ଲଗାଣ ବର୍ଷାରେ ଜିଲାରେ ୧ଲକ୍ଷ ୩୧ହଜାର ୭ଶହ ୧୭ ଲୋକ କ୍ଷତିଗ୍ରସ୍ତ, ୨୭ହଜାର ୪ଶହ ୧୨ ହେକ୍ଟର ଜମିର ଫସଲ ପାଣିରେ ବୁଡି ରହିଛି

କେନ୍ଦ୍ରାପଡା ୭ /୯(ଓଡ଼ିଆ ପୁଅ/ଲକ୍ଷ୍ମୀକାନ୍ତ ନାୟକ)୬ତାରିଖର ଲଗାଣ ବର୍ଷାଦ୍ୱାରା ଜିଲାର ୧୩୩ଟି ପଞ୍ଚାୟତର ୯୪୦ ଗ୍ରାମର, ୧ଲକ୍ଷ ୩୧ହଜାର୭ଶହ ୧୨ ଲୋକ କ୍ଷତିଗ୍ରସ୍ତ ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ରାଜସ୍ୱ ବିଭାଗକୁ ଆଜି ରିପୋର୍ଟ ଦିଆଯାଇଥିବା ଜଣାପଡିଛି। ଯେଉଁ ବାସଗୃହ ଗୁଡିକ ଏହି ଲଗାଣ ବର୍ଷାଦ୍ୱାରା କ୍ଷତିଗ୍ରସ୍ତ ହୋଇଛି ସେଥିମଧ୍ୟରୁ ୫ହଜାର ୫୨୨ବାସଗୃହ ସଂପୂର୍ଣ୍ଣ ଭାଙ୍ଗିଯାଇଥିବା ବେଳେ ତିନୋଟି ଘରର ସବୁ କାନ୍ଥ ପଡିଯାଇଛି ଏବଂ ୫୪୮୮ ବାସଗୃହର ଆଶିଂକ କ୍ଷତିଗ୍ରସ୍ତ ହୋଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଏହି ଲଗାଣ ବର୍ଷା ଯୋଗୁ ୩୭ହଜାର ୪ଶହ ୧୨ ହେକ୍ଟର ·ଷଜମି ପାଣିତଳେ ବୁଡି ରହିଛି। ଏହି କ୍ଷୟକ୍ଷତିର ମୂଲ୍ୟଏପର୍ଯ୍ୟନ୍ତ ଆକଳନ ହୋଇପାରିନଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ବ୍ୟତୀତ ୬ତାରିଖରେ ଜିଲାରେ ହାରାହାରି ୨୭୧.୬୭ ମି.ମି ବର୍ଷ ହୋଇଥିବା ବେଳେ ଆଜି ଦିନରେ ମାତ୍ର ୮୯.୭୮ମି.ମିବର୍ଷା ହୋଇଥିଲା। କିନ୍ତୁ ସନ୍ଧ୍ୟା ପରଠାରୁ ବର୍ଷାର ବେଗ ବୃଦ୍ଧି ପାଇଛି। ଏହି ଲଗାଣ ବର୍ଷାଦ୍ୱାରା ୧୬୫୨ଟି ଗ୍ରାମ ପାଣିଘେରରେ ଥିବା ସରକାରୀଭାବେ ଜଣାପଡିଛି। ଏହି ଲଗାଣବର୍ଷା ଦ୍ୱାରା ୧୫ହଜାର ୫ଶହ ୫୫ ଗୃହ ପାଳିତ ପଶୁ ବିପନ୍ନ ହୋଇପଡିଥିବାବେଳେ ସେଥିମଧ୍ୟରୁ ଗୋଟିଏ ଗାଈର ମୃତ୍ୟୁ ହୋଇଯାଇଥିବା ଜରୁରୀ ବିଭାଗକୁ ଖବର ଆସିଛି। ତେବେ ବର୍ଷା ଲାଗିରହିଥିବାରୁ ଜିଲାର ଆଭ୍ୟନ୍ତରିଣ ଅଞ୍ଚଳରୁ କ୍ଷୟକ୍ଷତିର ବିବରଣୀ ଆସିପାରୁନଥିବା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି। ୬ତାରିଖର ଲଗାଣ ବର୍ଷା ଯୋଗୁ କେନ୍ଦ୍ରାପଡା ତହସିଲର ଚାରିପାଖରେ ପାଣି ଭର୍ତ୍ତି ହୋଇରହିଛି। ଦମକଳ ଯୋଗେ ପାଣି ସୁକାଯାଉଥିଲେ ସୁଦ୍ଧା ବର୍ଷା ଅଧିକରୁ ଅଧିକ ହେଉଥିବାରୁ ଜଳ ନିଷ୍କାସନରେ ବାଧା ଉପୁଜୁଛି। ଏହା ବ୍ୟତୀତ ଆମବାଡି, ରଣପଡା, ନସଡିପୁର, ଇଛାପୁର ରଥଦାଣ୍ଡ ଇତ୍ୟାଦି ଖାଳୁଆ ଅଞ୍ଚଳ ଏପର୍ଯ୍ୟନ୍ତ ଜଳମଗ୍ନ ହୋଇରହିଛି। କେନ୍ଦ୍ରାପଡା ପୌରସଂସ୍ଥା ପକ୍ଷରୁ ଜଳ ନିଷ୍କାସନ କାର୍ଯ୍ୟ ଅବ୍ୟାହତ ରହିଛି। ମହିପାଳ ୨୦ନମ୍ବର ୱାର୍ଡରେ ୫ତାରିଖ ରାତିର ପ୍ରବଳ ବର୍ଷଯୋଗୁଁ ବହୁ ଘରେ ପାଣି ପଶିଯାଇଥିଲା। ପୌରସଂସ୍ଥା ପକ୍ଷରୁ ଦମକଳ ସାହାର୍ଯ୍ୟରେ ସେହି ସବୁ ଅଞ୍ଚଳରୁ ଜଳ ନିଷ୍କାସନ କାର୍ଯ୍ୟ ଗତକାଲି ରାତିରେ ଅଧାରୁ ବନ୍ଦ କରିଦିଆଯାଇଥିଲା। ଫଳରେ ଆଜିର ଲଗାଣ ବର୍ଷା ଯୋଗୁ ସେ ସବୁ ଅଞ୍ଚଳ ପୁଣି ଜଳମଗ୍ନ ହୋଇପଡିଛି ଏବଂ ଘର ଗୁଡିକରେ ପୁଣି ବର୍ଷାପାଣି ପଶିଯାଇଛି। ଏ ସମ୍ପର୍କରେ ପୌରସଂସ୍ଥାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଏବଂ ପ୍ରଶାସକ ତଥା ଉପଜିଲାପାଳ ସଂଜୟ ମିଶ୍ରଙ୍କୁ ଅବଗତ କରାଯାଇଛି।

Leave a Reply

Your email address will not be published. Required fields are marked *