ଲଘୁଚାପ ଜନିତ ବର୍ଷାରେ ଫୁଲୁଛି ବୈତରଣୀ

ତୁରୁମୁଙ୍ଗା ୭-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) କେନ୍ଦୁଝର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଉପର ମୁଣ୍ଡ ତଥା ଚମ୍ପୁଆ ଓ ଯୋଡ଼ାରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଠାରେ ବୈତରଣୀ ନଦୀରେ ବୈତରଣୀ ନଦୀର ବନ୍ୟାଜଳ ପ୍ରବାହିତ ହେଉଛି। ୪୯ ନମ୍ବର ଜାତୀୟ ରାଜପଥ ବମ୍ବେ କଲିକତା ରୋଡ଼ର ତୁରୁମୁଙ୍ଗାଠାରେ ବୈତରଣୀ ସେତୁକୁ ଛୁଇଁଛି ବନ୍ୟାଜଳ ଆଗାମୀ ୨୪ ଘଣ୍ଟା ବର୍ଷା ଲାଗିରହିଲେ ପୋଲ ଉପରେ ପାଣି ଚାଲିବା ସହିତ କେନ୍ଦୁଝରରୁ ଜଶିପୁର ବାରିପଦା କଲିକତାକୁ ଯୋଗାଯୋଗ ବିଛିନ୍ନ ହେବାର ଆଶଙ୍କା ଦେଖାଦେଇଛି।

Leave a Reply

Your email address will not be published. Required fields are marked *