ଓଡ଼ିଶା

ଲଘୁଚାପ ବର୍ଷାରେ ଫିକା ପଡ଼ିଲା ରଜ ବଜାର

ତିର୍ତ୍ତୋଲ୧୨/୦୬(ଓଡ଼ିଆ ପୁଅ/ଟୁକନ ସେଠୀ)-ଆଉ ଦୁଇଦିନ ପରେ ରଜ, ଆଜି ଦିନ ତମାମ ଅଦିନିଆ ବର୍ଷା ଯୋଗୁଁ ଏହି ଅଞ୍ଚଳରେ ରଜ ବଜାର ଫିକା ପଡ଼ିଥିବା ଦେଖିବାକୁ ମିଳିଥିଲା। ସକାଳ ୬ ରୁ ଅପରାହ୍ନ ପର୍ଯ୍ୟନ୍ତ ଲୋକମାନେ ଲଗାଣ ବର୍ଷାଯୋଗୁଁ ଘରୁ ପଦାକୁ ବାହାରି ପାରିନଥିଲେ କି ବଜାର ଘାଟ ମଧ୍ୟ ଶୁନସାନ ହୋଇଯାଇଥିଲା। ଲୁଗାଦୋକାନ ଠାରୁ ଆରମ୍ଭ କରି ମନୋହରି ଦୋକାନ ପର୍ଯ୍ୟନ୍ତ ଦିନ ତମାମ ବର୍ଷାଯୋଗୁଁ ଖାଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ଅପରାହ୍ନରେ ସାମାନ୍ୟ ବର୍ଷା ଛାଡ଼ିବାରୁ ଲୋକମାନେ କିଣାକିଣି କରିବାପାଇଁ ଆସିଥିବାବେଳେ ତିର୍ତ୍ତୋଲ ଅଞ୍ଚଳରେ ଥିବା ଟଙ୍କା ଉଠାଣ ମେସିନ(ଏଟିଏମ)ରେ ଟଙ୍କା ନଥିବାବେଳେ ରଜ ବଜାରରେ କିଣାକିଣି କରିବାପାଇଁ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଥିଲା। ସେଥିମଧ୍ୟରୁ କଲେଜ ଛକରେ ଥିବା ଗୋଟିଏ ଏଟିଏମ୍ ରେ ଟଙ୍କା ଥିଲା। ଯେଉଁଠାରେ ଟଙ୍କା ଉଠାଇବାପାଇଁ ଗ୍ରାହକ ମାନଙ୍କର ଲମ୍ବା ଧାଡ଼ି ଲାଗିଥିଲା। ଏହା ସହିତ ଏହି ଅଞ୍ଚଳରେ ରଜ ବଜାରକୁ ଆଖିଆଗରେ ରଖି ପରିବା ଦର ଆକାଶ ଛୁଆଁ ହୋଇଥିବା ଦେଖିବାକୁ ମିଳିଛି। କିଛିମାତା୍ରରେ ପରିବାକୁ ଛାଡ଼ିଦେଲେ ପୋଟଳ ୪୦, ବାଇଗଣ ୪୦, ଝୁଡ଼ଙ୍ଗ ଛୁଇଁ ୩୦, ଟମାଟର ୩୦, ଭେଣ୍ଡି ୩୦, ଛଚିନ୍ଦା ୩୦ଟଙ୍କାରୁ ଉର୍ଦ୍ଧ ଦର ଥିବାରୁ ଗ୍ରାହକ ମାନେ କିଣିବାପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ପରିବାର ଉତ୍ପାଦନ ହେଉଥିବାବେଳେ ବାହାର ରାଜ୍ୟରୁ ପରିବା ଏହି ଅଞ୍ଚଳକୁ ଆସୁଥିବାରୁ ପରିବା ଦର ଅଧିକ ଥିବା ବ୍ୟବସାୟୀ ଶିବ ପ୍ରସାଦ ସାହୁ ସୂଚନା ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top