ଓଡ଼ିଶା

ଲଘୁ ଖଣିଜ ଚୋରୀ ରୋକିବାକୁ ଜିଲ୍ଲାପାଳ ଓ ଏସ୍ପିଙ୍କ ୁ ତତ୍ପର : ବଡଚଣା ପୋଲିସ ଓ ପ୍ରଶାସନ ଆଖିବୁଜା ପୋସôାହନ

ଯାଜପୁର, (ଓଡିଆପୁଅ/ଏମ୍ ରାଉତ) ରାଜ୍ୟରେ ବ୍ୟାପକ ପରିମାଣର ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ରାଜ୍ୟ ସରକାର ଉଦ୍ବେଗ ପ୍ରକାଶ କରିଆସୁଛନ୍ତି । ଏହାକୁ ଦୃଢ ହସ୍ତରେ ଦମନ କରିବା ପାଇଁ ଗତ ଡିସେମ୍ବର ମାସରେ ରାଜସ୍ୱ ସଚିବ ଏକ ଟାସ୍କ୍ ଫୋର୍ସ ଗଠନ କରିଛନ୍ତି । ପ୍ରତି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନେଇ ଟାସ୍କଫୋର୍ସ ଗଠନ କରି ଏହା ଉପରେ ପଦକ୍ଷେପ ନେବାକୁ ସେ ନିିଦେ୍ର୍ଦଶ ଦେଇଛନ୍ତି । ଏହି ନିଦେ୍ର୍ଦଶକୁ କାର୍ଯ୍ୟକାରୀ କରିବାକୁ ଯାଇ ଯାଜପୁର ଜିଲ୍ଲାରେ ଚାଲିଥିବା ବେଆଇନ୍ ଲଘୁ ଖଣିଜ ଲୁଟପାଟ ଓ ଚୋରାଚାଲାଣ ରୋକିବା ଏବଂ ଏହି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଯାଜପୁର ଜିଲ୍ଲାପାଳ ଓ ଏସ୍ପି ଇତି ମଧ୍ୟରେ ରଣହୁଙ୍କାର ଦେଇଛନ୍ତି । ରାତିଅଧିଆ ବାଲିଘାଟ ଓ ସଇରାତ ଅଞ୍ଚଳ ଗସ୍ତକରି ଚଢାଉ ଆରମ୍ଭ କରୁଥିବା ଦେଖିବାକୁ ମିଳିଛି । ଯାହାକି ଏବେ ମାଫିଆମାନଙ୍କ ମଧ୍ୟରେ ଏକ ପ୍ରକାର କୋକୁଆଭୟ ସୃଷ୍ଟି କରିଛି । ମାତ୍ର ଦର୍ପଣ ତହସିଲ୍ ଅଞ୍ଚଳରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଉଦ୍ବିଘ୍ନ ହେବାର କୋ÷ଣସି ପ୍ରଭାବ ପରିଲକ୍ଷିତ ହୋଇନାହିଁ । ଯାହାକୁ ନେଇ ସାଧାରଣରେ ଭିନ୍ନମତ ପ୍ରକାଶ ପାଉଛି ।
ଏହି ତହସିଲ ଅନ୍ତର୍ଗତ ଗୋପାଳପୁର ରାଜସ୍ୱ ସର୍କଲ ଅଧିନ ଅଚ୍ୟୁତବସନ୍ତ ମୌଜାର ଖାତା ନଂ -୪୭୧ ରେ ପ୍ଲଟ୍ ନଂ- ୧୦୬୧ ଅନ୍ତର୍ଗତ ଏକ ପାହାଡ଼ କିସମ ଜମିରୁ ୪ ଏକର ପରିମିତ ଅଞ୍ଚଳରୁ ୧୨,୨୪୦ ଘନଫୁଟ୍ ମୋରମ୍ ଉତ୍ତୋଳନ ନିମନ୍ତେ ପ୍ରଶାସନ ପକ୍ଷରୁ ହରିଦାସପୁର – ପାରାଦ୍ୱୀପ ରେଳରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ଏସ୍.