ଜିଲ୍ଲା ପରିକ୍ରମା

ଲେଖିକା ସଂସଦ ରଜମହୋତ୍ସବ

ପୁରୀ:୧୭/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଓଡ଼ିଶା ଲେଖିକା ସଂସଦ ପୁରୀ ଜିଲା ଶାଖା ପକ୍ଷରୁ କୁଳମରି ଭବନ ସଭାଗୃହରେ ରଜମହୋତ୍ସ ପାଳିତ ହୋଇଛି।ଆବହିକା ସୁବାସିନୀ ଧଳ ସେଥିରେ ଅଧ୍ୟକ୍ଷତା କରିଥିଲେ। ହରପ୍ରୟା ସାହୁ, ଆର୍ତ୍ତତ୍ରାଣ ମାନସିଂହ, ବିପିନ ବିହାରୀ ଦଳାଇ, ବିଜୟଲକ୍ଷ୍ମୀ ସାହୁ ସ ପ୍ରତିଭା ତ୍ରିପାଠୀ ଅତିଥି ଭାବେ ଯୋଗ ଦେଇଥିଲେ। କବି ସୁକାନ୍ତ ପଣ୍ଡା, ରବିନ୍ଦ୍ରନାଥ ପଟ୍ଟନାୟକ, ହରେକୃଷ୍ଣ ପ୍ରଧାନୀ, ବିଜୟଲକ୍ଷ୍ମୀ ଦାସ, ନିରୁପମା ପଣ୍ଡା, ଶିବାନୀ ମିଶ୍ର, ଚାରୁଲତା ମିଶ୍ର, ପ୍ରଭାସିନି ମିଶ୍ର, ରୋଜାଲିନି ସାହୁ ସ୍ୱରଚିତ କବିତା ପାଠକରିଥିଲେ। ରଜଉତ୍ସ ଉପଲକ୍ଷେ ପାନଭଙ୍ଗା, ବଲଫିଙ୍ଗା, ମିଜ୍ୟୁକ୍ ଚେୟାର ଓ ପୁଚି ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସମ୍ପାଦିକା ଦ୍ୱାରା ରଜ ପୋଡ଼ପିଠା ପ୍ରସ୍ତୁତ କରାଯାଇଥିଲା। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲେଖିକାମାନେ ରଜ ସଙ୍ଗୀତ ଗାନ କରିଥିଲେ। କଲ୍ୟାଣି ନନ୍ଦୀ କବିତା ପାଠ ସଯୋଜନା କରିଥିବା ବେଳେ ଉଲ୍ଲାସ ବାଳା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top