ଲୁହାପଥର ଚୋରା ଚାଲାଣ ଉଦ୍ୟମ ଟ୍ରକ ଜବତ ୫ ଗିରଫ

ଚଂପୁଆ ୭ ଜୁନ (ଓଡ଼ିଆ ପୁଅ/ରଂଜନ ପ୍ରଧାନ) ଲୁହାପଥର ଚୋରା ଚାଲାଣ ଉଦ୍ୟମ ବେଳେ ଚଂପୁଆ ପୋଲିସ ପକ୍ଷରୁ ଚଢାଉ କରାଯାଇ ଏକ ଟ୍ରକକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ ଜଣକୁ ଗିରଫ କରିଥିବା ଜଣାପଡିଛି। ଗତ ରାତି ପ୍ରାୟ ୧୨ ବେଳକୁ ଆଂଗୁଳିଆ ନିକଟରେ ଥିବା ଏକ ପୁରୁଣା କ୍ରସର ନିକଟରୁ RJ04GA4958 ଟ୍ରକ ରେ ଲୁହାପଥର ଚୋରା ଚାଲାଣ ହେଉଥିବା ଖବର ଚଂପୁଆ ପୋଲିସ ପାଇଥିଲା। ସଂଗେ ସଂଗେ ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଚଢାଉ କରାଯାଇ ସଂପୃକ୍ତ ଟ୍ରକ ସହ ଗାଡିରେ ଥିବା ବଡବିଲର କିଶାନ ମୁଣ୍ଡା, କ୍ରାନ୍ତି ମୁଣ୍ଡା ଠାକୁରାଣୀ ର ବିଶାଲ ମୁଣ୍ଡା, ଆଂଗୁଳିଆ ର ବିଶାଲ ହାସଦା, ଆଂଗୁଳିଆ ର ନରତ୍ତୋମ ହାସଦା, ବାସୁଦେବପୁର ର ସୁନାରାମ ମୁଣ୍ଡା କୁ ଗିରଫ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *