ନବରଙ୍ଗପୁର ୧୫-୧(ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ଲାଖ ଶିଳ୍ପ ପାଇଁ ନବରଙ୍ଗପୁର ସହର ଅନାଦି କାଳରୁ ପ୍ରସିଦ୍ଧ ଲାଭ କରିଥିବାବେଳେ ଏହି ଶିଳ୍ପର ଅଧିକ ଉନ୍ନତି ପାଇଁ ବର୍ତ୍ତମାନ ପ୍ରୟାସ ଆରମ୍ଭ ହୋଇଛି। ଏହି କ୍ରମରେ ସୋମବାର ସ୍ଥାନୀୟ ଶଙ୍ଖାରୀ ସାହି ଠାରେ “ଲାଖ ଶିଳ୍ପ ପ୍ରଶିକ୍ଷଣ ଓ ଉତ୍ପାଦନ କେନ୍ଦ୍ରର” ଶୁଭାରମ୍ଭ ହୋଇଯାଇଛି। ଏହି କେନ୍ଦ୍ରକୁ ଜିଲ୍ଲା ଶିଲ୍ପକେନ୍ଦ୍ରର ଜି ଏମ୍ ମହେଶ ଦାଶ ଉଦ୍ଘାଟନ କରିଥିଲେ। ଏହି କେନ୍ଦ୍ରରେ ମାଷ୍ଟର କ୍ରାଫ୍ଟ ମେନେଜର ଶିକ୍ଷକ କୁନ୍ତଳ କୁମାରୀ ପାତ୍ର ୧୫ଜଣ ତାଲିମ ଗ୍ରହଣକାରୀଙ୍କୁ ପ୍ରଶିକ୍ଷିତ କରିବେ। ସଂପୃକ୍ତ ତାଲିମ ଗ୍ରହଣକାରୀଙ୍କୁ ମାସିକ ୧୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲି ଜଣାପଡିଛି। ସୂଚନା ଯୋଗ୍ୟ ଯେ, ମ୍ୟାନେଜର କୁନ୍ତଳା ୧୯୯୮ ମସିହାରେ ନେସ୍ନାଲ ମେରିଟ୍ ପୁରଷ୍କାରରେ ପୁରଷ୍କୃତ ହୋଇଥିଲେ। ଏହି ପୁରଷ୍କାର ଭିତ୍ତିରେ କୁନ୍ତଳାଙ୍କୁ ଏପରି ତାଲିମ କେନ୍ଦ୍ର ଖୋଲିବା ପାଇଁ ସରକାର ପ୍ରତ୍ସାହିତ କରିଛନ୍ତି। ହସ୍ତ ଓ କୁଟିର ଶିଳ୍ପ ନିର୍ଦ୍ଦେଶାଳୟ ଭୂବେନେଶ୍ୱର ଦ୍ୱାରା ପ୍ରାୟୋଜିତ ହୋଇଥିବାବେଳେ ଜିଲ୍ଲା ଶିଳ୍ପ କେନ୍ଦ୍ର ନବରଙ୍ଗପୁର ତତ୍ତ୍ୱାବଧାନ ଏହା ପରିଚାଳିତ ହେବ। ଏହି ଶୁଭାରମ୍ଭ ଅବସରରେ ଶିଳ୍ପ କେନ୍ଦ୍ରର ଆଇ ପି ଓ ଗୌରବ ସେନାପତି, ଯୋଗେଶ୍ୱର ନାୟକ, ରାଜୁ ବାବୁ ଉପସ୍ଥିତ ରହିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ କାଳୀ ଚରଣ ପାତ୍ର, ପ୍ରଭାତି ପାତ୍ର, ମାୟାରାଣୀ ପାତ୍ର, ଅମ୍ବିକା ରାଣୀ ପାତ୍ର, ପ୍ରତିମା ପାତ୍ର ପ୍ରମୁଖ ଲାଖ ଶିଳ୍ପି ଉପସ୍ଥିତ ରହିଥିଲେ।
