କେନ୍ଦ୍ରାପଡ଼ା

ଲାଲବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା ୯/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ )- ଭରତପୁର ପଂଚାୟତ ଅନ୍ତର୍ଗତ ମେହେନ୍ଦିପୁର ଲାଲ ବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମର ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ଶିକ୍ଷାଶ୍ରମ ପରିସରରେ ଏକ ପ୍ରସ୍ତୁତି ବେଠକ ସୁବର୍ଣ୍ଣ ଜୟନ୍ତୀ କମିଟି ସଭାପତି ଶିକ୍ଷକ ଦିବାକର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା। ଏହି ବୈଠକରେ ଚଳିତମାସ ୨୭ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତି ଗ୍ରହଣ କରାଯିବା ସହିତ ବିଭିନ୍ନ କମିଟି ଗଠନ କରାଯାଇ ସେହି କମିଟି ଗୁଡିକ ଉପରେ ଉତ୍ସବ ଉପଲକ୍ଷେ ବିଭିନ୍ନ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ବୈଠକରେ ପ୍ରାକ୍ତନ ଶିକ୍ଷକ ଅକ୍ଷୟ କୁମାର ଦାଶ, ଅଲେଖ ପ୍ରସାଦ ଦାସ, ଶିକ୍ଷକ ସନ୍ତୋଷ କୁମାର ଦାସ, ନାରାୟଣ ଚନ୍ଦ୍ର ଜେନା, ସମ୍ପାଦକ ପ୍ରତାପ କେଶରି ବିଶ୍ୱାଳ, ଚିତରଞ୍ଜନ ଦାସ, ନିରୋଦ କୁମାର ରାଉତ, ପ୍ରବୋଧ କୁମାର ଦାସ, ହେମନ୍ତ କୁମାର ଜେନା, ରଞ୍ଜନ କୁମାର ମଲ୍ଲ, ଅରୁଣ କୁମାର ସାମଲ, ଉମାକାନ୍ତ ଜେନା, ସତ୍ୟପ୍ରିୟ ଦାସ, ଅମର କୁମାର ରାଉତ, ହେମନ୍ତ କୁମାର ବିଶ୍ୱାଳ, ରାଜକିଶୋର ବିଶ୍ୱାଳ, ଲଲାଟେନ୍ଦୁ ବିଶ୍ୱାଳ, ଦେବାଶିଷ ପ୍ରସାଦ ଜେନା, ଶୁଭାଂଶୁ ଦାସ, ବିଜୟ କୁମାର ଦାସ, ଶାରଦା ପ୍ରସାଦ ରାଉତ, ଶରତ କୁମାର ବାରିକ, ଖଗେଶ୍ୱର ମଲ୍ଲ, ଶ୍ରୀଧର ଭୋଳ, ଅରବିନ୍ଦ ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top