ଓଡ଼ିଶା

ଲଗାମ ଛଡ଼ା ଶାସନ ଚାଲିଛି ରାୟଗଡା ଜିଲ୍ଲାରେ

ରାୟଗଡା ତା-୨୩/୦୮/୧୮(ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ)ରାୟଗଡା ଜିଲ୍ଲାରେ ବାରମ୍ବାର ଅଧିକାରୀମାନେ ଲଗାମଛଡା ହେବା ପରିଲକ୍ଷିତ ହେଉଛି। ଏଠାରେ କେଉଁ ପ୍ରକାଶ ଶାସନ ଚାଲିଛି ସାଧାରଣ ଜନତା ଆଶ୍ଚର୍ଯ୍ୟ ହେଉଛନ୍ତି। ଗତ ଚଳିତ ମାସ ୧୭ତାରିଖରେ ଦେଶର ଗର୍ବ ଓ ଗୌରବ ଆଣିଥିବା ଆମ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ଦେଶରେ ଶୋକ ପାଳନ କରିବା ପାଇଁ ଆଦେଶ ଦିଆଯାଇଥିଲା। ତେବେ ଆମ ମୁଖ୍ୟମନ୍ତ୍ରୀ ମଧ୍ୟ ଗୋଟିଏ ଦିନ ଶୋକ ନିମନ୍ତେ ଛୁଟି ଘୋଷଣା କରିଥିଲେ। ସେହି ଦିନ ଓପିଇଏଲପି ତରଫରୁ ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟରେ ହୋଇଥିଲା। ଯେଉଁ ଅଧିକାରୀ ମାନେ ଏମିତି ଦେଶ ଓ ରାଜ୍ୟ ସରକାରଙ୍କ ଆଦେଶକୁ ଅବମାନନା କରିଛନ୍ତି। ତାଙ୍କ ବିରୁଦ୍ଧରେ କାହିଁକି ମାମଲା ରୁଜ୍ଜୁ କରାଯାଇନାହିଁ ବୋଲି କହିବା ସହ ଏପଟେ ଶୁଣିବାକୁ ମିଳିଛି ରାୟଗଡା ଜିଲ୍ଲାପାଳ କିଛି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କହିଛନ୍ତି ଏହି ନିଉଜ କରନ୍ତୁ ନାହିଁ ବୋଲି ତେବେ ଏହି ତାଲିମ ଶିବିର ଜିଲ୍ଲାପାଳ ଆଦେଶରେ ହେଉଥିଲା ବୋଲି ଆଇନଜୀବୀ ପ୍ରଦୀପ ଦାସ କହିଛନ୍ତି। ଏହାର ସୁଯୋଗ ନେଇ ପୁଣି ଗତକାଲି ଶ୍ରମ ଅଧିକାରୀଙ୍କ ପ୍ରକୋଷ୍ଠରେ ରୁଦ୍ଧଦ୍ୱଆର ବୈଠକ ଚାଲିଥିବା ବେଳେ -ଜଣେ ଦଲାଲକୁ ଠାବ କରିଛନ୍ତି ଲୋକେ। ଗତକାଲି ରାୟଗଡା ଜିଲ୍ଲା ଚାନ୍ଦିଲୀ ଅଞ୍ଚଳରେ ଥିବା ଜେକେ କାଗଜକଳରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କ ପାଉଣା ପ୍ରଦାନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତ୍ରିପାକ୍ଷିକ ଆଲୋଚନା ଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ ଜେକେ କଂପାନୀର ପ୍ରତିନିଧି ତଥା ପୂର୍ବତନ ଡେପୁଟି ଲେବର କମିଶନ ବର୍ତ୍ତମାନର କାଗଜକଳର ଉପଦେଷ୍ଟା ରବୀନ୍ଦ୍ର ନାଥ ମିଶ୍ର ଏବଂ ଜିଲ୍ଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ରାୟଗଡା ଥାନାରେ ମାମଲା ରୁଜ୍ଜୁ କରାଯାଇଥିବା କହିଛନ୍ତି ଶ୍ରମିକ ନେତା ସୁନିଲ କୁମାର କର ଗତକାଲି ବକରି ଇଦ୍ ପାଇଁ ସରକାରୀ ଛୁଟି ଥିବା ସତ୍ତ୍ୱେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହ ସଂପୃକ୍ତ ଡେପୁଟି କମିଶନର ଜେକେ କାଗଜକଳର ଆନ୍ଦୋଳନ ଓ ସଂପୃକ୍ତ ପାଉଣା ସଂକ୍ରାନ୍ତରେ ଗୁପ୍ତ ବୈଠକ କରୁଥିଲେ। ତେବେ ଏହି ଖବର ଶୁଣି ଆନ୍ଦୋଳନକାରି ମାନେ ଶ୍ରମ କାର୍ଯ୍ୟାଳୟ ଘେରାଉ କରିବା ସହ ସଂପୃକ୍ତ ଅଧିକାରୀଙ୍କୁ ଠାବ କରିଥିଲେ। ପରେ ତାଙ୍କୁ ପୋଲିସ ଜିମା ଦିଆଯାଇଥିଲା। ଜେକେ କଂପାନୀର ଶ୍ରମିକ ମାନେ ତାଙ୍କର ବିଭିନ୍ନ ଦାବି ନେଇ ଆନ୍ଦୋଳନ ଡାକରା ଦେଇଥିଲେ। ସେମାନଙ୍କ ବିଭିନ୍ନ ଦାବି ମଧ୍ୟରେ ରହିଛି – ଠିକାରେ କାମ କରୁଥିବା ଶ୍ରମିକ ମାନଙ୍କୁ ଉପଯୁକ୍ତ ପାରିଶ୍ରମିକ, ବାର୍ଷିକ ଦରମା ବୃଦ୍ଧି, କାର୍ଯ୍ୟକାଳ ଓ ଦକ୍ଷତାକୁ ବିଚାରକୁ ନେଇ ମଜୁରୀ ଉପରେ ୫୦ରୁ ୩୦୦ ଟଙ୍କା ଅଧିକ ଦିଆଯିବା, ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା ପ୍ରଦତ୍ତ ରାୟ ସମାନ କାମକୁ ସମାନ ଦରମା ଲାଗୁ କରାଯିବା ରହିଛି। ସୂଚନାଯୋଗ୍ୟ ଜେକେ ପେପର ମିଲରେ କାମ କରୁଥିବା ୪ହଜାର ଠିକା ଶ୍ରମିକ ମାନଙ୍କୁ ଜେକେ ପେପର ମିଲର କର୍ତ୍ତୁପକ୍ଷ ଓ ଠିକାଦାର ମାନେ ନିର୍ୟାତନା, ଶୋଷଣ, ଚାକିରୀରୁ ବାହାର କରାଇଦେବା, ଟ୍ରେଡ ୟ୍ୱନିୟନ କରାଇନଦେବା ଏବଂ ଶ୍ରମିକଙ୍କ ଆଗୋଚରରେ ଉପଯୁକ୍ତ ଦରମା ନଦେଇ ସର୍ବନିମ୍ନ ଦରମା ଦେଇ ୨.୫ ଟନରୁ ୪ଟନ ଓ ୪ଟନରୁ ୪.୭୫ଟନକୁ ବଡାଇ ସର୍ବନିମ୍ନ ମଜୁରୀକୁ ମନଇଚ୍ଛା ଚୁକ୍ତିନାମା କରିବା ସହ ଶ୍ରମିକ ମାନଙ୍କ ଯଥାର୍ଥ ଦାବିକୁ ନମାନି ବାରମ୍ବାର ଧମକାଇ, ଡରାଇ କମ୍ପାନୀ କର୍ତ୍ତୁପକ୍ଷ ଯେଉଁ ଅତ୍ୟାଚାର ଓ ଶୋଷଣ ଚଳାଇଛନ୍ତି ତାବିରୁଦ୍ଧରେ ୪ହଜାର ଠିକା ଶ୍ରମିକ ଏବଂ ପ୍ରାୟ ସମସ୍ତ ସ୍ଥାୟୀ ଶ୍ରମିକ ପ୍ରତିବାଦ କରିଛନ୍ତି। ଏପ୍ରିଲ ୧୮ତିରିଖ ଓ ମେ ୨୩ ତାରିଖ ପ୍ରାୟ ୩ ହଜାର ଶ୍ରମିକ ରାୟଗଡା ଡିଏଲଓ ଏବଂ ଏଏଲସି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ଏ ସଂକ୍ରାନ୍ତରେ ରାୟଗଡା ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଇ ଦୃଡ ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ। ଜୁଲାଇ ୨୧ ତାରିଖ ଦିନ ଜିଲ୍ଲାପାଳଙ୍କ ଅଫିସରେ ୟ୍ୱନିୟନ ନେତୃବୃନ୍ଦ ସାକ୍ଷାତ କରି ଏହି ସମସ୍ୟାର ସମାଧାନ ତୁରନ୍ତ କରିବା ପାଇଁ ଅନୁରୋଧ କରିଥିଲେ। ଏହି ସମୟ ମଧ୍ୟରେ ଓଡ଼ିଶାର ମାନ୍ୟବର ଶ୍ରମ ଇଏସଆଇ, ଶକ୍ତି ମନ୍ତ୍ରୀ ଓ ଲେବର କମିଶନର ମହୋଦୟ ତୁରନ୍ତ ହସ୍ତକ୍ଷେପ କରି ୧୦ ଅଗଷ୍ଟ ୨୦୧୮ ପୂର୍ବରୁ ସମସ୍ୟାର ସମାଧାନ କରାନଗଲେ ରାୟଗଡା ଜେକେ ପେପର ମିଲର ୪ହଜାର ଠିକା ଶ୍ରମିକ ଅଗଷ୍ଟ ୨୩ ତାରିଖ ପରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ କରିବାକୁ ବାଧ୍ୟ ହେବେ ବୋଲି ଜେକେ ପେପର ମିଲ ଲିମିଟେଡ଼ କଣ୍ଟ୍ରାକ୍ଟ ଶ୍ରମିକ ସଂଘ ଏବଂ ଜେକେ ପେପର ମିଲ ଲିମିଟେଡ଼ ଏମ୍ପ୍ଲଏଜ ୟ୍ୱନିୟନ (ସିଆଇଟିୟୁ) ଚେତାବନୀ ଦେଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top