ଲୁଟ ମୋବାଇଲ ଜବତ : ଜଣେ ଗିରଫ

ସମ୍ବଲପୁର, ୭/୭ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା) : ସମ୍ବଲପୁର ଜିଲ୍ଲା ସଦର ଥାନା ପୋଲିସ ଲୁଟ ମୋବାଇଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ପଦର ଗ୍ରାମର ସରୋଜ ମିର୍ଦ୍ଧା (୧୯)। ଏ ନେଇ ଥାନାରେ ଏକ ମାମଲା (ନଂ ୧୨୯/୧୮) ରୁଜୁ ହୋଇଛି। ସୂଚନା ଯୋଗ୍ୟ ଯେ ପୁଟିବନ୍ଧ ସମଲେଶ୍ୱରୀ ନଗରର ଦୀପକ ସାମଲ ତାଙ୍କ ସାଥୀଙ୍କ ସହିତ ସିନ୍ଦୁରପଙ୍କ ପେଟ୍ରୋଲ ପମ୍ପ ନିକଟରେ ଛିଡ଼ା ହୋଇ କଥା ହେଉଥିବା ବେଳେ ସରୋଜ ବଳପୂର୍ବକ ଭାବରେ ତାଙ୍କର ୨୭୯୦୦ ଟଙ୍କା ମୂଲ୍ୟର ଦାମିକା ଓପୋ ଏଫ-୩ ପ୍ଲସ ଗୋଲ୍ଡ ମୋବାଇଲକୁ ଲୁଟି ନେଇଥିଲେ ବୋଲି ୧୫ ତାରିଖରେ ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *