ଓଡ଼ିଶା

ଲେନିନଙ୍କ ମୂର୍ତିଭଙ୍ଗା ଘଟଣାରେ ସିପିଆଇଏମର ରାସ୍ତାରୋକୋ

ରାଉରକେଲା ୧୧-୩ (ଓଡ଼ିଆ ପୁଅ/ଶିବରାମ ପାତ୍ର): ତ୍ରିପୁରାରେ ଲେନିନଙ୍କ ସମେତ ଦେଶର ଅନ୍ୟ ସ୍ଥାନରେ ଗାନ୍ଧି, ଆମ୍ବେଦକର, ଆଦି ମହାପୁରୁଷ ମାନଙ୍କର ମୂର୍ତି ଭଙ୍ଗା ଘଟଣାକୁ ସିପିଆଇଏମ ପକ୍ଷରୁ ନିନ୍ଦା କରାଯାଇଛି। ଏହାକୁ ନେଇ ସୁନ୍ଦରଗଡ଼ ସମେତ ରାଉରକେଲାରେ ସିପିଆଇଏମ କର୍ମୀ ମାନଙ୍କ ପକ୍ଷରୁ ପ୍ରତିବାଦ ଓ ରାସ୍ତାରୋକ କରାଯିବାର ସୂଚନା ମିଳିଛି। ଏହି ଅବସରରେ ଲହୁଣୀପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ ରାଜାମୁଣ୍ଡା ବାଇପାସ ୧୪୩ ନମ୍ବର ଠାରେ ରାସ୍ତା ଅବରୋଧ କରି ପ୍ରତିବାଦ କରାଯାଇଥିଲା। ଏହି ବିକ୍ଷୋଭ ଓ ରାସ୍ତାରୋକରେ ବଣାଇଁ ନିର୍ବାଚନ ମଣ୍ଡଳୀର ସିପିଆଇ କର୍ମୀ ମାନେ ହଜାର ହଜାର ସଂଖ୍ୟାରେ ଯୋଗ ଦେଇଥିଲେ। ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ୟ ବନମାଳୀ ଧୂପାଳଙ୍କ ଅଧ୍ୟକ୍ଷତାରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିବା ବେଳେ, ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ, ବିମାନ ମାଇତି, ସୁରେନ୍ଦ୍ର ଦାଶ, କୃଷ୍ଣଚନ୍ଦ୍ର ବାରିକ, ହୃଦାନନ୍ଦ ଯାଦବ ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ। ସଦ୍ୟ ସମାପ୍ତ ତ୍ରିପୁରା ଠାରେ ଭାଜପାର ବିଜୟ ପରେ ଏଭଳି ବିଶୃଖଂଳା ଦେଖାଦେଇଛି ବୋଲି ସିପିଆଇଏମ ପକ୍ଷରୁ କୁହାଯାଇଛି। କେନ୍ଦ୍ରରେ ଭାଜପା ସରକାର ଓ ସଂଘ ପରିବାରକୁ ଏହି ବିକ୍ଷୋଭ ସମାବେଶରେ ତ୍ରୀବ ଆଲୋଚନା କରାଯାଇଛି। ଆଗାମୀ ଦିନରେ ସଂଘ ପରିବାର ଏହାର ପରିଣାମ ଭୋଗିବ ବୋଲି ସିପିଆଇଏମ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ବିକ୍ଷୋଭରେ ଜିଲ୍ଲା ପରିଷଦ ସସଦସ୍ୟ ଗୋପି ମହାନ୍ତ, ପୂର୍ବତନ ଜିଲ୍ଲା ପରିଷଦ ଆନନ୍ଦମାସି ହାରୋଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ବିକ୍ଷୋଭରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top