ଓଡ଼ିଶା

ଲାଲ ବାହୀନର ଲାଲ ତାଣ୍ଡବ: ନାଟ ଦେଖି ଫେରୁଥିବା ସମୟରେ ଆଦିବାସୀ ଯୁବକକୁ ହତ୍ୟା

ମାଲକାନଗିରି,୨୪,୧୦ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲାସ୍ଥ ମାଥିଲି ଥାନା ସାଲିମ୍ ପଞ୍ଚାୟତରେ ଲାଲବହିନୀ ଲାଲ ତାଣ୍ଡବ ଘଟାଇ ଜଣେ ନିରୀହ ଆଦିବାସି ଯୁବକକୁ ପୁଲିସ ସୂଚନା ଦାତା କହି ହତ୍ୟାକରିଛନ୍ତି।

ମଙ୍ଗଳବାର ରାତ୍ରରେ ସାଲିମ୍ ପଂଚାୟତ ବୁରୁବେଢ଼ା ଗ୍ରାମର ଅନନ୍ତ ରାମ ଭୂମିୟା ନାମକ ଆଦିବାସି ଯୁବକ ନିକଟସ୍ଥ ଗ୍ରାମକୁ ଦେଶିଆ ନାଟ ଦେଖି ରାତ୍ର ୧୨ଟା ରେ ଘରକୁ ଫେରୁଥିବା ସମୟରେ ପ୍ରାୟ ୧୫ ରୁ ୨୦ ମାଓବାଦୀ ତାଙ୍କୁ ରାସ୍ତା ରୁ ଉଠାଇନେଇ ଜଙ୍ଗଲକୁ ପଳାଇଥିଲେ। ଜଙ୍ଗଲରେ ତାଙ୍କୁ ବାନ୍ଧି ପୁଲିସର ସୁଚନାଦାତା କହି ନିସ୍ତୁକ ମାଡ଼ ମାରିଥିଲେ। ତାଙ୍କର କିଛି ପୁଲିସ ସହ ସମ୍ପର୍କ ନାହିଁ ଯେତେ କହିଲେବି ମାଓବାଦୀମାନେ କିଛି ଶୁଣିନଥିଲେ। ମୁଣ୍ଡକୁ ଠେଙ୍ଗାରେ ଟାଙ୍ଗିଆରେ ମାଡ଼ଦେଇ ଆହତ କରି ବାପରେ ଗଳା କାଟି ହତ୍ୟାକରି ଧାକଡ଼ ରାସି ଜଙ୍ଗଲ ରାସ୍ତାରେ ପକାଇ ପାଳୁଥିଲେ। ଆଜି ସକାଳେ ରାସ୍ତାରେ ଜଣେ ଲୋକର ରକ୍ତାକ୍ତ ମୃତ ଶରୀର ପଡିଥିବାର ଦେଖି ମାଥିଲି ଥାନାକୁ ଖବର ଦେଇ ଥିଲେ।ପୁଲିସ ଘଟଣାସ୍ଥଳରେ ପହଁଛି ମୃତ ଶରୀର ଜବତ କରି ପରିବାର ଲୋକଙ୍କୁ ଜଣାଇ ଶବ ବ୍ୟବଛେଦ ପାଇଁ ମାଥିଲି ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି।

ଅନନ୍ତ ରାମ ଭୂମିୟା ପୁଲିସର ସୂଚନା ଦାତା କି ଏସ୍ ପି ଓ ଚାକିର କରିନଥିଲେ ,ସେ ଜଣେ ଗ୍ରାମର ସାଧାରଣ ଆଦିବାସି ଯୁବକ।ଚାଷ ଓ କୁଳିକାମ କରି ଚଳୁଥିଲେ।ମାଓବାଦୀ ମାନେ ସେ ପୁଲିସ ଇନ୍ ଫର୍ମର ଥିଲା ବୋଲି ମିଥ୍ୟାରେ କହୁଛନ୍ତି,ମାଲକାନଗିରି ଜିଲ୍ଲାରେ ମାଓ ଦମନ ଜୋରଦାର ଚାଲିଛି,ଏହି ଘଟଣା ଛତିଶଗଡ଼ ଦରଭା ଡିଭିଜନ ମାଓବାଦୀ ମାନେ କରିଥାଇପାରନ୍ତି।ଜିଲ୍ଲାପୁଲିସ ପକ୍ଷରୁ ଛତିଶଗଡ଼ ସୀମା ସିଲ କରି ସେ ଅଂଚଳରେ ସର୍ଚ୍ଚ ଅପରେସ ନ ସହ ଯୋର ଦାର କମ୍ବି ଅପରେସ ନ ଚାଲିଛି ବୋଲି ମାଲକାନଗିରି ଏସ ପି ଜଗମୋହନ ମୀନା କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top