ଲଥାଙ୍ଗ ସତସଙ୍ଗ କେନ୍ଦ୍ରରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୦ତମ ଆର୍ବିଭାବ ମହୋତ୍ସବ

ତିର୍ତ୍ତୋଲ ୧୧/୦୨- (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗରେଇ ପଚାଂୟତର ଲଥାଙ୍ଗ ସତସଙ୍ଗ କେନ୍ଦ୍ର ପକ୍ଷରୁ ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର୍ ୧୩୦ତମ ଆର୍ବିଭାବ ମହୋତ୍ସବ ଶନିବାର ସାରାଦିବସ ବ୍ୟାପି ପାଳିତ ହୋଇଯାଇଛି। ବ୍ରହ୍ମ ମୁହୁର୍ତରେ ବେଦ ମାଙ୍ଗଳିକ ଓ ନହବତ, ପ୍ରତ୍ୟୁଷରୁ ଉଷାକୀର୍ତନ, ସମବେତ ବିନତୀ ପ୍ରାର୍ଥନା, ପ୍ରଣାମ ଏବଂ ଧର୍ମଗ୍ରନ୍ଥ ପାଠ, ସକାଳ ୭ଟାରେ ତିର୍ତୋଲ ବିଡିଓ ରଂଜନ କୁମାର ପରିଡାଙ୍କ ଦ୍ୱାରା ସ୍ୱସ୍ତି ଠାକୁରଙ୍କ ସୁସଜ୍ଜିତ ପ୍ରତିକୃତି ଶୋଭାଯାତ୍ରା ଓ ନଗର କୀର୍ତନ, ଅପରାହ୍ନ ୨ ଘଟିକାରେ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା କିଶୋର ସତସଙ୍ଗରେ ବିଣାପାଠ, କୀର୍ତନ, ଭଜନ ଓ ଆଲୋଚନା ହୋଇଥିଲା। ଅପରାହ୍ନ ୩ଟାରେ ମା ମାନଙ୍କ ଦ୍ୱାରା ମାତୃ ସମ୍ମିଳନ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ପ୍ରାର୍ଥନା, ସଙ୍ଗୀତାଞ୍ଜଳୀ ପରେ ପରେ ସନ୍ଧ୍ୟା ୭ଟାରେ ଧର୍ମସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ହୃଷିକେଶ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ। ଶ୍ରୀ ଶ୍ରୀ ଠାକୁର ହେଉଛନ୍ତି ଏ ଯୁଗର ସର୍ବଶ୍ରେଷ୍ଠ ଓ ଶେଷ ଅବତାର। ତାଙ୍କର ନିତୀଆଦର୍ଶ କୁ ଅନୁସରଣ କରି ଚାଲିଲେ ମାନବ ସମାଜ ସୁଶୃଙ୍ଖଳିତ ହୋଇପାରିବ ବୋଲି କହିଥିଲେ। ଅନ୍ୟମାନଙ୍କ ମଦ୍ୟରେ ସହପ୍ରତି ଋତ୍ୱିକ ସୁରେନ୍ଦ୍ରନାଥ ଷଡଙ୍ଗୀ, ନିରୋଦ ଆଚାର୍ଯ୍ୟ, ପ୍ରକାଶ ଶତପଥୀ, ସତ୍ୟବାନ ତ୍ରୀପାଠି, ଶରତ ଚନ୍ଦ୍ର ସ୍ୱାଇଁ, ଲଳିତ ମୋହନ ହୋତା, ପ୍ରମୁଖ ଯୋଗଦେଇଥିଲେ, ଶେଷରେ ପ୍ରସାଦ ସେବନ ଓ ବିଚିତ୍ରା ଅନୁଷ୍ଠାନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଦୀପକ ରଂଜନ ରାଜଗୁରୁ, ଅମୀୟ କୁମାର ପାଳ, ଶରତ ଶତପଥୀ ପ୍ରମୁଖ ସଂଯୋଜନା କରିଥିଲେ। ଏଥିରେ ବାଇଳ, ମଲ୍ଲିପୁରା, ଲଥାଙ୍ଗ, ଗରେଇ, ଓକଲା, ପଙ୍କପାଳ, ପଣ୍ଡୁଆ, ନପଙ୍ଗ, ରାହାମା, ତାଳପଡା, ପାଇକସାହି, ଏରସମା, ତିର୍ତ୍ତୋଲ, ଜଗତସିଂହପୁର, ଅନ୍ଧାରି, ନାହାକାଣିପଡା, ପୋତାନଈ ପ୍ରଭୃତି ଗ୍ରାମରୁ ୫୦୦୦ରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *