ଓଡ଼ିଶା

ଲାଗିଲା ନାହାକା

ପୁରୀ:୨୯/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) :ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଶୁକ୍ରବାର ପୋଟକ କାମକୁ ମହାରଣା ଓ ଭୋଇ ସେବକମାନେ ଆଗେଇ ନେଇଛନ୍ତି। ପୋଟକରେ ନାହାକା ସଂଯୋଗ କାମ ଗୁରୁବାର ଶେଷ ହୋଇଛି। ପୋଟକ ଉଠିବା ପୂର୍ବରୁ ନନ୍ଦା ଉଠିବା ଆବଶ୍ୟକ ପଡ଼ୁଥିବା ବେଳେ ଗୁରୁବାର ନନ୍ଦା ଉଠିବା କାମ ବି ଶେଷ ହୋଇଛି। ନନ୍ଦା ଡ଼େରା କାମ ଶେଷ ହୋଇଥିବା ବେଳେ ଶୁକ୍ରବାର ତିନି ରଥର ନନ୍ଦା ଉଠିବା ପରେ ପୋଟକ ସଂଯୋଗ କାମ ଆରମ୍ଭ ହେବ। ଶୁକ୍ରବାର ପୋଟକ ଉଠିବା କାମ ଶେଷ କରିବାକୁ ମହାରଣା ସେବକମାନେ ଲକ୍ଷ୍ୟ ରଖିଛନ୍ତି। ସେ ପଟେ ତିନିରଥର ନନ୍ଦିଘୋଷ, ତାନଧ୍ୱଜ ଓ ଦର୍ପଦଳନ ରଥର ୪ଲେଖା ୧୨ଟି ଦୁଆର ଆବଶ୍ୟକ ଥିବା ବେଳେ ପୂର୍ବରୁ ତିନୋଟି ଲେଖା ୯ଟି ଦୁଆର କାମ ସରିଥିଲା। ଗୁରୁବାର ବାକି ୪ଟି ଦୁଆର କାମ ଶେଷ ହୋଇଛି। ଭୋଇ ସେବକଙ୍କ ସହଯୋଗରେ ମହାରଣା ସେବକମାନେ ତିନି ରଥର ଦୁଆର କାମ ଶେଷ କରିଛନ୍ତି। ସେହି ଅନୁସାରେ ଚନ୍ଦ୍ରଶାଳୀ ସଂଯୋଗ ବିଶେଷ ହୋଇଛି। ରଥରେ ମହାରଣା ସେବକମାନଙ୍କ ପ୍ରାଞ ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ବେଳେ କେବଳ ପ୍ରଭା ସଂଯୋଗ କାମ ବାକି ରହିଛି। ଏହି କାମ ଶେଷ ପରେ ତିନି ରଥର ପ୍ରାୟ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହେବ। ରୂପକାର ସେବକମାନେ କଳସ, ପାର୍ଶ୍ୱ, ଶୁଆ ଓ ଦେବାଦେବୀଙ୍କୁ ରଙ୍ଗକାମ ବିଶେଷ କରିଛନ୍ତି।ପରବର୍ତ୍ତୀ ସମୟରେ ଘୋଡ଼ା ଓ ଅନ୍ୟାନ୍ୟ ଆବଶ୍ୟକ ଜିନିଷର ରଙ୍ଗକାମ ଶେଷ ହେବ। ସେପଟେ ଦୋଳ ବେଦି କମାର ଶାଳରେ କମାର ସେବକମାନେ କଂଟା କାମକୁ ଆଗେଇ ନେଇଛନ୍ତି। ତିନିରଥର କାମ ଶେଷ ପର୍ଯ୍ୟନ୍ତ କଂଟା ଓ ଅନ୍ୟାନ୍ୟ ଲୈାହ ସାମଗ୍ରୀ ଆବଶ୍ୟକ ପଡ଼ୁଥିବା ବେଳେ କମାର ସେବକମାନେ ଏହି କାମକୁ ଆଗେଇ ନେଇଛନ୍ତି।(ଫାଇଲ ଫଟୋ)

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top