ଜିଲ୍ଲା ପରିକ୍ରମା

ଲାଞ୍ଜି ଗ୍ରାମରେ ପାନିୟ ଜଲ ସମସ୍ୟା

ଖଡିଆଳ/ନୂଆପଡା-୨୨.୦୩.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକଠାରୁ ୧୦କିମି ଦୂରତାରେ ରହିଛି ଲାଞ୍ଜିି ଗ୍ରାମ ପଂଚାୟତ । ଏହି ଲାଞ୍ଜିି ି ଗ୍ରାମରେ ଦୁଇ ହଜାରରୁ ଉଦ୍ଧ୍ୱର୍ ଆଦିବାସୀ ଓ ହରିଜନ ସଂପ୍ରଦାୟର ଲୋକ ବାସବାସ କରୁଥିବା ବେଳେ ପାନୀୟ ଜଳ ପାଇଁ କେବଳ ୫ଟି ନଲକୂପ ରହିଛି ।ତିନୋଟି ନଲକୂପରେ ମାତ୍ରାଧିକ ଫ୍ଲୋରାଇଡଯୁକ୍ତ ପାଣି ବାହାରୁଥିବା ବେଳେ ଅନ୍ୟ ଦୁଇଟିନଳକୂଅ ଅଚଳ ହୋଇପଡିଛି । ଏବେ ଦିନକୁ ଦିନ ଖରାତାତି ବଢି ଚାଳିଥିବା ବେଳେ ପାନିୟ ଜଳର ସମସ୍ୟା ଲାଂଜି ଗ୍ରାମବାସୀଙ୍କୁ ଡହକ ବିକଳ କରି ଦେଉଛି ।ଅପରପକ୍ଷେ, ଏହି ଲାଞ୍ଜିି ଗ୍ରାମକୁ ପ୍ରଶାସନ ତଥା ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ୨୯ ଲକ୍ଷ ଟଙ୍କା ବ୍ୟୟରେ ଉଭରହେଡ ଟ୍ୟାଙ୍କ ନିର୍ମାଣ କରି ପାଇପ ପୋତିବା ସହ ଷ୍ଟାଣ୍ଡପୋଷ୍ଟଗୁଡିକ ମଧ୍ୟ ନିର୍ମାଣ କରିଛନ୍ତି । ହେଲେ ତାହା ଅତିନିମ୍ନମାନର କାମ ହୋଇଥିବାରୁ ବିଭିନ୍ନ ସ୍ଥାନରେ ପାଇପଗୁଡିକ ଫାଟି ଯିବା ଦ୍ୱାରା ଲାଂଜି ଗ୍ରାମର ଷ୍ଟେଣ୍ଡ ପୋଷ୍ଟଗୁଡିକୁ ଏଯାଏଁ ପାଇପ ଦ୍ୱାରା ପାନିୟ ଜଳ ପହଂଚିପାରୁ ନାହିଁ । ଯାଫଳରେ ପ୍ରତିଦିନ ଲାଂଜି ଗ୍ରାମର ଛୁଆଠାରୁ ବୟସ୍କ ମହିଳାମାନେ ଟାଣଖରାରେ ବିପଦ ପୂର୍ଣ ଅବସ୍ଥାରେ ଦୀର୍ଘ ଘଂଟାଧରି ଅପେକ୍ଷା କରି ନଲକୂଅର ମାତ୍ରାଧିକ ଫ୍ଲୋରାଇଡଯୁକ୍ତ ଦୂଷିତ ଜଳକୁ ସଂଗ୍ରହ କରୁଛନ୍ତି ।ଏହି ଫ୍ଲୋରାଇଡଯୁକ୍ତ ଜଳକୁ ସେବନ କରିବା ଦ୍ୱାରା ଅନେକ ଶିଶୁ ଓ ମହିଳାମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ବହୁ ଅସୁବିଧାର ହେଉଥିବା ସ୍ଥାନିୟ ମହିଳାମାନେ କହିଛନ୍ତି ।
ଖଡିଆଳ ବ୍ଲକ ଲାଞ୍ଜିି ଗାଁରେ ଦିନକୁ ଦିନ ପାନୀୟ ଜଳର ଉକ୍ରଟ ସମସ୍ୟାା ଦେଖାଦେଇଛି । ପାନୀୟ ଜଳ ସହ ସ୍ଥାନିୟ ଲୋକମାନଙ୍କୁ ଗାଧୋଇବା ପାଇଁ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରୀଷ୍ମ ପୂର୍ବରୁ ଲାଂଜି ଗାଁରେ ଥିବା ତିନୋଟି ବନ୍ଧ ମଧ୍ୟରୁ ଦୁଇଟି ବନ୍ଧରେ ଜଳ ସଂଙ୍କଟ ଦେଖାଦେଇଥିବା ବେଳେ ଗୋଟିଏ ବନ୍ଧ ପାଣି ସଂପୂର୍ଣ ଦୂଷିତ ହୋଇଯାଇଛି । ଏହି ଦୂଷିତ ଜଳକୁ ଗାଧୋଇବାରୁ ଲାଂଜି ଗାଁର ଛୋଟ ଛୋଟ ଶିଶୁମାନଙ୍କ ଶରୀରରେ ବିଭିନ୍ନ କାଛୁ କୁଣ୍ଡିଆ ରୋଗରେ ଆକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।