ଅନୁଗୁଳ

ଲୋକଙ୍କ ସମସ୍ୟାକୁ ନେଇ ଆନେ୍ଦାଳନ କରିବ ଜନଜାଗରଣ ପରିଷଦ

ତାଳଚେର,୧୬/୪(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ବିଭିନ୍ନ ସମସ୍ୟା ନେଇ ଜନଜାଗରଣ ପରିଷଦ ପକ୍ଷରୁ ଏକ ବୈଠକ ଥର୍ମାଲ ଶିବ ମନ୍ଦିର ପ୍ରାଙ୍ଗଣରେ ଆଜି ପୁର୍ବାହ୍ନ ୧୦.୩୦ ମିନିଟ୍ ସମୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜେ.ଜେ.ପି ଜିଲ୍ଲା ସଭାପତି ଜିନେସ ସାହୁ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ତାଳଚେରରେ ବୃଦ୍ଧି ପାଉଥିବା ଧୂଳିଧୂଆଁ ଜନିତ ପ୍ରଦୁଷଣ,ପାନୀୟ ଜଳ,ନିଯୁକ୍ତି ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବାଙ୍କଧରା ଛକଠାରୁ କଲେଜ ରୋଡ଼ ଦେଇ ଚାଇଁପାଳ ପର୍ଯ୍ୟନ୍ତ ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା କରାଯିବା ନିମନ୍ତେ ଆଗାମୀ ଦିନରେ ପ୍ରଶାସନ ଓ ଏମ୍.ସି.ଏଲ କର୍ତୃପକ୍ଷଙ୍କ ନିକଟରେ ଦାବୀ ରଖାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଦାବୀ ପୂରଣ କରାନଗଲେ ଜେ.ଜେ.ପି ପକ୍ଷରୁ ବ୍ୟାପକ ଆନେ୍ଦାଳନ କରାଯିବ ବୋଲି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ଶ୍ରୀ ସାହୁଙ୍କ ସମେତ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗମ୍ବର ଗଡ଼ନାୟକ,ପୂର୍ବତନ ନଗରପାଳ କେଶବ ଭୂତିଆ,ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଧୀର, ପୂର୍ବତନ ସରପଂଚ ବିଛନ୍ଦ ସାମଲ,ବିରଂଚି ଧର,ଯୁବ ନେତା ସୁବ୍ରତ ଗଡ଼ନାୟକ,କଂଗ୍ରେସ ନେତା ଡାକ୍ତର ମହାନ୍ତି,ଯୁବ ସମାଜସେବୀ ଗୈାତମ ପ୍ରଧାନ,ଜଗା ସାମଲ,ବାଦଲ ସାହୁ,ତୋଫାନ କୁମାର ସିଂ ସାମନ୍ତ,ଜିତେନ୍ଦ୍ର ସାହୁ,ସୁଦୀପ ସାହୁ ଏବଂ ଜେ.ଜେ.ପି.ର ବହୁ ସଦସ୍ୟ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top