କେନ୍ଦୁଝର

ଲଗାଣ ବର୍ଷାରେ ଘର ଭାଙ୍ଗିଲା

ତୁରୁମୁଙ୍ଗା ୯-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ସାହାରପଡା ବ୍ଲକ ଖଜରାପାଟ ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ଶରଧା ମହାନ୍ତଙ୍କ ଘର ଟି ପ୍ରବଳ ବର୍ଷାରେ ଭାଙ୍ଗିଯାଇଛି। ଲଗାଣ ବର୍ଷା ଯୋଗୁଁ ମାଟି କାନ୍ଥ ବତୁରୀ ଯାଇ ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହିତ ଶରଧା ଅଳ୍ପକେ ବର୍ତ୍ତୀ ଯାଇଛନ୍ତି। ଏବେ ସେ ନିରାଶ୍ରୟ ହୋଇଯାଇଛନ୍ତି। ପୂର୍ବରୁ ବହୁ ବର୍ଷ ତଳୁ ସ୍ୱାମୀ ଆରପରିକୁ ଚାଲି ଯାଇଥିବା ବେଳେ ଏକ ମାତ୍ର ସାହା ଭରସା ନାତି ମଧ୍ୟ କିଛି ମାସ ତଳେ ପ୍ରାଣ ହରାଇଛନ୍ତି। ପୁଅମାନେ ମଧ୍ୟ ଅନ୍ୟତ୍ର ରହୁଛନ୍ତି। ବର୍ତ୍ତମାନ ଖପର ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯିବାରୁ ମୁଣ୍ଡ ଗୁଞ୍ଜି ବାକୁ ଚାଳଟିଏ ନାହିଁ। ଏଣୁ ପ୍ରଶାସନ ତରଫରୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top