ଲଗାଣ ବର୍ଷାରେ ଭାଙ୍ଗୁଛି ମାଟି ଘର! ଗରିବଙ୍କ ଦୁଃଖ ବୁଝିବ କିଏ?

ତୁରୁମୁଙ୍ଗା ୮-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ଲଘୁଚାପ ଜନିତ ବର୍ଷାରେ କେନ୍ଦୁଝର ଜିଲ୍ଲା ଅସ୍ତବ୍ୟସ୍ତ ହୋଇ ପଡିଛି। ପ୍ରବଳ ବର୍ଷା ଯୋଗୁଁ ପାଟଣା ବ୍ଲକର ମୁରୁସୁଆଁ ପଞ୍ଚାୟତର ଅର୍ଜୁନ ଚରଣ ସାହୁଙ୍କ ଘରଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି। ସେ ଜଣେ ଚାଷୀ ହେଇଥିବାରୁ ତାଙ୍କୁ ସରକାରୀ ସହାୟତା ତୁରନ୍ତ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *