ଆମ ସଂସ୍କୃତି, କଳା ଓ ଐତିହ୍ୟ

ଲୁକ୍କାୟୀତ ପ୍ରତିଭା ଲୋକ ଲୋଚନକୁ ଆସିଲେ କଳାର ବିକାଶ ହେବ:୨୨ ତମ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ: ଚାଷୀଙ୍କୁ ପଦ୍ମଶ୍ରୀ ପୁରଷ୍କାର ଦେବାକୁ ଦାବି

କଳାହାଣ୍ଡି – ୨୨-୧ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) କଳାହାଣ୍ଡିର କଳା ଓ ସଂସ୍କୃତିର ବିକାଶ ତଥା ଲୁକ୍କାୟୀତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରତିବର୍ଷ ଭଲି ଚଳିତ ବର୍ଷ ମଧ୍ୟ ୨୨ତମ କଳାହାଣ୍ଡି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି ଉତ୍ସବ ଘୁମୁରା-୨୦୧୮ କୁ ରାଜ୍ୟ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଭୂପିନ୍ଦର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଭବାନୀପାଟଣା ସ୍ଥିତ ମାଣିକେଶ୍ୱରୀ ମନ୍ଦିରରୁ ଏକ ବିଶାଳ ମଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ମଶାଳ ସହିତ ନଗର ପରିକ୍ରମା କରି ଉତ୍ସବ ପଡିଆ ଲାଲବାହାଦୁର ଷ୍ଟଡିୟମ ସ୍ଥିତ ଶହୀଦ ରେଣ୍ଡୋ ମାଝୀ ମଂଚକୁ ଯାଇଥିଲା। ସେଠାରେ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଥିଲା। ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ସିଂ ଯୋଗ ଦେଇଥିବା ବେଳେ ଧର୍ମଗଡ ବିଧାୟକ ପଷ୍ପେନ୍ଦୁ ସିଂଦେଓ, ସଦର ବିଧାୟକ ଅନାମ ନାଏକ, ଭବାନୀପାଟଣା ପୌରାଧ୍ୟକ୍ଷ ଆଦିତ୍ୟ ନନ୍ଦ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି କଳାହାଣ୍ଡିର ଚାଷୀ ଅନେକ କ୍ଷେତ୍ରରେ ଆଗେଇଥିବା ବେଳେ ଚାଷୀଙ୍କୁ ପଦ୍ମଶ୍ରୀ ପୁରଷ୍କାର ପ୍ରଦାନ କରାଗଲେ ଚାଷିମାନେ ଉତ୍ସାହିତ ହେବା ସହ ଚା ପ୍ରତି ଉଚିତ ସମ୍ମାନ ପ୍ରଦର୍ଶନ ହେବ ବୋଲି ମୁଖ୍ୟ ଅତିଥି ମତ ପ୍ରକାଶ କରିଥିଲେ। ସେହିପରି ଜନ୍ମ ମାଟିର ବିକାଶ ପାଇଁ ସମସ୍ତେ ତତ୍ପର ହେବା ସହିତ ଉତର ଦାୟୀତ୍ୱ ରହିବା ଆବଶ୍ୟକ ରହିଛି ବୋଲି ମଧ୍ୟ ମତ ପ୍ରକାଶ ପାଇଛି। କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଚନ୍ଦ୍ରମଣି ବଡନାୟକ ସ୍ୱାଗତ କରିଥିବା ବେଳେ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ଦ୍ୱିତୀୟ ସନ୍ଧ୍ୟାରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳ ଚନ୍ଦ୍ରମଣି ବଡନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଲାଞ୍ଜିଗଡ ବିଧାୟକ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଳାହାଣ୍ଡିର ଲୁକ୍କାୟୀତ ପ୍ରତିଭା ଲୋକଲୋଚନକୁ ଆସିଲେ ଜିଲ୍ଲାର ବିକାଶ ହୋଇପାରିବ। କଳାହାଣ୍ଡିଆ ଭାବେ ନିଜ ସଂସ୍କୃତି କୁ ବଂଚାଇ ରଖିଲେ କଳାହାଣ୍ଡିର ଐତିହ୍ୟ, ସଂସ୍କୃତି ପରମ୍ପରା ଆହୁରି ଦେଶ ବିଦେଶରେ ସୁନାମ ଆଣିପାରିବ ବୋଲି ମୁଖ୍ୟ ଅତିଥି ମତପ୍ରକାଶ କରିଥିଲେ। ଏହି ଅବସରରେ ରାଜ୍ୟ ମହିଳା କମିଶନ ସଦସ୍ୟା ତିଲୋତମା ନାଏକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ଗଗନ ବିହାରୀ ଧଳ ପ୍ରମୂଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ। ଭବାନୀପାଟଣା ଉପଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ପିଏ ଆଇଟିଡିଏ ରାଜେନ୍ଦ୍ର ରଣଜିତ ଧନ୍ୟବାଦ ଦେଇଥିଲେ।

ଏହି ଦିନ ପ୍ରତିବର୍ଷ ଭଲି ଧର୍ମଗଡ ଠାରେ ମଧ୍ୟ ସମାନ୍ତରାଳ ଭାବେ ଜିଲ୍ଲା ଉତ୍ସବ ଉଦଘାଟନ ହୋଇଥିଲା। ଧର୍ମଗଡସ୍ଥିତ ଭଣ୍ଡାରଘରଣୀ ପୀଠରୁ ମଶାଳ ଶୋଭାଯାତ୍ରା ଆସି ଉତ୍ସବ ପଡିଆଠାରେ ପପହଂଚିବା ପରେ ପୂର୍ବ ମନ୍ତ୍ରୀ ତଥା ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଭାରପ୍ରାପ୍ତ ଉପଜିଲ୍ଲାପାଳ ତନ୍ମୟ ଦରୱାନ ସଭାପତିତ୍ୱ କରିଥିବା ବେଳେ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ବ୍ଲକ ଅଧ୍ୟକ୍ଷ ବଳରାମ ପୂଝାରୀ, ନଗରପାଳ ସୁଶ୍ରୀ ହୀରା ବାଗ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଶିକ୍ଷାବିତ ପ୍ରତାପ ମୁଣ୍ଡ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏସଡିଆଇପିଆରଓ ହଳଧର ନିଆଲ ଧନ୍ୟବାଦ ଦେଇଥିଲେ।

ତୃତୀୟ ଦିନ କଳାହାଣ୍ଡି ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରୀପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ଦୌରାଜର୍ଜ ବିକ୍ରମ କେଶରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଭିଜିଲାନ୍ସ ଜର୍ଜ ଚିତରଞ୍ଜନ ଦାଶ, ଅତିରିକ୍ତ ଜିଲ୍ଲା ଜର୍ଜ ଧନେଶ୍ୱର ମଲ୍ଲିକ, ବୌଦ୍ଧ ଜିଲ୍ଲାପାଳ ମଦୂସୂଦନ ମିଶ୍ର, କଳାହାଣ୍ଡି ଏସ.ପି. ମାଡକର ସନ୍ଦୀପ ସମ୍ପଦ ଯୋଗ ଦେଇଥିଲେ। ଆମର ଐତିହ୍ୟ, ସଂସ୍କୃତି ଓ କଳାକୁ ଆଧାର କରି ହିଁ ମାନବ ଜାତିର ବିକାଶ ହୋଇପାରିବ ଅନ୍ୟଥା ମାନବ ଜାତିର ବିକାଶ ଅସମ୍ଭବ। କଳାହାଣ୍ଡିର କଳା ପ୍ରାଚୀନ ସଭ୍ୟତାର। ଦେଶ ତଥା ଦେଶ ବାହାରେ କଳାହାଣ୍ଡିର ସଂସ୍କୃତି ଖ୍ୟାତି ଅର୍ଜନ କରିଛି। ଏହି ଜିଲ୍ଲାର ସଂସ୍କୃତି, କଳା, ପରମ୍ପରା ଓ ଐତିହ୍ୟ ଇତ୍ୟାଦି କୁ ବଂଚାଇ ରଖିବା ପ୍ରତ୍ୟେକ କଳାହାଣ୍ଡିଆ ଏବଂ କଳାହାଣ୍ଡି ରେ ବସବାସ କରୁଥିବା ସମସ୍ତଙ୍କ ଦାୟୀତ୍ୱ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଅତିରିକ୍ତ ପିଡି ଯୁଗଳେଶ୍ୱରୀ ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ଭାରପ୍ରାପ୍ତ ଡିଆଇପିଆରଓ ଶିଭାଶୀଷ ନାୟକ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ରାଜ୍ୟ ସାହସିକତା ପୁରସ୍କାର ପ୍ରାପ୍ତ ରଞ୍ଜିତା ମାଝୀ, ଲଣ୍ଡନରେ ଲୋକନୃତ୍ୟ ପରିବେଷ କରିଥିବା ପ୍ରତିଭା ଅନୁଷ୍ଠାନ, ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କୃତ ବିଶିଷ୍ଟ ସାହିତ୍ୟିକ ତଥା ଔପନ୍ୟାସିକ ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା ପ୍ରମୂଖଙ୍କୁ ସମ୍ମାନୀତ କରାଯାଇଥିଲା।

ଏହି ଦିନ ଧର୍ମଗଡଠାରେ ଭାରପ୍ରାପ୍ତ ଉପଜିଲ୍ଲାପାଳ ତନ୍ମୟ ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ନିର୍ମାଣ ନିଗମ ଅଧ୍ୟକ୍ଷ ଭୂପିନ୍ଦର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ, ଅତିରିକ୍ତ ଜିଲ୍ଲାପାଳ ଚନ୍ଦ୍ରମଣି ବଡନାୟକ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଳେଶ୍ୱର ନାଏକ, କୋକସରା ବ୍ଲକଅଧ୍ୟକ୍ଷା ସବ୍ୟାରାଣୀ ବାଗ, କଲମପୁର ବ୍ଲକ ଅଧ୍ୟକ୍ଷା ମଞ୍ଜୁଳା ସାହୁ ପ୍ରମୂଖ ଯୋଗଦେଇଥିଲେ।

ସେହିପରି ଅନ୍ତିମ ପର୍ଯ୍ୟାୟରେ କଳାହାଣ୍ଡି ଜିଲ୍ଲାପାଳ ଅଞ୍ଜନ କୁମାର ମାଣିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ, ସମ୍ମାନୀତ ଅତିଥି ଭାବେ ଜୁନାଗଡ ବିଧାୟକ ଦିବ୍ୟ ଶଙ୍କର ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମୀତାରାଣି ସାହୁ, ଅତିରିକ୍ତ ଏସପି ଅକ୍ଷୟ ଦାସ, ଓଡିଶା ଜୀବିକା ମିଶନ ସଂଯୋଜକ ପ୍ରଣବ ଜ୍ୟୋତି ନାଥ ପ୍ରମୂଖ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଚନ୍ଦ୍ରମଣି ବଡନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂସ୍କୃତି ଅଧିକାରୀ ସ୍ୱାଗତ ଭାଷଣ ଦେଇଥିଲେ। କଳା, ସଂସ୍କୃତିର ଓ ଐତିହ୍ୟର ମହାମିଳନ କୁମ୍ଭମେଳା କଳାହାଣ୍ଡି ଉତ୍ସବ ଘୁମୁରା ଏକ ସଂସ୍କୃତି ଓ ମିଳନର ପର୍ବ। ଏହି ମାଟିର ସଭ୍ୟତା ସିନ୍ଧୁ ସଭ୍ୟତାକୁ ମଧ୍ୟ ବଳୀ ଯାଇଛି। ସମସ୍ତଙ୍କୁ ଏକାଠି ବାନ୍ଧି ରଖିବାର ଏକ ସୁନ୍ଦର ପ୍ରୟାସ ଏବଂ ସାଂସ୍କୃତିକ ଦଲ ସବୁ ଉତ୍ସବକୁ ରୁନ୍ଧିମନ୍ତ କରିପାରିଛି। ଦେଶ ତଥା ଦେଶ ବାହାରେ କଳାହାଣ୍ଡିର କଳା ଓ ସଂସ୍କୃତିର ସୁନାମ ରହିଛି ଏବଂ ଏହାକୁ ବଂଚାଇ ରଖିବା ପାଇଁ ପ୍ରତ୍ୟେକ କଳାହାଣ୍ଡିଆ ମାନଙ୍କ ଉଦ୍ୟମ ହେବା ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

କଳାହାଣ୍ଡି ଉତ୍ସବରେ ପ୍ରତିଦିନ ସଂଧ୍ୟାରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ସାଂସ୍କୃତିକ ଦଳ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା। ସେହିପରି ବିଭିନ୍ନ ପ୍ରତିଯୋଗୀତାରେ ବିଜୟୀ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଥିବା ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନୀତ କରାଯାଇଥିଲା। କୃଷି କ୍ଷେତ୍ରରେ ଅନେକ ପାରଦର୍ଶୀତା ଲାଭ କରିଥିବା ଏବଂ ପିଲାଦିନୁ ଚାଷ କାର୍ଯ୍ୟରେ ସାମିଲ ଥିବା ଅନେକ ଚାଷୀ ପୁରାତନ ଓ ଆଧୂନିକ ପ୍ରଣାଳୀରେ ଚାଷ କାର୍ଯ୍ୟ କରିଥିଲେହେଁ ସେଭଲି ଚାଷୀ ମାନଙ୍କୁ ଉପେକ୍ଷା କରାଯାଇଥିବା ହେତୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ପ୍ରତିବର୍ଷ ଜିଲ୍ଲାରେ ଥିବା କୃଷି ଉପନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ଜିଲ୍ଲା କୃଷକ ରତ୍ନ ଉପାଧି ପ୍ରଦାନ କରାଯାଉଥିବା ବେଳେ ଚଳିତ ବର୍ଷ ତାହାର ବ୍ୟତିକ୍ରମ ହୋଇଥିବାରୁ ଚାଷୀମାନେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଥିଲେ। ଚାଷୀମାନଙ୍କୁ କେବଳ ନାମକୁ ମାତ୍ର ଲୋକ ଦେଖାଣିଆ ଭାବେ ଗଣନା କରାଯାଉଥିବା ବେଳେ ବାସ୍ତବ ପକ୍ଷେ ଚାଷିର ଉଚିତ ସ୍ଥାନ ମର୍ଯ୍ୟାଦା ମିଳି ପାରୁନଥିବା ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି। ଏସଂପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଏହାର ବିଚାର କରାଯିବ ବୋଲି କହିଥିବା ଜଣାପଡିଛି। କଳାହାଣ୍ଡି ଉତ୍ସବର ପ୍ରଥମ ଦିନ ସଂଧ୍ୟାରେ କେତେକ ଚାଷୀଙ୍କୁ ମଣ୍ଡିକୁ ଏଫଏକ୍ୟୁ କିସମର ଧାନ ଆଣିଥିବା ନେଇ ସମ୍ମାନୀତ କରାଯାଇଥିଲା। ହେଲେ ଜିଲ୍ଲାର ହଜାର ହଜାର ସଂଖ୍ୟାରେ ଚାଷୀ ଏଫଏକ୍ୟୁ କିସମର ଧାନ ମଣ୍ଡିକୁ ଆଣୁଥିବା ବେଳେ ସେମାନଙ୍କୁ କିପରି ଉପେକ୍ଷା କରାଗଲା ତାହା ଚାଷୀ ମହଲରେ ମୁଖ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କଳାହାଣ୍ଡି ଉତ୍ସବ ବିଗତ ୧୯୯୩ ରେ ପ୍ରଥମ କରି ଆରମ୍ଭ କରାଯାଇଥିବା ବେଳେ କଳାହାଣ୍ଡିର ଲୁକ୍କାୟୀତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସାଂସ୍କୃତିକ ଭାବଧାରାର ଆଦାନ ପ୍ରଦାନ କରିବା ହିଁ ମୂଳ ଲକ୍ଷ୍ୟ ହୋଇଥିବା ବେଳେ ବାସ୍ତବ କ୍ଷେତ୍ରରେ ତାହା ହୋଇପାରୁନଥିବା ଆଲୋଚନା ହେଉଛି। ଏପରିକି ଗ୍ରାମାଂଚଳର ଅନେକ ପ୍ରତିଭାବାନ ବ୍ୟକ୍ତିତ୍ୱ ଥିଲେ ହେଁ ସେମାନଙ୍କୁ ଉପଯୁକ୍ତ ସୁଯୋଗ ମିଳିପାରୁନାହିଁ। ଦୀର୍ଘ ବର୍ଷ ଧରି କଳାହାଣ୍ଡି ଉତ୍ସବ କମିଟି ବଦଳିନଥିବା ହେତୁ ଚଳିତ ବର୍ଷ କମଟିକୁ ନୂତନ ରୂପରେକ ଦିଆଯାଇଥିଲେହେଁ ତାହା ସାର୍ବଜନୀନ ହୋଇ ପାରିନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଅନେକ ପ୍ରତିଭାବାନ ବ୍ୟକ୍ତି ଏହି ଉତ୍ସବରେ ସାମିଲ ହୋଇପାରୁନାହାନ୍ତି। ଆଗାମୀ ଦିନରେ ଏସବୁ ପ୍ରତି ଧ୍ୟାନ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top