ଓଡ଼ିଶା

ଲଗାଣ ବର୍ଷା ଓ ବନ୍ୟାରେ ଉଜୁଡିଲା ଧାନଚାଷ, ଚିନ୍ତାରେ ଚାଷୀ

ହାଟଡ଼ିହି, ୯। ୯ (ଓଡ଼ିଆ ପୁଅ/ବିକାଶ ବିଶ୍ୱାଳ): ଲଗାଣ ବର୍ଷା ଓ ବୈତରଣୀ ବନ୍ୟାରେ ହାଟଡିହି ବ୍ଲକର ବହୁ ପଞ୍ଚାୟତରେ ଧାନଚାଷ ବ୍ୟାପକ କ୍ଷତିଗ୍ରସ୍ଥ ହୋଇଛି। ହାଟଡିହି ବ୍ଲକର ୨୦ରୁ ଉର୍ଦ୍ଧ ପଞ୍ଚାୟତର ଚାଷଜମି ଗୁଡିକ ଲଗାଣବର୍ଷାଦ୍ୱାରା ଦୀର୍ଘଦିନ ଧରି ଜଳାର୍ଣ୍ଣବ ରହିବାଦ୍ୱାରା ଧାନଗଛ ଗୁଡିକ ନଷ୍ଟ ହୋଇଯାଇଛି। ତିନିଦିନ ଧରି ଲଗାଣ ବର୍ଷା ଲାଗି ରହିବାରୁ ହାଟଡିହି, ମରୈଗାଁ, ଶାସଙ୍ଗ, ଅକରୁଆ, ବଞ୍ଚୋ, ସଢ଼ା, ଢ଼େଙ୍କା, ପନ୍ଦାଡୋ, ବାଲିବରେଇ, ସୋସୋ, ସୁଲଣ, ପଞ୍ଚୁଗୋଛିଆ, ବଡରମ୍ପାସ, ଇଞ୍ଚୋଳ, ଶାଳଣିଆଁ, ଓରାଳି, ଡଅଁର ପ୍ରଭୃତି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଚାଷଜମି ଗୁଡିକ ବୁଡି ଯାଇଥିଲା। ଜଳ ନିସ୍କାସନର ସୁବିଧା ନଥିବାରୁ ଜଳନିସ୍କାଷନ ହୋଇନପାରି ଚାଷଜମି ଗୁଡିକ ବୁଡି ରହିବାରୁ ଚାଷୀଙ୍କ ଧାନତଳି ସହ ରୁଆଡଧାନସବୁ ନଷ୍ଟ ହୋଇଯାଇଛି। ଚାଷୀମାନେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ପାଣି ନିସ୍କାସନ ବାଟ ଗୁଡିକ ଘର, ରାସ୍ତା ନିର୍ମାଣ ପାଇଁ ପୋତିଦେଇ ଥିବାରୁ ପାଣି ନିସ୍କାସନ ହୋଇ ନପାରି ଏପରି ଅବସ୍ଥା ହୋଇଥିଲା। ସେହିପରି ଗତ ବୈତରଣୀ ବନ୍ୟାରେ ଆୟତପୁର, ରାଘବପୁର, ଷଡଙ୍ଗ, ଜାବିନିପୁର, ଡିମିରିଆ, ଜମ୍ଭରା, ସମଣା, ଚାପୁଣ୍ଡିଆ, ବାହାରିପୁର, ଆମ୍ବୋ, ବିରିଡି, ଅଣତିରା, ସୁଲଣ, ପଞ୍ଚୁଗୋଛିଆ, ତରଭା, ବରଡି ପ୍ରଭୃତି ଗ୍ରାମର ଚାଷୀ ମାନଙ୍କ ଧାନଚାଷ ସବୁ ନଷ୍ଟ ହୋଇଯାଇଛି। ଏନେଇ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଦୁଇ ଦୁଇଥର ଚାଷଜମି ନଷ୍ଟ ହେବାପରେ ଏବେ ଆଉ ଚାଷୀଙ୍କ ପାଖରେ ଧାନ ତଳି ନଥିବାରୁ ଶହଶହ ହେକଟର ଜମିରେ ଆଉ ଚାଷ କରିବା ସମ୍ଭବପର ନୁହଁ। ଅନେକ ପଞ୍ଚାୟତର ଚାଷୀମାନେ ନେଇ ଜିଲ୍ଲାପାଳ, ଓ ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇ ଅନୁଧ୍ୟାନ କରିବାକୁ ଦାବି କରିଛନ୍ତି। ବିଶେଷକରି ଚାଷୀମାନେ ଚଳିତବର୍ଷ ବିପୁଳ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ଏପ୍ରିଲ ମାସରୁ ନିୟମିତ ବର୍ଷା ଲାଗି ରହିବାରୁ ଚଳିତବର୍ଷ ଧାନ ବୁଣା ହୋଇପାରି ନଥିଲା। ଚାଷୀମାନେ ବିଲ ରୋଇବାକୁ ଲକ୍ଷ ରଖି ତକିଛିଦିନ ତଳେ ଧାନ ତଳି ପକାଇଥିବାବେଳେ ଦୁଇ ଦୁଇ ଥର ବର୍ଷାରେ ତାହା ପାଣିରେ ବୁଡିଯାଇ ପଚି ଗଲାପରେ ଯାହା ଥିଲା ସେଇଥିରେ ଚାଷ କାମକୁ ଆଗେଇ ଦେଇଥିବାବେଳେ ୪ଦିନ ତଳେ ହୋଇଥିବା ବର୍ଷା ଓ ଗତ ଦୁଇଦିନ ତଳେ ବନ୍ୟାରେ ତାହା ସମ୍ପୁର୍ଣ୍ଣ ନଷ୍ଟ ହୋଇଯିବାରୁ ଚାଷୀମାନେ କିଂକର୍ତ୍ତବ୍ୟମୁଢ଼ ହୋଇଯାଇଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ଧାନଚାଷ କ୍ଷୟକ୍ଷତି ଆକଳନ କରାଯାଇ ବୀମା ଭୁକ୍ତ ଚାଷୀ ମାନଙ୍କୁ ବୀମା ସହାୟତା ଓ ଅନ୍ୟମାନଙ୍କୁ କ୍ଷତିପୁରଣ ଦେବାକୁ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top