ad
ଜିଲ୍ଲା ପରିକ୍ରମା

ଲୋକକବି ଜଗନ୍ନାଥ ପାଣି ଥିଲେ ଲୋକନାଟକର ଆଦ୍ୟ ଓଁକାର ଲୋକକବି ଜଗନ୍ନାଥ ପାଣିଙ୍କ ୧୮୨ତମ ଜୟନ୍ତୀ ସମାରୋହ

ଭଦ୍ରକ, ୧୯ା୪ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଲୋକକବି ଜଗନ୍ନାଥ ପାଣି ଓଡିଆ ଲୋକ ନାଟକ ତଥା ଗୀତିନାଟକର ଥିଲେ ଆଦ୍ୟ ଓଁକାର । ସେ ପ୍ରଥମେ ଓଡିଆ ସାରସ୍ୱତ ଜଗତରେ ୨୨ଟି ଗୀତିନାଟ୍ୟ, ୯ଟି ସୁଆଙ୍ଗ ତଥା ପାଲା ପରିବେଷଣ ପାଇଁ ସ୍ୱତନ୍ତ୍ର କାବ୍ୟ ଓ ସମ୍ଭ୍ରାନ୍ତ କାବ୍ୟ ସାହିତ୍ୟ ଲେଖି ଯେପରି ଅମର ହୋଇଛନ୍ତି, ସେପରି ଓଡିଶାର ପ୍ରଥମ ଯାତ୍ରା ସଂଗଠକ ଭାବେ ଇତିହାସ ରଚନା କରିଛନ୍ତି ବୋଲି ଭଦ୍ରକରତ୍ନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ଜଗନ୍ନାଥ ପାଣି ସ୍ମୃତି ସଂସଦ ଆନୁକୁଲ୍ୟରେ ଭଦ୍ରକ ଉପକଣ୍ଠ ନଳାଙ୍ଗ ଉନ୍ନୀତ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।  କବି ତଥା ଶିକ୍ଷାବିତ୍ ଅଚୁ୍ୟତାନନ୍ଦ ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ  ବିଶିଷ୍ଟ ସାରସ୍ୱତ ସାଧକ ପ୍ରଫେସର ଡ. ଉପେନ୍ଦ୍ର ପ୍ରସାଦ ନାୟକ ମୁଖ୍ୟ ଅତିଥି, ପ୍ରଖ୍ୟାତ ନାଟ୍ୟ ନିଦେ୍ର୍ଦଶକ ଲଲାଟେନ୍ଦୁ ମହାନ୍ତି ମୁଖ୍ୟବକ୍ତା, ଅଧ୍ୟାପକ ନୀହାର ରଞ୍ଜନ କର, ନାଟ୍ୟଶ୍ରୀ ନିର୍ମଳ ରାଉତ, ମଧୁସୂଦନ ପାଣି, ଜଳଧର ସାହୁ, ବିମ୍ବାଧର ଦାସ, ବାବୁଲା ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉତ୍ସବରେ ବିଭୁ ପ୍ରସାଦ ପାଣି ସ୍ୱାଗତ ଭାଷଣ, ସନ୍ତୋଷ ଜେନା ଅତିଥି ପରିଚୟ, ସନ୍ତୋଷ ପାଣି ବେଦପାଠ ଏବଂ ରାମ ନାରାୟଣ ତ୍ରିପାଠୀ କବିଙ୍କ ଜୀବନାଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ । ବ୍ରଜସୁନ୍ଦର ପାଣିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଉତ୍ସବରେ ବିଜୟ ଖିଲାର ମଞ୍ଚ ପରିଚାଳନା କରିଥିବା ବେଳେ ରତନ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top