କେନ୍ଦ୍ରାପଡ଼ା

ଲାଲବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମରେ ମାଗଣା ସ୍ୱାସ୍ଥ୍ୟସେବା ଶିବିର

କେନ୍ଦ୍ରାପଡା ୨୫/୩(ଓଡିଆପୁଅ/ଚିତ୍ତରଞ୍ଜନ ଦାସ) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ମେହେନ୍ଦିପୁର ଲାଲ ବାହାଦୁର ଉଚ୍ଚ ଶିକ୍ଷାଶ୍ରମର ସୁବର୍ଣ୍ଣ ଜୟନ୍ତି ପାଳନ ଅବସରରେ ପୁରାତ୍ତନ ଛାତ୍ର ସଂସଦ ପକ୍ଷରୁ ଆଜି ଶିକ୍ଷାଶ୍ରମ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା । କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିସôାଳୟର ପୂର୍ବତନ ଅତିରିକ୍ତ ଜିଲ୍ଲା ଚିକିସôା ଅଧିକାରୀ ଡା.ଅଲେଖ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିଲେ । ଏହି ଶିବିରରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସପିଟାଲର ଭେଷଜ ବିଭାଗ ଡା.ଅମଳେନ୍ଦୁ ଜେନା,ଶିଶୁରୋଗ ବିଭାଗର ଡା.ରତିରଞ୍ଜନ ସ୍ୱାଇଁ,ଅସ୍ତିଶଲ୍ୟ ବିଭାଗର ଡା.ଦିଲ୍ଲିପ କୁମାର ଚାନ୍ଦ,ସ୍ନାୟୁଶଲ୍ୟ ବିଭାଗର ଡା.କୁମରମଣି ଜେନା,ସ୍ତ୍ରୀ ଓ ପ୍ରସୁତି ବିଭାଗର ଡା.ଅମରେଶ ସାହୁ,ଅସ୍ତିଶଲ୍ୟ ବିଭାଗର ଡା.ଜଗନ୍ନାଥ ସାହୁ,ଶିଶୁରୋଗ ବିଭାଗର ଡା.ରତିକାନ୍ତ ଦାସ,ଗ୍ୟାଷ୍ଟ୍ରୋଲୋଜି ବିଭାଗର ଡା.ପ୍ରଶାନ୍ତ କୁମାର ପରିଡା ଓ ଅସ୍ତିଶଲ୍ୟ ବିଭାଗର ଡା.ନୃସିଂହ ଚରଣ ସାମଲ ପ୍ରମୁଖ ଯୋଗଦେଇ ୪୨୦ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ରୋଗୀମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣ ଜୟନ୍ତୀ ପାଳନ କମିଟି ସଭାପତି ଦିବାକର ଜେନା,ସମ୍ପାଦକ ପ୍ରତାପ କେଶରୀ ବିଶ୍ୱାଳ,ଭରତପୁର ସରପଞ୍ଚ ଜୀନତପ୍ରିୟଦର୍ଶିନୀ ରାଉତ,ସମିତିସଭ୍ୟ ହେମନ୍ତ କୁମାର ବିଶ୍ୱାଳ,ଶିକ୍ଷକ ସନ୍ତୋଷ କୁମାର ଦାସ,ପ୍ରକାଶ କୁମାର ବେହେରା,ଅଲେଖ ପ୍ରସାଦ ଦାସ,ପ୍ରବୋଧ କୁମାର ଦାସ,ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିବା ବେଳେ ହେମନ୍ତ କୁମାର ଜେନା,ରଞ୍ଜନ କୁମାର ମଲ୍ଲ,ଅରୁଣ କୁମାର ସାମଲ,ବିଜୟ କୁମାର ଦାସ,ଶିବପ୍ରସାଦ ଦାସ,ପଲ୍ଲବ ରାଉତରାୟ,ଲିଙ୍ଗରାଜ ଜେନା,ରାଜମୋହନ ବିଶ୍ୱାଳ,ପଙ୍କଜ ରାଉତରାୟ,ରାଜନ ବିଶ୍ୱାଳ,ବିଭୁତି ଭୂଷଣ ରାଉତ,ଦୀପକ ରାଉତ,କେଦାର ବିଶ୍ୱାଳ,ସତ୍ୟନାରାୟଣ ପଣ୍ଡା,ହୃଷିକେଶ ଦାସ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top