ଇ.ଡ଼ବ୍ଲ୍ୟୁ. – ଟି.ଟି.ଆଇ.ପି.ଏଲ୍. (ଯୌଥସଂସ୍ଥା)ର ପ୍ରକଳ୍ପ ସଂଯୋଜକ ସାଇକ୍ରିଷ୍ଣା ନାମକ ବ୍ୟକ୍ତିଙ୍କୁ ସ୍ୱଳ୍ପମିଆଦି ପରିମିଟ୍ (କେସ୍ ନଂ-୭୧/୨୦୧୬) ପ୍ରଦାନ କରାଯାଇଥିଲା । ସଂପୃକ୍ତ ସଂସ୍ଥା ସେତିକି ପରିମାଣର ମାଲ୍ ଉତ୍ତୋଳନ ନିମନ୍ତେ ଆବଶ୍ୟକୀୟ ପରିବେଶ ମଞ୍ଜୁରୀ ପ୍ରାପ୍ତ କରିଥିଲା । ମାତ୍ର କ୍ଷେତ୍ର କର୍ମଚାରୀ ଏବଂ ଉଚ୍ଚ ଅଧି୍କାରୀଙ୍କ ଅଣଦେଖା କାରଣରୁ ସଂପୃକ୍ତ ସଂସ୍ଥା ଏଠାରୁ ଅନୁମତି ଠାରୁ ପ୍ରାୟ ୧୦ ଗୁଣ ଅଧିକ ମାଲ୍ ଉତ୍ତୋଳନ କରି ନେଇ ଏଠାରେ ପ୍ରାୟ ୧୦୦ ଫୁଟ୍ର ଏକ ଗର୍ତ୍ତ ସୃଷ୍ଟି କରି ସ୍ଥାନୀୟ ଜନଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଏହାଦ୍ୱାରା ସରକାର ବ୍ୟାପକ ରାଜସ୍ୱ ହରାଇବା ସଙ୍ଗେ ସଙ୍ଗେ ସ୍ଥାନୀୟ ଅଞ୍ଚଳର ପରିବେଶ ମଧ୍ୟ ବ୍ୟାପକ ଭାବେ ପ୍ରଦୁଷିତ ହୋଇଛି । ଅନ୍ୟପକ୍ଷରେ ଏଥିନେଇ ସ୍ଥାନୀୟ ବାସିନ୍ଦା ବିଭିନ୍ନ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତହସିଲ୍ ପ୍ରଶାସନ ଏଭଳି ବେଆଇନ୍ ଖନନକାରୀଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ଗ୍ରହଣ ନ କରିବା ପରିବର୍ତ୍ତେ ଏଭଳି ଏକ ଲୁଟେରା ସଂସ୍ଥାକୁ ପୁନର୍ବାର ସେହି ମୌଜାରେ ମୋରମ୍ ଉତ୍ତୋଳନ ନିମନ୍ତେ ଅନ୍ୟ ଏକ ସ୍ୱଳ୍ପମିଆଦି ଅନୁମତି ପ୍ରଦାନ କରିଦେଇଛି । ପ୍ରଶାସନର ଉଦାସୀନତା ଏହି ସଂସ୍ଥାକୁ ଏଭଳି ବେଆଇନ୍ କାର୍ଯ୍ୟ କରିବାକୁ ପ୍ରୋସôାହିତ କରୁଥିବା ପ୍ରମାଣିତ ହେଉଛି । ଫଳସ୍ୱରୂପ ନୂତନ ସ୍ଥାନରେ ମଧ୍ୟ ଏହି ସଂସ୍ଥା ପୂର୍ବବତ୍ ବେଆଇନ୍ ଓ ବେପରୁଆ ଭାବେ ମୋରମ୍ ଉତ୍ତୋଳନ କରୁଥିବା ପରିଲକ୍ଷିତ ହୋଇଛି । ସେମିତି ଅନ୍ୟ ଏକ ସଂସ୍ଥାକୁ ଠିକ୍ ସେହି ୧୦୦ ଫୁଟ୍ ଗର୍ତ୍ତ ପାଶ୍ୱର୍କୁ ଲାଗି ଏବେ ମୋରମ୍ ଖୋଳିବାକୁ ଅନୁମତି ପ୍ରଦାନ କରାଯାଇଥିବାରୁ ଏହି ସଂସ୍ଥା ସେଠାରୁ ଦୈନିକ ଶହଶହ ଟ୍ରକ୍ ମାଲ୍ ବୋହି ନେଇ ଚାଲିଛି । ଏହା ଉପରେ ତହସିଲ୍ ପ୍ରଶାସନର ଅଙ୍କୁଶ ନ ଥିବା ପରିଲକ୍ଷିତ ହେଉଛି । ଏହି ଖନନ ସ୍ଥଳର ମାତ୍ର ୫୦ ମିଟର ଦୂରରେ ଲୋକମାନଙ୍କ ଘର ଥିବାବେଳେ ୨୦୦ ମିଟର ଦୂରରେ ଗ୍ରାମର ବିଦ୍ୟାଳୟ ମଧ୍ୟ ଅବସ୍ଥିତ । ଏସବୁକୁ ଆଖିବୁଜି ଦେଇ ମୋରମ୍ ଉତ୍ତୋଳନ ନିମନ୍ତେ ପ୍ରଶାସନ କିଭଳି ଭାବେ ସ୍ୱଳ୍ପମିଆଦି ଅନୁମତି ମାନ ପ୍ରଦାନ କରୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ସ୍ଥାନୀୟ ଲୋକେ ଏଭଳି ବେଆଇନ୍ କାର୍ଯ୍ୟର ପ୍ରତିବାଦ କଲେ ଏହି ସଂସ୍ଥାମାନେ ଗୁଣ୍ଡାଶ୍ରେଣୀୟ ଲୋକମାନଙ୍କୁ ଲଗାଇ ସେମାନଙ୍କୁ ଗାଳିଗୁଲଜ ଓ ମାରଧର କରିବାକୁ ମଧ୍ୟ ପଛାଉ ନାହାନ୍ତି ।
ସେହିଭଳି ବୈରୀ ମୌଜାର ଏକ ଘରୋଇ ଜମିରୁ ମୋରମ୍ ଉତ୍ତୋଳନ କରିବାକୁ ଏକ ଠିକାଦାରୀ ସଂସ୍ଥାକୁ ତହସିଲ୍ ପକ୍ଷରୁ ସମସ୍ତ ନିତିନିୟମକୁ ଭଙ୍ଗ କରି ସ୍ୱଳ୍ପ ମିଆଦୀ ଅନୁମତି ପ୍ରଦାନ କରା ଯାଇଥିବା କୁହାଯାଉଛି । ମାତ୍ର ସଂପୃକ୍ତ ସଂସ୍ଥା ବିନା ପରିବେଶ ମଞ୍ଜୁରୀରେ ନିର୍ଦ୍ଧିଷ୍ଟ ସ୍ଥାନରୁ ମୋରମ୍ ଉତ୍ତୋଳନ ନ କରି ସରକାରୀ ଓ ଜଙ୍ଗଲ ଜମିରୁ ରାତିଅଧିଆ ମାଲ୍ ବୋହି ନେଉଛି । ଇତି ମଧ୍ୟରେ ସେହି ସଂସ୍ଥାରେ ସ୍ୱଳ୍ପ ମିଆଦୀ ଅନୁମତି ଅବଧି ସମାପ୍ତ ହୋଇ ଯାଇଥିଲେ ମଧ୍ୟ ସେହି ସଂସ୍ଥା ଏଠାରୁ ବେଆଇନ୍ ଭାବେ ମୋରମ୍ ଉତ୍ତୋଳନ କରିଚାଲିଛି ।