ଅପରପକ୍ଷେ, ଲାଞ୍ଜିି ଗାଁର ପାନୀୟ ଜଳ ଅଭାବ ଦୂର କରିବା ପାଇଁ ଗତ ୨୦୧୫-୧୬ବର୍ଷରେ କେନ୍ଦୁପାଟି ଗାଁ ନିକଟରେ ପ୍ରଶାସନ ତଥା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ତରଫରୁ ୨୯ ଲକ୍ଷ ଟଙ୍କା ବ୍ୟୟରେ ଉଭରହେଡ ଟ୍ୟାଙ୍କ ନିର୍ମାଣ କରି ପାଇପ ଦ୍ୱାରା ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି ।ହେଲେ ଦୀର୍ଘ ବର୍ଷ ହେଳା ଲାଞ୍ଜିି ଗାଁରେ ରେ ଲୁହା ପାଇପ ବିଛେଇବା ସହ ଷ୍ଟେଣ୍ଡ ପୋଷ୍ଟଗୁଡିକ ନିର୍ମାଣ ହୋଇ ସାରିଛି ।ଅଥଚ ଜନସ୍ୱାସ୍ଥ୍ୟ ବିଭାଗର ନିମ୍ନମାନର କାମ ଯୋଗୁଁ ପାଇପ ଯୋଗେ ଷ୍ଟେଣ୍ଡ ପୋଷ୍ଟଗୁଡିକୁ ଏଯାଏଁ ପାଣି ଆସିପାରୁ ନାହିଁ । ଯାଫଳରେ ଦୀର୍ଘ ଚାରିବର୍ଷ ହେଳା ଲାଞ୍ଜି ଗାଁରେ ପାନିୟ ଜଳ ପାଇବାରୁ ବଂଚିତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହୋଇଆସୁଥିବା ସ୍ଥାନିୟ ଲୋକମାନେ ଆଭିଯୋଗ କରିଛନ୍ତି ।ଅପରପକ୍ଷେ,ଗାଁରେଥିବା ନଲକୂଅରେ ମାତ୍ରାଧିକ ଫ୍ଲୁରାଇଡ ଅଂଶ ରହିଥିବା ସତ୍ୱେ ଗାଁର ସମସ୍ତ ଲୋକେ ବାଧ୍ୟ ହୋଇ ନଲକୂଅର ସେହି ଦୂଷିତ ଜଳ ଉପରେ ନିର୍ଭର କରୁଛନ୍ତି । ଏହି ଦୂଷିତ ଜଳକୁ ସେବନ କରିବା ଦ୍ୱାରା ସ୍ଥାନିୟ ଲୋକମାନଙ୍କ ହାତ ଗୋଡ ଦରଜ ହେବା ସାଂଗକୁ ଅଙ୍କା ବଙ୍କା ହୋଇପଡୁଥିବା ବେଳେ ଅନେକ ବ୍ୟକ୍ତି ପେଟବ୍ୟଥା ରୋଗରେ ମଧ୍ୟ ଆକ୍ରାନ୍ତ ହୋଇ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ସ୍ଥାନିୟ ଲୋକମାନେ ଆଭିଯୋଗ କରିଛନ୍ତି ।ଏନେଇ ସ୍ଥାନିୟ ଲୋକମାନେ ବାରମ୍ବାର ନୂଆପଡା ଜିଲାପାଳ ତଥା ଖଡିଆଳ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ଉଭରହେଡ ଟ୍ୟାଙ୍କରୁ ପାଇପ ଯୋଗେ ଜଳ ଯୋଗାଣ ପାଇଁ ଦାବି କରିଆସୁଛନ୍ତି । ହେଲେ ପ୍ରଶାସନ ତରଫରୁ ଏଯାଏଁ ପାନୀୟ ଜଳର ବ୍ୟବସ୍ଥା କରିନଥିବାରୁ ଆଗାମୀ ଦିନରେ ସ୍ଥାନିୟ ଲୋକମାନେ ଖଡିଆଳ ବ୍ଲକ ତଥା ଗ୍ରାମ୍ୟ ଜଳ ଯୋଗାଣ ବିଭାଗର କନିଷ୍ଟ ଯନତ୍ରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।ଅପରପକ୍ଷେ, ନୂଆପଡା ଜିଲାପାଳ ଲାଞ୍ଜି ଗାଁକୁ ପାଇପ ଯୋଗେ ପାନିୟ ଜଳ ଯୋଗେଇ ଦିଆଯିବାର ବ୍ୟବସ୍ଥା ଖୁବ ଶିଘ୍ର କରାଯିବ ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top