Home ଓଡ଼ିଶା ଲାଞ୍ଚନେଇ ଭିଜିଲାନ୍ସ ହାତରେ ଗିରଫ ହେଲେ ସିଡିପିଓ

ଲାଞ୍ଚନେଇ ଭିଜିଲାନ୍ସ ହାତରେ ଗିରଫ ହେଲେ ସିଡିପିଓ

194

ଭଦ୍ରକ, ୧୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାସୁଦେବପୁରର ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ (ସିଡିପିଓ) ଜାନକୀ ଦାସ ନିଜ ଡ୍ରାଇଭରର ଦରମା ବିଲ୍ ପାସ୍ କରିଦେବା ବାବଦ ୩ ହଜାର ଟଙ୍କା ଲାଞ୍ଚ ନେଇ ଆଜି ଭିଜିଲାନ୍ସ ହାତରେ ଗିରଫ ହୋଇଛନ୍ତି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ତାଙ୍କ ଗାଡି ଚାଳକ ରାଜକିଶୋର ରାୟଙ୍କ ବକେୟା ଦରମାର ବିଲ୍ ପାସ୍ କରାଇଦେବା ପାଇଁ ସେ ତାଙ୍କୁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏଥିନେଇ ସେ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ଫଳରେ ଆଜି ସିଡିପିଓ ଜାନକୀ ଦାସ ରାଜକିଶୋରଙ୍କ ଠାରୁ ଉକ୍ତ ଟଙ୍କା ଲାଞ୍ଚ ନେଉଥିବାବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ବାଲେଶ୍ୱର-ଭଦ୍ରକ ଭିଜିଲାନ୍ସ ବିଭାଗର ଡିଏସ୍‌ପି ଡି-ସି- ମୁର୍ମୁ ଓ ଏ-କେ- ସାମନ୍ତରାୟଙ୍କ ସମେତ ଅନ୍ୟ କର୍ମଚାରୀମାନେ ଚଢାଉ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.