ସେମିତି ଖଏରା ରାଜସ୍ୱ ସର୍କଲ ଅନ୍ତର୍ଗତ ଜୋରାବାଟି ମୌଜାରେ ଏକ ଘରୋଇ ଜମି ଓ ଏଥିସଂଲଗ୍ନ ଜଙ୍ଗଲ କିସମ ଜମିରୁ ଗତ ପ୍ରାୟ ଛ’ମାସ ହେବ କିଛି ମାଫିଆ ଗୋଷ୍ଠୀ ତିନିଗୋଟି ମେସିନ୍ ଲଗାଇ ମୋରମ୍ ଉତ୍ତୋଳନ କରି ଦୈନିକ ଶତାଧିକ ଟ୍ରକ ମାଲ ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରିଆସୁଛନ୍ତି । ଏଥିନେଇ ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ ହେବାସତ୍ତ୍ୱେ ଏଭଳି ଚୋରାଚାଲାଣ ରୋକାଯାଇ ପାରୁନାହିଁ । କିନ୍ତୁ ଇତିମଧ୍ୟରେ ସେହି ଚୋରା ଚାଲାଣକାରୀଙ୍କ ଠାରୁ ତହସିଲଦାର ତିନୋଟି ପର୍ଯ୍ୟାୟରେ ଉତ୍ତୋଳିତ ହୋଇଥିବା ପରିମାଣଠାରୁ ଢେର କମ୍ ଆକଳନ କରାଯାଇ ପ୍ରାୟ ଦଶ ଲକ୍ଷଟଙ୍କାର ରୟାଲ୍ଟି ଅସୁଲ ହୋଇଥିବା ବିଶ୍ୱସ୍ଥ ସୁତ୍ରରୁ ଜଣାପଡିଛି । ମାତ୍ର ଖନନ ଅଞ୍ଚଳକୁ ଦେଖିଲେ ସରକାର ଏଠାରେ ପ୍ରାୟ କୋଟିଏ ଟଙ୍କାର ରାଜସ୍ୱ ହରାଇଥିବା ଜଳଜଳ ହୋଇ ଦିଶୁଛି । ଅନ୍ୟପକ୍ଷରେ ବିନା କୋ÷ଣସି ସରକାରୀ ଅନୁମତି କିମ୍ବା ପରିବେଶ ମଞ୍ଜୁରୀ ଓ ମାଇନିଂ ପ୍ଲାନ୍ରେ ଏତେବଡ ପରିମିତ ଅଞ୍ଚଳରୁ ଲଘୁ ଖଣିଜ ଉତ୍ତୋଳନ ହେବାଦ୍ୱାରା ଏଠାରେ ମାନ୍ୟବର ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ୍ ଟ୍ରିବୁ୍ୟନାଲ୍ଙ୍କ ଆଦେଶର ଖୋଲା ଉଲଘଂନ ହୋଇଛି । ଏହି ଘଟଣା ଏଠାରେ ପ୍ରମାଣିତ କରୁଛି ଯେ, ଏଭଳି ଚୋରି ପଛରେ ସ୍ଥାନୀୟ ପ୍ରଶାସନର ସଂପୂର୍ଣ୍ଣ ସହଯୋଗ ରହିଆସିଛିି । ଏବେ ପୁଣି ଗତ ପ୍ରାୟ ୧୫ ଦିନ ହେଲା ଦର୍ପଣଗଡ ରାଜସ୍ୱ ସର୍କଲ ଅନ୍ତର୍ଗତ ଖଟୁଆପଡା ମୋ÷ଜାର ଜନୈକ ବ୍ୟବସାୟୀ ନିଜ ଜମିରୁ କିଛି ମାଫିଆଙ୍କୁ ଧରି ଏଠାରୁ ରାତି ଅଧରେ ଶତାଧିକ ଟ୍ରକ ମୋରମ ଉତ୍ତୋଳନ କରି ବିଭିନ୍ନ ଅଞ୍ଚଳକୁ ଚାଲାଣ କରୁଛନ୍ତି । ଗତବର୍ଷ ମଧ୍ୟ ଏଠାରୁ ସେହି ବ୍ୟକ୍ତି ସମ ଭାବରେ ମୋରମ ଲୁଟ୍ କରୁଥିବା ନେଇ ଅଭିଯୋଗ ହେବା ପରେ ଖନନ କାର୍ଯ୍ୟ ବନ୍ଦ୍ ରହିଥିଲା । ମାତ୍ର କ୍ଷେତ୍ର କର୍ମଚାରୀଙ୍କୁ ହାତ କରି ଏବେ ପୁଣି ଏଠାରେ ସେଭଳି ବେଆଇନ୍ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଥିବା ବେଳେ ପ୍ରଶାସନ ସବୁ ଜାଣି ମଧ୍ୟ ଚୁପ୍ ବସିଛି ।
