ଲିମ୍କା ବୁକ୍ ଅଫ୍ ରେକର୍ଡସରେ ମୁମ୍ବାଇ ଡିଭିଜନର ମାତୁଙ୍ଗା ରେଳଷ୍ଟେସନ: ରେଳଷ୍ଟେସନର ସମସ୍ତ କର୍ମଚାରୀ ମହିଳା

ମୁମ୍ବାଇ ୧୧-୧ (ଓଡ଼ିଆ ପୁଅ) ମହିଳା କର୍ମଚାରୀଙ୍କୁ ସଶକ୍ତୀକରଣ କରିବା ଦିଗରେ ଭାରତୀୟ ରେଳବାଇର ଉଦ୍ୟମ ଯୋଗୁ ସେଂଟ୍ରାଲ ରେଲୱେ ମୁମ୍ବାଇ ଡିଭିଜନର ମାତୁଙ୍ଗା ଷ୍ଟେସନ ଲିମକାବୁକ୍ ଅଫ୍ ରେକର୍ଡସ-୨୦୧୮ରେ ସ୍ଥାନିତ ହୋଇପାରିଛି। ମାତୁଙ୍ଗା ଷ୍ଟେସନ ଦେଶର ପ୍ରଥମ ରେଳଷ୍ଟେସନ ଯେଉଁଠାରେ କି ସମସ୍ତ କର୍ମଚାରୀ ମହିଳା। ଏଠାରେ ୪୧ ଜଣ ମହିଳା କର୍ମଚାରୀଙ୍କୁ ମୁତୟନ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୧୭ ଜଣ ବୁକିଂ କ୍ଲର୍କ, ୬ ଜଣ ଆରପିଏଫ୍ ଯବାନ୍, ୮ ଜଣ ଟିକେଟ ଚେକର୍, ୫ ଜଣ ପଏଂଟ ପର୍ସନ, ୨ ଜଣ ଘୋଷକ ଏବଂ ୨ ଜଣ ସଫେଇ କର୍ମଚାରୀ। ଏମାନେ ଷ୍ଟେସନ ମ୍ୟାନେଜର ଶ୍ରୀମତୀ ମମତା କୁଲକର୍ଣ୍ଣିଙ୍କ ତତ୍ୱ୍ୱାବଧାନରେ କାର୍ଯ୍ୟ କରୁଛନ୍ତି। ୧୯୯୨ରେ ମମତା କୁଲକର୍ଣ୍ଣି ପ୍ରଥମ ମହିଳା ଏଏସ୍ଏମ ଭାବେ ସେଂଟ୍ରାଲ ରେଲୱେର ମୁମ୍ବାଇ ଡିଭିଜନ ଦ୍ୱାରା ନିଯୁକ୍ତ ହୋଇଥିଲେ। ଗତ ୬ ମାସ ଧରି ଏହି ମହିଳା କର୍ମଚାରୀମାନେ ଚବିଶ ଘଂଟା ଷ୍ଟେସନ ପରିଚାଳନା କରୁଛନ୍ତି।

Leave a Reply

Your email address will not be published. Required fields are marked *