ଲୁନାକୁ ଧକା ଦେଲା କାର ଲୁନା ଆରୋହୀ ଗୁରୁତର

ତୁରୁମୁଙ୍ଗା ୨୨-୬ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବୁଢ଼ିକାପୁଡି ପଞ୍ଚାୟତ ନେଉଳିପୋଷି ବାଙ୍କ ନିକଟରେ ଆଜି ଅପରାହ୍ନରେ ତୁରୁମୁଙ୍ଗା ଚମ୍ପୁଆ କେଟି ରୋଡ଼ରେ ତୁରୁମୁଙ୍ଗା ପଟକୁ ଯାଉଥିବା ଏକ କାର OD 09L4888 ବିପରୀତ ଦିଗରୁ ଆସୁଥିବା ଲୁନା OD09 B8725 କୁ ଧକା ଦେବା ଫଳରେ ଲୁନା ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ବାଇକ ଆରୋହି ବାରିଆ ଥାନା ବାଉଟିଆ ଗ୍ରାମର ସାଧବ ମହାରଣା (୪୫) ବୋଲି ଜଣାପଡିଛି। ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କରି ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଖବର ପାଇ ତୁରୁମୁଙ୍ଗା ପୋଲିସ ପହଁଚି ଦୁଇଟି ଗାଡିକୁ ଜବତ କରି ତଦନ୍ତ ଚଲାଇଛି।

Leave a Reply

Your email address will not be published. Required fields are marked *