ସେହିପରି ଏହି ତହସିଲ୍ ଅନ୍ତର୍ଗତ ବୈରୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅଧିନ ବୈରୀ, ଅମୀୟଝରୀ, ବରୁଣିଆ, ଚାରିଗୋଛିଆ, ପାରିଆ, ନିମଢିଅ, ସମିଆଁ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧିନ ବାଉଁଶମୂଳି ସମିଆଁ, ସାତମାଣ, ବନ୍ଧପଲ୍ଲୀ, ବାଉଁଶମୂଳୀ, ସାତମାଣ ଓ ଭାଲୁମରା ଏବଂ ଦର୍ପଣଗଡ ରାଜସ୍ୱ ସର୍କଲ ଅନ୍ତର୍ଗତ କୋଲସାହି ଆଦି ମୌଜାର ଘରୋଇ, ସରକାରୀ ଏବଂ ଜଙ୍ଗଲ ଜମିର ବିଭିନ୍ନ ସ୍ଥାନରୁ କିଛି ଅସାଧୁ ବ୍ୟକ୍ତି ପ୍ରାୟ ବର୍ଷାଧିକ କାଳ ବେଆଇନ୍ ଭାବେ ଦିନରାତି ମେସିନ୍ ସାହାର୍ଯ୍ୟରେ ମାଙ୍କଡ଼ା ପଥର ଖନନ କରି ଦୈନିକ ଶତାଧିକ ଟ୍ରକ ପଥର ବିଭିନ୍ନ ଅଞ୍ଚଳକୁ ଚୋରାଚାଲାଣ ଚାଲିଛି । ଯାହାକି ପ୍ରଶାସନର ଜ୍ଞାତସାରରେ ରହିଥିଲେ ମଧ୍ୟ କେବେ ବି ସେଭଳି କୋ÷ଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ ହୋଇଥିବାର ନଜିର ନାହିଁ ।
ଗତ ବର୍ଷକ ମଧ୍ୟରେ ଏହି ତହସିଲ ଅଞ୍ଚଳରୁ ଯେତିକି ପରିମାଣର ମାଙ୍କଡାପଥର, ମୋରମ ଓ ନଦୀବାଲି ମାଫିଆମାନେ ଲୁଟି ନେଇଛନ୍ତି ତାହାଦ୍ୱାରା ସରକାର ପ୍ରାୟ ଦଶ କୋଟି ଟଙ୍କାର ରାଜସ୍ୱ ହରାଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ପରିବେଶ ବ୍ୟାପକ ଭାବେ ପ୍ରଦ୍ୟୁଷିତ ହୋଇଆସୁଛି । ଏଭଳି ବେପରୁଆ ଖନନ ଯୋଗୁଁ ସେସବୁ ସ୍ଥାନରେ ବଡ଼ବଡ଼ ଖାଲ ମାନ ସୃଷ୍ଟି ହୋଇ ଜନଜୀବନ ପ୍ରତି ବିପଦ ସୃଷ୍ଟିକରୁଛି । ଏଥିନେଇ ଲଗାତାର ଭାବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିଲେ ମଧ୍ୟ ତହସିଲ୍ ପ୍ରଶାସନ ନିଦାବିଷ୍ଣୁ ପାଲଟି ଯାଇ ଏହା ଉପରେ ଅଙ୍କୁଶ ଲଗାଇବାକୁ ଉଦ୍ୟମ କରୁନଥିôବା ପରିଲକ୍ଷିତ ହେଉଛି । କେବେ କେବେ କାଁ ଭାଁ କେବଳ ରାସ୍ତାରେ ପରିବହନ ହେଉଥିବା କିଛି ଟ୍ରକକୁ ଜବତ କରି ଜରିମାନା ଆଦାୟ କରିବାରେ ପ୍ରଶାସନର ପଦକ୍ଷେପ ସୀମିତ ହୋଇ ରହିଆସିଛି । କେବେ କେବେ ସ୍ୱଳ୍ପମିଆଦି ଅନୁମତିଧାରୀ ଅନୁମତି ଠାରୁ ଅଧିକମାଲ ଉତ୍ତୋଳନ କରିଥିଲେ ସେମାନଙ୍କ ଠାରୁ କେବଳ ରାଜସ୍ୱ ଜୋରିମାନା ଆଦାୟ କରାଯାଉଥିବା ବେଳେ ପ୍ରଶାସନ କାହିଁକି ସେମାନଙ୍କଠାରୁ ପରିବେଶ କ୍ଷତି ଜନିତ ଜୋରିମାନା ଆଦାୟ ନିମନ୍ତେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ସୁପାରିଶ କରୁନାହିଁ ତାହାମଧ୍ୟ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କେତେକ କ୍ଷେତ୍ର କର୍ମଚାରୀ ଏବଂ ବଡ଼ଚଣା ଓ ବୈରୀ ଥାନାର କର୍ମଚାରୀଙ୍କ ସହିତ ବେଆଇନ ଖନନକାରୀ ଓ ଚୋରା ଚାଲଣକାରୀଙ୍କ ମିଳିତ ସଲାସୁତୁରାରେ ସଂଗଠିତ ଭାବେ ଏଭଳି ବେଆଇନ୍ କାର୍ଯ୍ୟ ସବୁ ସମ୍ପାଦିତ ହୋଇ ଆସୁଥିବା ସାଧାରଣରେ ଆଲୋଚନାର ବିଷୟ ହୋଇଛି ।
ଏହି ବିଷୟକୁ ଗମ୍ଭୀରତାର ସହିତ ଗ୍ରହଣ କରି ଜନସ୍ୱାର୍ଥ ଦୃଷ୍ଟିରୁ ଦର୍ପଣ ତହସିଲ୍ ଅଞ୍ଚଳରୁ ବେଆଇନ୍ ମାଙ୍କଡ଼ା ପଥର ଖନନ ଓ ମୋରମ୍ ଉତ୍ତୋଳନକୁ ବନ୍ଦ କରିବା ପାଇଁ ଜିଲ୍ଲାରେ ଏଥିନେଇ ଗଠିତ ଟାସ୍କଫୋର୍ସ ଦୃଢ ପଦକ୍ଷେପ ଗ୍ରହଣ କରିବା ସହିତ ବେଆଇନ୍ ଖନନ କାର୍ଯ୍ୟରେ ଲିପ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନେ ଖନନ କରି ଲୁଟିନେଇଥିବା ଲଘୁ ଖଣିଜ ପରିମାଣ ବାବଦରେ ରୟାଲ୍ଟି ଓ କଠୋର ପରିମାଣର ଜରିମାନା ଆଦାୟ ସାଙ୍ଗକୁ ସେମାନଙ୍କ ବିରୁଦ୍ଧରେ ଫୋ÷ଜଦାରୀ ଆଇନ ମତେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।ା

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top