ଓଡ଼ିଶା

ଲାଗି ରହିଛି ଗ୍ରୀଷ୍ମ ପ୍ରବାହ ପାଣି ସମସ୍ୟା ଦୁର ପାଇଁ ତତ୍ପର ଜନସ୍ୱାସ୍ଥ୍ୟ ବିଭାଗ

ପୁରୀ:୧୪/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ଗତ କିଛି ଦିନ ଧରି ସହରରେ ଲାଗି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ। ପୂର୍ବାହ୍ନର ହିଁ ଅସମ୍ଭାଳ ହୋଇ ପଡୁଛି ସୂର୍ଯ୍ୟଙ୍କ ପ୍ରଖର କିରଣ। ଦିନ ବଢିବା ସାଙ୍ଗକୁ ଖରାର ପ୍ରକୋପ ମଧ୍ୟ ଧିରେ ଧିରେ ବଢିବାରେ ଲାଗିଛି। ପ୍ରଚଣ୍ଡ ଗରମରେ ଛାଟିପିଟି ହେଉଛନ୍ତି ସହରବାସୀ। ଦିନ ୧୦ଟା ପରେ ଖରା ପାଇଁ ରାସ୍ତାଘାଟ ଶୁନଶାନ ହୋଇପଡୁଛି। ନିହାତି କାର୍ଯ୍ୟ ନ ଥିଲେ ଲୋକମାନେ ବାହାରକୁ ବାହାରିବା ପାଇଁ ଉଚିତ୍ ମନେ କରୁନାହାନ୍ତି। ଦିନ ବଢିବା ସାଙ୍ଗକୁ ଖରାର ପ୍ରକୋପ ମଧ୍ୟ ଅସହ୍ୟ ହୋଇପଡୁଛି। ଲୋକମାନଙ୍କ ପାଇଁ ମୁଣ୍ଡରେ ଟୋପି, ଓଦାଗାମୁଛା ପକାଇ ଲୋକମାନେ ରାସ୍ତାରେ ଯିବା ଆସିବା କରୁଥିବା ଦେଖିବାକୁ ମିଳୁଛି। ସହରର ଅନେକ ସ୍ଥାନରେ ଖୋଲାଯାଇଛି ଜଳଛତ୍ର। କେହି ଲସି ଓ ଦହି ସର୍ବତ ପିଇ ତୃଷା ମେଣ୍ଟାଉ ଥିବାବେଳେ କେହି ଆଖୁରସ ପିଇ ଶୋଷ ମେଣ୍ଟାଉଛନ୍ତି। ଜଳଛତ୍ର ଗୁଡ଼ିକରେ ଅବଢା ତେରାଣୀ ଓ ଥଣ୍ଡା ପାନୀୟ ଜଳ ସହ ଲୋକମାନଙ୍କୁ ଶିତଳ ବାମ୍ପି ଚିକିତ୍ସା ମଧ୍ୟ ଯୋଗାଇ ଦିଆଯାଉଛି। ପ୍ରଚଣ୍ଡ ଖରା ପାଇଁ ସହରର କେତ୍ୟେକ ସ୍ଥାନରେ ଦେଖାଦେଇଛୁ ପାନୀୟ ଜଳ ସମସ୍ୟା ସହରରେ ନୈତିକ ୩୬ ନିୟୁତ ଲିଟର ପାନୀୟ ଜଳର ଆବସ୍ୟକତା ରହିବାବେଳେ ୨୮ ନିୟୁତ ଲିଟର ପାଣି ଯୋଗାଇ ଦିଆଯାଉଛି। ଫଳରେ କେତ୍ୟେକ ଅଂଚଳରେ ପାନୀୟ ଜଳ ସମସ୍ୟା ଦେଖାଦେଇଥିବା ଲୋକମାନେ ଅଭିଯୋଗ କରିଛନ୍ତି। ସହରରେ ଥିବା ୧୦୫୦୦ଟି ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଆବଶ୍ୟକ ସ୍ଥଳେ ୭୬୦ଟି ଟ୍ୟୁବଲରୁ ମଧ୍ୟ ଲୋକମାନଙ୍କୁ ପିଇବା ପାଣି ଯୋଗାଇ ଦିଆଯାଇଛି। ସକାଳ ୬ରୁ ୯ଟା ଏବଂ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ପାଣି ଯୋଗାଣ କରାଯାଉଛି। ତଥାପି ମଧ୍ୟ କେତ୍ୟେକ ସ୍ଥାନରେ ପାଣି ସମସ୍ୟା ରହିଥିବା ଦେଖାଯାଇଛି। ରଥ ଯାତ୍ରା ପାଇଁ ଟ୍ୟୁବଲ ଗୁଡ଼ିକର ପ୍ରଥମ ପର୍ଯ୍ୟାୟ ବିଶୋଧନ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସାମାନ୍ୟ ସମସ୍ୟା ଦେଖାଯାଇଛି। ସହର ମଧ୍ୟରେ ୭ଟି ବ୍ୟାଙ୍କର ସାହାଯ୍ୟରେ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇଥିବା ବେଳେ ୮ଟି ସ୍ଥାନରେ ସିଟେଂକ୍ସ ଟାଙ୍କି ବସାଯାଇ ପାଣି ଯୋଗାଯାଉଛି। ପ୍ରତ୍ୟେହ ଏହି ସବୁ ସିଟେଂକ୍ସ ଟ୍ୟାଙ୍କର ଯୋଗେ ଜଳ ଭର୍ତି କରାଯାଇଛି। ସମଙ୍ଗ ପ୍ରକଳ୍ପରୁ ଇତିମଧ୍ୟରେ ସହରକୁ ଜଳ ଯୋଗାଣ କରାଯାଉଛି। ଏବେ ବିଦ୍ୟୁତ ସରବରାହରେ ବ୍ୟାଘତ ଯୋଗୁ ବେଳେବେଳେ ଜଳ ଯୋଗାଣ ବାଧାପ୍ରତହୋଉଛି। ତେଣୁ ବିକଳ୍ପ ବ୍ୟବସ୍ଥା ସ୍ୱରୂପ ଟ୍ୟାଙ୍କର ଯୋଗେ କେତ୍ୟେକ ସ୍ଥାନରେ ଲୋକଙ୍କୁ ପାନୀୟ ଜଳ ଯୋଗାଣ କରାଯାଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top