ଜିଲ୍ଲା ପରିକ୍ରମା

ଲଘୁଚାପ ବର୍ଷାରେ ଘର କାନ୍ଥ ଭୂଷୁଡିଲା

ଖଡିଆଳ/ନୂଆପଡା-୧୯.୮.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ):- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଡୁଆଝର ଗ୍ରାମରେ ଗତ ୪ ଦିନ ଲଘୁଚାପ ବର୍ଷାରେ ପଟେଲପଡା ନିବାସି ବିଜୁ ପଟେଲଙ୍କ ମାଟିଘର ଭୂଷୁଡି ପଡିଛି । ସେ ବିପଦକୁ ଖାତିର ନ କରି ଭଙ୍ଗାଘରେ ଆଶ୍ରୟ ନେଉଛନ୍ତି । ଏଥିପ୍ରତି ପ୍ରଶାସନ ତୁରନ୍ତ ଧ୍ୟାନ ଦେବାପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିପରି ଖଡିଆଳ ଏନ.ଏ.ସି. ୱାର୍ଡ ନଂ ୨ ର ଦିନମଜୁରିଆ ଦମ୍ପତି ଶୁରେସ ଦୀପଙ୍କ ପରିବାର ଓ ରବି ନାଗଙ୍କ ପରିବାର ଘର ଭିତରେ ଆଣ୍ଟୁଏ ପାଣି ଥିବା ଅବସ୍ଥାରେ ସେମାନଙ୍କୁ କଲ୍ୟାଣ ମଣ୍ଡପକୁ ସ୍ତାନାନ୍ତର କରାଯାଇଛି । ଏପର୍ଯ୍ୟନ୍ତ ୨ ପଡିତ ପରିବାରକୁ ରିଲିଫ ଯୋଗାଇ ଦେବାକୁ ପଡାବାସୀ ଅଭିଯୋଗ କରୁଛନ୍ତି । ଖଡିଆଳ ବ୍ଲକ ବଗରଗାଁ ଗ୍ରାମ ପଞ୍ଚାୟତରେ ଲଘୁଚାପ ଜନିତ ବର୍ଷାରେ ଦ୍ରଣ କମାଲ ଓ ଗାୟତ୍ରୀ କମାଲ ଙ୍କ ପରିବାର ନୁଜଘର ଭାଙ୍ଗିଯାଇଥିବାରୁ ବରଗାଁ ରାଜୀବ ଗାନ୍ଦୀ କେନ୍ଦ୍ରର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି । ଏମାନଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ୍ ତରଫରୁ କିଛି ସାହାର୍ଯ୍ୟ ମିଳିନାହିଁ । ବୋଡେନ ବ୍ଲକ ବାବେବିର ଗ୍ରାମରେ ଲଘୁଚାପ ଜନିତ ବର୍ଷାରେ ଘରଭାଙ୍ଗୀଯିବାରୁ ସୋବଳ ବାଗ, ସ୍ତ୍ରୀ- ରଞ୍ଜିତା ବାଗ , ହୃଷିକେଶ ବାଗ, ପୁସ୍ପାଞ୍ଜଳି ବାଗ, ତେଜରାଜ ବାଗ, ଶୀମା ବାଗ, ଝୀଲ୍ଲି ଗାବ ଙ୍କ ପରିବାର ଆଶ୍ରୟ ନେବାପାଇଁ କୈାଣସି ପ୍ରସାସନ ତରଫରୁ ଏପର୍ଯ୍ୟନ୍ତ କିଛି ବ୍ୟବସ୍ଥା କରାଯାଇ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top