ଲାୟନସ କ୍ଲବର ବାର୍ଷିକ ସମ୍ମିଳନୀ ଆୟୋଜିତ

ଟିଟିଲାଗଡ଼ ୨୭-୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ସ୍ଥାନୀୟ ଗୋବିନ୍ଦ ବାଟିକା ପରିସରରେ ଲାୟନସକ୍ଲବର ତିନିସ ବାଇଶ ସି ଦୁଇର ସତେଇଶ ତମ ଦୁଇ ଦିବସୀୟ ବାର୍ଷିକ ଆଞ୍ଚଳିକ ସମିଳନୀ ଅନୁଷ୍ଠିତ ହୋଇଯାଇଛି। ଏ ନେଇ ଲାୟନସ କ୍ଲବପ୍ରତିନିଧି ଙ୍କ ପକ୍ଷରୁ ସହରରେ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଟିଟିଲାଗଡ ଲାୟନସ କ୍ଲବ ସଭାପତି ଦୀପକ ଗୋୟଲଙ୍କ ଅଧ୍ୟକ୍ଷତାରେ ତଥା ପ୍ରୋଜେକଟ ଚେୟାରମେନ ସଞ୍ଜୟ ସାହୁ ଡ଼ି.ଜି ବ୍ରିଜମୋହନ ଅଗ୍ରୱାଲ ଦ୍ୱିତୀୟ ଡ଼ି ଜି ବିନୋଦ ମୋହନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ। ଗଭରନର ଭାବେ ଦୁର୍ଗାପ୍ରସାଦ ଶର୍ମା ମନୋନିତ ହୋଇଥିଲେ। ସମ୍ମିଳନୀରେ ଲାୟନ ଦୀପକ ସାହୁ ଈଶ୍ୱର ଜୈନ, ସଞ୍ଜୟ ନାୟକ, ରାଧାକାନ୍ତ ବେହେରା, ଶମ୍ଭୁ ଗୋୟଲ, ସଜନ କକମାନୀ, ଲିଙ୍ଗରାଜ ସାହୁ, ସୌରଭ ସାହୁ ,ଆନନ୍ଦ ଜୈନ,ପ୍ରଭାସ ସାହୁ, ମଦନ ପୃଷ୍ଟି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *