ଲଗାଣ ବର୍ଷାରେ ଭାଙ୍ଗିଲା ଘର

ତୁରୁମୁଙ୍ଗା ୭-୯ (ଓଡ଼ିଆ ପୁଅ/ସନ୍ତୋଷ ପତି) ଲଘୁଚାପ ଜନିତ ବର୍ଷାରେ କେନ୍ଦୁଝର ଜିଲ୍ଲା ଅସ୍ତବ୍ୟସ୍ତ ହୋଇ ପଡିଛି ଜିଲ୍ଲାର ପାଟଣା ଓ ସାହାରପଡା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପାଟଣା ବ୍ଲକର ତୁରୁମୁଙ୍ଗା ପଞ୍ଚାୟତ ତ୍ରିବିନ୍ଧା ଗ୍ରାମର ଚିନ୍ତାମଣି ନାଏକ, କେନ୍ଦେଇ ପଶି ପଞ୍ଚାୟତର ମହିଁଶା ମୁଣ୍ଡି ଗ୍ରାମର ଗୁରୁଚରଣ ନାଏକ, ଖୁଣ୍ଟାପଡା ଗ୍ରାମର ସାବିତ୍ରୀ ମହାରଣା ଓ ଜୋନୀ ନାଏକ, କେଂଦେଇ ପଶି ଗ୍ରାମର ଦୀନବନ୍ଧୁ ନାଏକ ବଡ଼ ଗମ୍ଭାରୀଆ ଅର୍ଜୁନ ମହାପାତ୍ର ସିଲିଦା ନବୀନ ବାରିକଙ୍କ ଏବଂ ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତ ତାଳପଦା ଗ୍ରାମର ରତ୍ନାକର ମହାନ୍ତ, ଡମ୍ବରୁଧର ମହାନ୍ତ ମୋହନ ମହାନ୍ତ ଘର ଭାଙ୍ଗିଯାଇଥିବା ଜଣା ପଡ଼ିଛି। ଏମାନଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

 

Leave a Reply

Your email address will not be published. Required fields are marked *