ଲାଞ୍ଜି ଗ୍ରାମର ପାନୀୟ ଜଳ ସମସ୍ୟା ଦୂର ହେବ କେବେ ?

ଖଡିଆଳ/ନୂଆପଡା-୨୬.୦୪.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଲାଞ୍ଜି ଗ୍ରାମରେ ପାନୀୟ ଜଳର ଉକôଟ ସମସ୍ୟା ଦେଖାଦେଇଛି । ବିଶୁଦ୍ଧ ପାନୀୟ ଜଳ ନପାଇ ସ୍ଥାନୀୟ ଲୋକମାନେ ଫ୍ଲୋରାଇଡ୍ ଯୁକ୍ତ ବିଷାକ୍ତ ପାନୀୟଜଳ ସେବନ କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଲିଖିତ ଜଣାଇ ଆସୁଥିଲେହେଁ କୈାଣସି ସୁଫଳ ମିଳିନଥିବା ଗ୍ରାମର ମହିଳା ଓ ପୁରୁଷମାନେ ଅଭିଯୋଗ କରିଛନ୍ତି । ନୂଆପଡା ଜିଲ୍ଲାରେ ପ୍ରଚଣ୍ଡ ରୁଦ୍ର ତାପର ପ୍ରକୋପ ଦେଖିବାକୁ ମିଳିଛି । ସକାଳ ୯ଘଂଟା ସମୟରୁ ସୂର୍ଯ୍ୟ ରଶ୍ମି କିରଣରେ ଲୋକେ ବିଚଳିତ ହୋଇପଡୁଛନ୍ତି । ସେହିଭଳି ଲୋ ଭୋଲଟେଜ୍ , ପାନୀୟଜଳ ସମସ୍ୟା ଉକôଟ ରୂପ ଧାରଣ କରିଛି । ଖଡିଆଳ ବ୍ଲକ ସଦର ମହକୁମାଠାରୁ ୧୦ କିଲୋମିଟର ଦୂରତା ଲାଞ୍ଜି ଗ୍ରାମ । ଏହି ଗ୍ରାମର କଟାପଡା, ହସପିଟାଲପଡା ରେ ପାନୀୟଜଳର ଘୋର ଅଭାବ ଦେଖାଦେଇଛି । ଗ୍ରାମ୍ୟ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନଳକୂପ ଖନ କରାଯାଇଛି । ହେଲେ ଏହି ନଳକୂପ ଗୁଡିକରେ ଶତପ୍ରତିଶତ ଫ୍ଲୋରାଇଡ୍ ମିଶ୍ରଣ ପାଣି ନିର୍ଗତ ହେଉଅଛି । ଯାହାଫଳରେ ଗ୍ରାମବାସୀ ବିକଳ୍ପ ନପାଇ ବାଧ୍ୟ ହୋଇ ଫ୍ଲୋରାଇଡ୍ ଯୁକ୍ତ ପାଣିକୁ ସେବନ କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ୩ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ଛୋଟ ବଡ ୬ଗୋଟି ସାହି ରହିଛି । ସେଥିମଧ୍ୟରୁ ହସପିଟାଲସାହି ଏବଂ କଟାସାହିରେ ପାନୀୟଜଳ ଉକôଟ ସମସ୍ୟା ଦେଖିବାକୁ ମିଳିଛି । କିନ୍ତୁ ଏହି ସାହି ପ୍ରତି ଜନସ୍ୱାସ୍ଥ୍ୟ ବିଭାଗର ଦୃଷ୍ଟିପଡୁନାହିଁ । ପରିିତାପର ବିଷୟ ଏହିକି ଯେ ୧୦ବର୍ଷ ପୂର୍ବେ ଏହି ଗ୍ରାମକୁ ପାଇପ୍ ଯୋଗେ ଖୁଦ୍ପେଜ୍ ନଦୀ ମୁହାଁଣରୁ ମେଗା ପ୍ରୋଜେକ୍ଟ ଜରିଆରେ ୨୫ଲକ୍ଷ ବ୍ୟୟରେ ଜଳଯୋଗାଣ କରାଯାଇଥିଲା । । ବିଭାଗୀୟ ଅଧିକାରୀ ଏବଂ ନିୟୋଜିତ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ କାମ ନିମ୍ନମାନର ହୋଇଅଛି । ପାଇପ୍ ଲାଇନ୍ ଦହ ଦହ ଖୋଳା ପଡିଥିବା ବେଳେ ଷ୍ଟାଣ୍ଡ ପୋଷ୍ଟଗୁଡିକ ଅଚଳ ହୋଇପଡିଛି । ଯାହାଫଳରେ ଗ୍ରାମବାସୀ ବିଶୁୁଦ୍ଧ ପାନୀୟ ଜଳ ନପାଇ ବିଷାକ୍ତ ଫ୍ଲୋରାଇଡ୍ ମୁକ୍ତ ପାଣି ସେବନ କରି ରୋଗାକ୍ରାନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଆଣ୍ଠୁ, ଗଣ୍ଠି ଦରଦ, ପେଟ ଦରଦ, ଦାନ୍ତ କଳା ପଡିବା ସହ କିଡନି ରୋଗରେ ପଡି ମୃତୁ୍ୟ ମୁଖରେ ପଡୁୁଥିବା ଲୋକେ କହିଛନ୍ତିି । ସେହିଭଳି ତୁରନ୍ତ ପାନୀୟ ଜଳ ବ୍ୟବସ୍ଥା ନକଲେ ତୀବ୍ରତର ଆନେ୍ଦାଳନ କରିବେ ବୋଲି ଗା୍ରମାବାସୀ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *