ଲାଲ ବାହାଦୂର ନୋଡାଲ ଉଚ୍ଚ ଶିକ୍ଷାଶ୍ରମର ସୁବର୍ଣ୍ଣ ଜୟନ୍ତି ପାଳନ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୧୦/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ମେହେନ୍ଦିପୁର ଲାଲ ବାହାଦୂର ନୋଡାଲ ଉଚ୍ଚ ଶିକ୍ଷାଶ୍ରମର ସୁବର୍ଣ୍ଣ ଜୟନ୍ତି ପାଳନ ଉପଲକ୍ଷେ ଆଜି ଏକ ପ୍ରସ୍ତୁତି ବୈଠକ ଉଚ୍ଚ ଶିକ୍ଷାଶ୍ରମ ପରିସରରେ ସୁବର୍ଣ୍ଣ ଜୟନ୍ତି ପାଳନ କମିଟି ସଭାପତି ତଥା ପ୍ରାକ୍ତନ ପ୍ରଧାନ ଶିକ୍ଷକ ଦିବାକର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଆସନ୍ତା ଅପ୍ରେଲ ମାସ ପ୍ରଥମ ସପ୍ତାହରେ ଲାଲ ବାହାଦୂର ନୋଡାଲ ଉଚ୍ଚ ଶିକ୍ଷାଶ୍ରମର ତିନି ଦିନିଆ ସୁବର୍ଣ୍ଣ ଜୟନ୍ତି ଉସôବ ପାଳନ ହେବାକୁ ଥିବାରୁ ସେ ସମ୍ପର୍କରେ ବୈଠକରେ ବିଷଦ ଭାବରେ ଆଲୋଚନା ହୋଇଥିଲା । ଏହି ଉସôବକୁ ସୁଚାରୁ ରୂପେ ପାଳନ କରାଯିବା ପାଇଁ ବିଭିନ୍ନ ସବ କମିଟି ଗଠନ କରାଯାଇ ସେହି କମିଟି ଗୁଡିକୁ ଭିନ୍ନ ଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଶିକ୍ଷାଶ୍ରମ ପରିସରକୁ ସରଶ ସୁନ୍ଦର କରିବା ପାଇଁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷକ ବାଇଧର ରାଉତ,ଶିକ୍ଷକ ସନ୍ତୋଷ କୁମାର ଦାସ,ପ୍ରକାଶ କୁମାର ବେହେରା,କ୍ଷିରୋଦ କୁମାର ପଣ୍ଡା, ସଙ୍କର୍ଷଣ ପ୍ର୍ରଧାନ, ଚିନ୍ମୟ ମହାନ୍ତି, ଶିକ୍ଷୟତ୍ରୀ ପରମେଶ୍ୱର ସେଣ,ନାରାୟଣ ଜେନା,ପୁରାତନ ଛାତ୍ର ହେମନ୍ତ କୁମାର ଜେନା,ସମ୍ପାଦକ ପ୍ରତାପ କେଶରୀ ବିଶ୍ୱାଳ,ଶ୍ରୀବସô ନାୟକ,ସୁରେଶ ଚନ୍ଦ୍ର ଭୋଳ,ହିମାଂଶୁ ରାଉତ,ରଞ୍ଜନ କୁମାର ମଲ୍ଲ,ଶୁଭାଂଶୁ କୁମାର ଦାସ,ସତ୍ୟପ୍ରୀୟ ଦାସ, ଉମାକାନ୍ତ ଜେନା, ନୀରୋଦ ରାଉତ,ଶାରଦା ପ୍ରସନ୍ନ ରାଉତ,ସମିତି ସଭ୍ୟ ହେମନ୍ତ କୁମାର ବିଶ୍ୱାଳ,ସାମ୍ବାଦିକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *