ଜିଲ୍ଲା ପରିକ୍ରମା

ଲୀଳାକ୍ଷେତ୍ର ମାହାତ୍ମ ଓ ହରିହର ଉପାସନା ଆଲୋଚନା ଚକ୍ର

ପୁରୀ, ୨୩/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀ ଗୁଣ୍ଡିଚା ଆଧ୍ୟାତ୍ମିକ ଟ୍ରଷ୍ଟ ପୁରୀ ପକ୍ଷରୁ ଶ୍ରୀଜଗନ୍ନାଥଙ୍କର ଲିଳାକ୍ଷେତ୍ର କାଙ୍କଣଶିଖରୀ ନଇରୀ ଠାରେ ଲୀଳାକ୍ଷେତ୍ର ମାହାତ୍ମ ଓ ହରିହର ଉପାସନା ଶିର୍ଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲଶ। ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଶ୍ରୀମନ୍ଦିର ପୁରୋହିତ ଡଃ ସିଧେଶ୍ୱର ମହାପାତ୍ର ଯୋଗ ଦେଇ କହିଲେ ୧୭୩୧ ମସିହାରେ ଯେତେବେଳେ ମୁସଲମାନଙ୍କ ଦ୍ୱାରା ହିନ୍ଦୁ ମନ୍ଦିର ଓ ପୂଜିତ ବିଗ୍ରହ ମାନଙ୍କୁ ଆକ୍ରମଣ କରାଯାଉଥିଲା ସେତେବେଳେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ନଇରୀ ଠାରେ ସ୍ଥାନାନ୍ତରୀତ କରାଯାଇ ଗୋପନରେ ପୂଜା କରାଯାଉଥିଲା।ଦଇତାପତି ସେବକ ରଘୁନାଥ ଦାସ ମହାପାତ୍ର କହିଲେ ଶ୍ରୀ ଜଗନ୍ନାଥଙ୍କ ପାତାଳି ଲିଳା ଓ ଗୋପନ ସେବା ପୂଜା ସମ୍ବନ୍ଧରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସେବକ ଶ୍ୟାମସୁନ୍ଦର ମହାପାତ୍ର, ହରେକୃଣ୍ଣ ପ୍ରଧାନୀ ଚୂନରା ସେବକ.ଡଃ ଶରତ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ଶ୍ରୀ ଜଗନ୍ନାଥଙ୍କ ଗୋପନ ଲୀଳା ଅଦ୍ୱିତୀୟ ବୋଲି ବର୍ଣ୍ଣନା କରି ଶ୍ରୀକ୍ଷେତ୍ର ସହ ନଇରୀ ଲିଳା କ୍ଷେତ୍ର ସହ ତଳଳନା କରି ଭଗବାନଙ୍କ ମହିମା ଗାନ କରିଥିଲେ।ସମ୍ମାନୀୟ ବକ୍ତାଭାବେ ଡଃ ବଳରାମ ଦାସ, ପ୍ରଫେସର ଅଭିମନ୍ୟୁ ଭୂୟାଁ, ଟ୍ରଷ୍ଟାର ଉପାଧ୍ୟକ୍ଷ ବିନୋଦ କୁମାର ପଣ୍ଡା ମଂଚାସିନ ଥିଲେ। ଟ୍ରଷ୍ଟର ସଂପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ପ୍ର୍ରାରମ୍ଭରେ ମଦନ ମୋହନ ମହାପାତ୍ର ଆଲୋଚନାରେ ଆଭିମୁଖ୍ୟ ବର୍ଣ୍ଣନା କରିଥିବା ବେଳେ ଅଶୋକ କୁମାର ଆଢ୍ୟ ସ୍ୱାଗତ ଭାଷଣ ଦେଇଥିଲେ। ଆଲୋଚନା ଚକ୍ରରେ ଡଃ ଶୁଶାନ୍ତ ସାହୁ, ଲଳିତ ମୋହନ ପଟନାୟକ, ହାଡିବନ୍ଧୁ ପଟନାୟକ, କେଦାର ସୋର ନନ୍ଦ, ଶାନ୍ତିଲତା ପ୍ରଧାନ, ଚାରୁଲତା ମିଶ୍ର ପ୍ରମୁଖ ଆଲୋଚନାରେ ଅଠା ଗ୍ରହଣ କରିଥଲେ। ଶେଷରେ ଭବାନି ପ୍ରସାଦ ବଳିୟାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top