ଓଡ଼ିଶା

ଲଙ୍ଗଳ ପାଇଁ ଗଛ କାଟି ଜେଲ ଗଲେ ୨ଆଦିବାସୀ

ପାଟଣା,ତା୨୧/୦୪(ଓଡିଆ ପୁଅ/ଅଭିମନ୍ୟୁ) କାଠ ମାଫିଆଙ୍କ ଯୋଗୁଁ ପାଟଣା ବନାଞ୍ଚଳ ବୃକ୍ଷଶୂନ୍ୟ ହେବାକୁ ବସିଥିବା ବେଳେ କାଠ ମାଫିଆଙ୍କ ସଂପର୍କରେ ବନ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଟେର ମିଳେ ନାହିଁ । କିନ୍ତୁ ଜଣେ ସାଧାରଣ ବନବାସୀ ଆଦିବାସୀ ନିଜର ଚାଷ ପାଇଁ ଖେସରା ଜଙ୍ଗଲରୁ ଛୋଟ ଗଛଟିଏ କାଟିଲେ ଖବର ଡିଏଫ୍ଓଙ୍କ ପାଖରେ ପହଞ୍ଚିଯାଏ ଓ ନିରୀହ ଆଦିବାସୀଙ୍କୁ ଜେଲ ଯିବାକୁ ପଡେ ସେଭଳି ଘଟଣା ଆଜି ପାଟଣା ବ୍ଲକରେ ଦେଖିବାକୁ ମିଳିଛି । କେନ୍ଦୁଝର ଡିଏଫ୍ଓଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ବନପାଳ ଭୂପତି କୁମାର ସେଠୀ କୁମୁଳାବାହାଳୀ ଗ୍ରାମରୁ ଖେସରା ଜଙ୍ଗଲରୁ ଲଙ୍ଗଳ ତିଆରି ପାଇଁ ଗଛ କାଟିଥିବା ବଳରାମ ମୁଣ୍ଡା(୫୦) ଓ ତାରଜନ ମୁଣ୍ଡା(୫୩)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଲଙ୍ଗଳ ପାଇଁ କଟାଯାଇଥିବା ଗଛକୁ ବନବିଭାଗ ଜବତ କରି ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଆଣିଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top