ଲଗାଣ ବର୍ଷାରେ ଘର ନଷ୍ଟ

ଖଇରା, ୮/୯/୨୦୧୮(ଓଡିଆ ପୁଅ/ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଝାଟିଆ ଗ୍ରାମର ଗୋବିନ୍ଦ ପାତ୍ରଙ୍କ ବାସଗୃହଟି ଏଇ କେତେଦିନ ଧରି ଲାଗିରହିଥିବା ଲଗାଣ ବର୍ଷାରେ ଦୁର୍ବଳ ହୋଇ ଗତକାଲି ସନ୍ଧ୍ୟାରେ ଭୁଶୁଡି ପଡି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଥିରେ ଘରେ ଥିବା ଘରର ସମସ୍ତ ଆସବାବପତ୍ର ସହ ଧାନ, ଚାଉଳ, ବାସମକୁସନ, ଲୁଗାପଟା, ନିତ୍ୟବ୍ୟବହାର ଜିନିଷ ପତ୍ର ସମେତ ଘରର ସବୁକିଛି ମାଟିତଳେ ପୋତିହୋଇ ନଷ୍ଟ ହୋଇଯାଇଥିବାର ଜଣାଯାଇଛି। ଅଂଚଳବାସୀଙ୍କ ଠାରୁ ଖବର ପାଇ ଗଣ୍ଡିବେଡ ଆର.ଆଇ ମିନାରାଣୀ ସିଅଳଙ୍କ ନିର୍ଦ୍ଦେଶ କ୍ରମେ ପିଅନ ରାମଚନ୍ଦ୍ର ମଲ୍ଲିକ ଘଟଣା ସ୍ଥଳକୁ ଯାଇ ସରଜମିନ ତଦନ୍ତ କରି ଦେଖିବା ସହିତ ଆର.ଆଇ ଅଫିସରେ ଗଚ୍ଛିତ ଥିବା ପଲିଥିନ୍ ଶ୍ରୀ ପାତ୍ରଙ୍କୁ ପ୍ରଦାନ କରିଛନ୍ତି। ଘରଟି ସଂପୂର୍ଣ୍ଣ ନଷ୍ଟ ହୋଯାଇଥିବାରୁ ଶ୍ରୀ ପାତ୍ରଙ୍କ ପରିବାର ନିରାଶ୍ରୟ ହୋଇପଡିଛନ୍ତି। ଶୀଘ୍ର ସରକାରଙ୍କର ଆବାସ ଯୋଜନାରେ ଏକ ଗୃହ ଯୋଗାଇ ଦେବାକୁ ଅଂଚଳବାସୀଙ୍କ ତରଫରୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *