ଲଗାଣ ବର୍ଷା ଯୋଗୁଁ ସ୍ୱାଭିମାନ ଅଞ୍ଚଳରେ ଅନେକ ବିଦ୍ୟାଳୟରେ ତାଲା, ଶିକ୍ଷାଦାନରେ ବାଧା

ମାଲକାନଗିରି, ୨୯ା୮(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦୀର୍ଘ ଦୁଇମାସ ହେଲା ଲଗାଣ ବର୍ଷା ଲାଗିରହିଥିବାରୁ ଅନେକ ନଦୀ ନାଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଲଗାଣ ବାର୍ଷା ପାଇଁ ସ୍ୱାଭିମାନ ଅଞ୍ଚଳରେ ଥିବା ଅନେକ ବିଦ୍ୟାଳୟରେ ଏବେ ବି ତାଲା ପଡିଥିବାର ଦେଖିବାକୁ ମିଳୁଛି। ସ୍ୱାଭିମାନ ଅଞ୍ଚଳକୁ ଖରାଦିନେ ଅଧିକାଂଶ ସମୟରେ ଶିକ୍ଷକମାନେ ଯାଉନଥିବା ବେଳେ ବର୍ଷା ଲାଗିରହିଥିବାରୁ ସେମାନେ ଗତ ମାସେ ହେଲା ବିଦ୍ୟାଳୟକୁ ଯାଉନଥିବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ବିଶେଷ କରି ରାଲେଗଡା ପଞ୍ଚୟାତର ମାନ୍ଦାପାଲି, ବଡପୁଟ, ତୋଟାଗୁଡା, ଗୋରାସେତୁ, ବେଜିଂଙ୍ଗ, ଚିନ୍ତାନଡୋଲି, ସାରୁକବନ୍ଧ, ସିଙ୍ଗୋଲ, ଗିରିଲଗୁଡା, ଯନ୍ତ୍ରି, ପାପରମେଟାଲା, ପଣସପୁଟ, ପଚାଂୟତର ଅନେକ ବିଦ୍ୟାଳୟରେ ତାଲାପଡିଥିବାର ଦେଖିବାକୁ ନମିଳିଛି। ଏହି ସବୁ ଅଞ୍ଚଳରେ ବର୍ଷାଦିନେ ଶିକ୍ଷାଦନ ବ୍ୟବସ୍ଥା ଏକ ପ୍ରକାର ଠପ ହୋଇ ଯାଇଥାଏ। ସ୍ୱାଭିମାନ ଅଞ୍ଚଳକୁ ସ୍ଥଳପଥରେ ଯାତାୟତ ପାଇଁ ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ବି ସେ ସବୁ ଅଞ୍ଚଳକୁ ନିୟମତି ଭାବେ ଶିକ୍ଷକମାନେ ବିଦ୍ୟାଳୟକୁ ଯାଉନଥିବାର ଗ୍ରାମବାସୀମାନେ କୁହିଛନ୍ତି।

Leave a Reply

Your email address will not be published. Required fields are marked *