ଲଗାଣ ବର୍ଷା; ସହରାଞ୍ଚଳର ସ୍ଥିତି ବେହାଲ

ଭଦ୍ରକ,୧୩ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ମୌସୁମୀ ହେଉ ଅବା ଲଘୁ·ପ ବର୍ଷା ଦୁଇ ଦିନଧରି ଏହି ଜିଲାର ବାସୁଦେବପୁର ସହରର ସ୍ଥିତିକୁ ବିଗାଡି ଦେଇଛି । ଝିିପିଝିପିି ଓ ଲଗାଣ ବର୍ଷାରେ ସହରରେ ଥିବା କେତେକ ତଳିଆ ଅଞ୍ଚଳ ପାଣି ଜମିଛି । ଏପରିକି ସହରର କେତେକ ଦୋକାନ ଘରେ ପାଣି ପଶିଯାଇଛି । ସହରକୁ ଲାଗିଥିବା ଦେଉଳି ସେଠୀସାହି ହେଉ ଅବା ପ୍ରାଣୀ ଚିକିତ୍ସ ।ଳୟ ପରିସର ବର୍ଷା ପାଣି  ନିଷ୍କାସିତ ହୋଇନପାରି ଲହଡି ମାରୁଛି । ସେଠୀ ସାହିର ସ୍ଥିତି ଏପରି ହୋଇଛି, ସାହି ଭିତର ମୁଖ୍ୟ ରାସ୍ତାକୁ କାଟିବାକୁ ଲୋକ ବାଧ୍ୟ ହୋଇଛନ୍ତି । ସାହିରେ ଡ୍ରେନ ବ୍ୟବସ୍ଥା ନଥିବାରୁ ଓ ମୁଖ୍ୟ ରାସ୍ତା ପାଖରେଥିବା ଡ୍ରେନରେ ପାଣି ହୋଇନପାରିବାରୁ ଲୋକଙ୍କ ଦୁଆରେ ପାଣି ଦୁଇ ଦିନଧରି ଲହଡି ମାରୁଛି । ସାହିର ଏହି ଅବ୍ୟବସ୍ଥାକୁ ନେଇ ସହରବାସୀ ସିଧା ସଳଖ ପୌରାପାଳିକାକୁ ଦୋଷାରୋପ କରିଛନ୍ତି । ପୌରାପାଳିକାର ଏହି ଦୟନୀୟ ସ୍ଥିତିରେ ଲୋକ ପଡୁଥିଲେବି ପୌର କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗୁନି ବୋଲି ଗ୍ରାମବାସୀ କହିଛନ୍ତି । ପାଣି ନିଷ୍କାସନ ହୋଇ ପାରୁନଥିବାରୁ ବ୍ଲକ ରୋଡର କେତେକ ବ୍ୟବସାୟୀ ମାନଙ୍କ ମଧ୍ରେ  ଉଚ୍ଚବାଚ ହେଉଥିବା ଦେଖିବାକୁ ମିଳିଛି । ରାସ୍ତାର ପଶ୍ଚିମ ପାଖରେ ଡ୍ରେନ ବ୍ୟବସ୍ଥା ନଥିବାରୁ ବର୍ଷା ପାଣି ନିଷ୍କାସିତ ହୋଇ ପାରୁନଥିବା ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । ଡ୍ରେନ ପାଇଁ ଏକାଧିକବାର ପୌରପାଳିକାକୁ ଅବଗତ କରାଯାଉଥିଲେବି ଫଳ କିଛି ମିଳୁନଥିବା ବ୍ୟାବସାୟୀ କହିଛନ୍ତି । ମୁଖ୍ୟ ରାସ୍ତା ଠାରୁ ବାଲିକଲୋନୀକୁ ଯାଇଥିବା ରାସ୍ତାରେ ବର୍ଷା ହେଲେ ପାଣିର ସୁଅ ପଡୁଛି । ଏହି ପାଣି ନିଷ୍କାସନରେ କୌଣସି ସୁବିଧା ନଥିବାରୁ ଲୋକମାନେ ଦୟନୀୟ ଅବସ୍ଥା ସଙ୍ଗୀନ ହେଉଛି । ଦିନେ ଦୁଇଦିନ ମଧ୍ୟରେ ମେସିନ ବୁଲିବ । ଜଳ ନିଷ୍କାସନ ପଥରୁ ଜବର ଦଖଲ ହଟାଇବା ଓ ପୋତି ପଡିଥିବା ନାଳକୁ ସଫା କରାଯିବ ବୋଲି ପୌରାଧ୍ୟକ୍ଷ ଅଶୋକ କୁମାର ଦାସ କହିଛନ୍ତି । ତା’ସହିତ ପ୍ରାଣୀ ଚିକିତ୍ସାଳୟ ପରିସରରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯିବ । ସବୁଠାରୁ ବଡକଥା; ନୂଆ ଘର କରୁଥିବା ଲୋକମାନେ ପାଣି ନିଷ୍କାସନ କଥାକୁ ନଜର ନଦେଇ ଘର କରୁଛନ୍ତି । ଫଳରେ ବର୍ଷା ଜଳ ନିଷ୍କାସିତ ହୋଇନପାରି ରାସ୍ତା ଉପରେ ଜମି ରହୁଛି । ତା’ସହିତ ପାଣି ନିଷ୍କାସନ ପଥ ବାରମ୍ବାର ଅବରୋଧରେ ରହିଥିବାରୁ ପୌରପାଳିକା ପାଇଁ ଚିନ୍ତାର କାରଣ ହେଉଥିବା ଶ୍ରୀ ଦାସ କହିଛନ୍ତି । ବର୍ଷାଦିନ ଆସିବା ପୂର୍ବରୁ ଯଦି ଏହି ସମସ୍ୟା ପ୍ରତି ଧ୍ୟାନ ଦିଆଯାଇପାରନ୍ତା ତା’ହେଲେ ପୌରାପାଳ ସମେତ ସହରର ଜଳ ନିଷ୍କାସନ ବ୍ୟବସ୍ଥାର ସୁଧାର ଆସିପାରନ୍ତା ।

Leave a Reply

Your email address will not be published. Required fields are marked *