ସମସ୍ତ ବାମପନ୍ଥୀ ଓ ଗଣତାନ୍ତ୍ରିକ ଧର୍ମ ନିରପେକ୍ଷ ଶକ୍ତିବର୍ଗ ଐକ୍ୟବଦ୍ଧ ହୋଇ କେନ୍ଦ୍ର କ୍ଷମତାସୀନ ସାମ୍ପ୍ରଦାୟିକ ବିଜେପି ତଥା ଫାସିଷ୍ଟ ଆଦର୍ଶରେ ବିଶ୍ୱାସୀ ସଂଘ ପରିବାର ବିରୋଧରେ ପ୍ରତିରୋଧ ସଂଗ୍ରାମ ଚଳାଇବା ପାଇଁ ଆହ୍ୱାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସ୍ତମ୍ଭକାର ତୁଷାରକାନ୍ତ, ଜିଲ୍ଲା ସମ୍ପାଦକ ନୃସିଂହ ବେହେରା, ଜୋନ ସମ୍ପାଦକ ସୁର ଜେନା, ବସନ୍ତ କୁମାର ପାଇକରାୟ ଓ ବର୍ଷିୟାନ ନେତା ଦୂତୀକୃଷ୍ଣ ପଣ୍ଡା ପ୍ରମୁଖ ଶ୍ରଦ୍ଧା ନିବେଦନ କରିଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top