ଲାଲ ବାହାଦୂର ନୋଡାଲ ଉଚ୍ଚ ଶିକ୍ଷାଶ୍ରମରେ କ୍ୟାରିଅର କାଉନସେଲିଂ

କେନ୍ଦ୍ରାପଡା ୧୮/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ମେହେନ୍ଦିପୁର ଗ୍ରାମର ଲାଲ ବାହାଦୂର ନୋଡାଲ ଉଚ୍ଚ ଶିକ୍ଷାଶ୍ରମରେ ପ୍ରଧାନ ଶିକ୍ଷକ ବାଇଧର ରାଉତଙ୍କ ଅଧ୍ୟକ୍ଷତାରେ କ୍ୟାରିଅର କାଉନସେଲିଂ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ନିଳମଣୀ ପରିଡା,ଜଗତସିଂହପୁରର କୃଷି ଅଧିକାରୀ ପ୍ରଭାତରଞ୍ଜନ ଦାସ,ବରିଷ୍ଠ ଆଇନଜିବୀ ଅଧିକାରୀ ପ୍ରଭାତ କୁମାର ଦାସ,ଆଂଚଳିକ ବ୍ୟାଙ୍କିଂ କୋଚିଂ ସେଂଟରର ପ୍ରତିନିଧି ଭବାନିଶଙ୍କର ସାହୁ ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦିବାକର ଜେନା ପ୍ରମୁଖ ଯୋଗଦେଇ ଶିକ୍ଷାଶ୍ରମର ନବମ ଓ ଦଶମ ଶ୍ରେଣୀର ଏକଶହରୁ ଉଦ୍ଧ୍ୱର୍ ଛାତ୍ରୀଙ୍କୁ ଭବିଷ୍ୟତ କର୍ମଚୟନ ପାଇଁ ମାର୍ଗଦର୍ଶନ କରିଥିଲେ । ବରିଷ୍ଠ ଶିକ୍ଷକ କ୍ଷିରୋଦ କୁମାର ପଣ୍ଡା ଅତିଥି ପରିଚୟ ପ୍ରଦାନ ଓ ଶିକ୍ଷକ ପ୍ରକାଶ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାଶ୍ରମର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *