ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଝୁମ୍ପୁରା ତହସିଲର ରେଭିନ୍ୟୁ ସୁପରଭାଇଜର

କେନ୍ଦୁଝର ୪ା୮(ଓଡିଆ ପୁଅ/ପ୍ରଦୀପ ମହାନ୍ତି):ଝୁମ୍ପୁରା ତହସିଲର ରେଭିନ୍ୟୁ ସୁପରଭାଇଜର ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡି ଜେଲ ଯାଇଛନ୍ତି। ଘଟଣାରୁ ପ୍ରକାଶଯେ, ଝୁମ୍ପୁରା ତହସିଲ ଧନୁର୍ଜୟପୁର ଗ୍ରାମର ଜନାର୍ଦ୍ଦନ ପାତ୍ର ଜମିଜମା ମାପ ଓ ଚିହ୍ନଟ ପାଇଁ ତହସିଲରେ ଆବେଦନ କରି ହଇରାଣ ହେଉଥିଲେ। ଝୁମ୍ପୁରା ତହସିଲରେ କାର୍ଯ୍ୟରତ ରେଭିନ୍ୟୁ ସୁପରଭାଇଜର କୃତ୍ତିବାସ ଗିରି ଜମି ମାପ ଓ ଚିହ୍ନଟ ପାଇଁ ଜନାର୍ଦ୍ଦନ ପାତ୍ରଙ୍କ ଠାରୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସଂର୍ପକରେ ଜନାର୍ଦ୍ଦନ କେନ୍ଦୁଝର ଦୁର୍ନୀତି ନିବାରଣ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଦୁର୍ନୀତି ନିବାରଣ ବିଭାଗ ଅଭିଯୋଗକୁ ଭିତ୍ତି କରି ଭିଲଲାନ୍ସ କେଶ ନଂ ୩୫/୨୦୧୮ରେ ଏକ ମାମଲା ରୁଜୁ କରିଥିଲେ। ଯୋଜନା ମୁତାବକ ଶନିବାର ଦିନ ଝୁମ୍ପୁରା ବଜାରରେ ଦିନ ପ୍ରାୟ ୨ଟା ସମୟରେ ଥିବା ମା’ତାରିଣୀ ଗ୍ରୋସେରୀ ଦୋକାନ ନିକଟରେ ଜନାର୍ଦ୍ଦନ ପାତ୍ରଙ୍କ ହାତରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜଗି ରହିଥିବା ଭିଜିଲାନ୍ସ ହାତରେ ଧରାପଡିଥିଲେ। ଭିଜିଲାନ୍ସ ଅଭିଯୁକ୍ତ ସୁପରଭାଇଜରକୁ କାବୁ କରିନେଇ ରାସାୟନିକ ବୋଳା ଟଙ୍କା ପକେଟରୁ ଜବତ କରିଥିବା ବେଳେ କୃତ୍ତିବାସଙ୍କର ହାତ ଧୋଇବାରୁ ଭିଜିଲାନ୍ସ ନୋଟରେ ମିଶାଇଥିବା ରସାୟନିକ ପାଣି ବାହାରିଥିଲା। ଏହି ଚଢାଉରେ କେନ୍ଦୁଝର ଭିଜିଲାନ୍ସ ଡିଏସପି ଦେବଦତ୍ତସେଠ୍, ଇନିସପେକ୍ଟର ପ୍ରଭୁକଲ୍ୟାଣ ଆଚାର୍ଯ୍ୟ, ଇନିସପେକ୍ଟର ହେମାମାଳିନୀ ନାୟକ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ସାମିଲ ଥିଲେ। ଭିଜିଲାନ୍ସ ଅଭିଯୁକ୍ତ ସୁପରଭାଇଜରଙ୍କୁ ଦୁର୍ନୀତି ନିବାରଣ ଆଇନ ଅନୁସାରେ ଗିରଫକରି ଶନିବାର ସଂନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ତାଙ୍କର ଜରବୀନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *