ଅନୁଗୁଳ

ଲଗାଣ ବର୍ଷାରେ ଅଘଟଣ: ଶୋଇଥିବା ଅବସ୍ଥାରେ କାନ୍ଥ ପଡ଼ି ୪ ଆହତ

ଅନୁଗୋଳ, ୨୨/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଲଘଚାପଜନିତ ବର୍ଷାରେ କାନ୍ଥ ପଡ଼ି ଯିବାରୁ ଦୁର୍ଭାଗ୍ୟଜନକ ଭାବେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ଅଘଟଣ ଘଟିଛି ପାଲଲହଡ଼ା ଉପଖଣ୍ଡର ମୁଣ୍ଡୁରିବେଡ଼ା ପଂଚାୟତ ଅନ୍ତର୍ଗତ ବାଞ୍ଜମୁଣ୍ଡା ଗ୍ରାମରେ। ଘଟଣାରୁ ପ୍ରକାଶ, ରବିବାର ଭୋରରେ ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଅନୁକୂଳ ପିଙ୍ଗୁଆଙ୍କ ସ୍ତ୍ରୀ ସୁକୁମାରୀ ଏବଂ ସେମାନଙ୍କ ୩ଜଣ ଛୋଟ ପିଲା ମନୋଜ, କୃଷ୍ଣ ଓ ଆଦେଶ ନିଜ ମାଟି ଘରେ ଶୋଇଥିଲେ। ତେବେ ଶୋଇଥିବା ପଟକୁ ଥିବା ଗୋଟିଏ କାନ୍ଥ ଭୁଷୁଡ଼ି ପଡ଼ିଥିଲା ଏବଂ ଏହି ଭଙ୍ଗା କାନ୍ଥ ତଳେ ପିଙ୍ଗୁଆଙ୍କ ସ୍ତ୍ରୀ ଏବଂ ୩ ପିଲା ଚାପି ହୋଇ ଯାଇଥିଲେ। ତେବେ ଅନ୍ୟପାଖେ ଶୋଇ ଥିବା ପିଙ୍ଗୁଆ ଏହା ଦେଖି ସହାୟତା ପାଇଁ ପଡ଼ୋଶୀଙ୍କୁ ଡାକିଥିଲେ। ଏହାପରେ ସମସ୍ତେ ମିଳିମିଶି କାନ୍ଥ ତଳୁ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ପାଲଲହଡ଼ା ଡାକ୍ତରଖାନାରେ ଭର୍ତି କରିଥିଲେ। ତେବେ ପରେ ୨ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top