ଲଗାଣବର୍ଷାରେ ଶତାଧିକ ହେକ୍ଟର ଚାଷ ଜମି ଜଳମଗ୍ନ

ପାରଳାଖେମୁଣ୍ଡି,୨୦ା୭(ଓଡିଆ ପୁଅ/ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲାରେ ଲଘୁଚାଷ ଯୋଗୁଁ ଲଗାଣ ବର୍ଷା ହେବା ଫଳରେ ଶତାଧିକ ହେକ୍ଟର ଚାଷଜମି ବର୍ଷାପାଣିରେ ସମ୍ପୂର୍ଣ୍ଣ ଜଳ ମଗ୍ନହୋଇ କ୍ଷୟକ୍ଷତି ଘଟିଛି । ୩ଦିନ ଧରି ଲଗାଣ ବର୍ଷା ହେବା ଫଳରେ ଜିଲାର ବିଭିନ୍ନ ସ୍ଥାନରେ ହଜାର ହଜାର ହେକ୍ଟର ଚାଷ ଜମି ଜଳ ମଗ୍ନ ହେବାସହ ସେଠାରେ କୃତିମ ହ୍ରଦ ସୃଷ୍ଟି ହୋଇଛି । କେତେକ ଚାଷ ଜମିରେ ତଳି ଗୁଡିକ କାଦୁଅ ପାଣିରେ ବୁଡି ନଷ୍ଟ ହୋଇଯାଇଥିବା ବେଳେ ଅଧିକାଂଶ ଚାଷ ଜମିରେ ରୁଆ ସରିଥିବା ଧାନ ଗଛଗୁଡିକ କାଦୁଅପାଣିରେ ବୁଡିରହିଥିବାର ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ କୃଷକମାନଙ୍କ ପକ୍ଷରୁ ଏହି ଚାଷ ଜମିର କ୍ଷୟକ୍ଷତି ପ୍ରଶାସନ ପକ୍ଷରୁ ତୁରନ୍ତ ଆକଳନ କରାଯାଇ ସେମାନଙ୍କୁ ବିହନ ଯୋଗାଇବା ସହ ଜଳ ନିଷ୍କାସନର ବ୍ୟବସ୍ଥା କରାଯିବାକୁ ନିବେଦନ କରାଯାଇଛି । ତେବେ ପ୍ରଶାସନ ପକ୍ଷରୁ କୌଣସି ସଠିକ କ୍ଷୟକ୍ଷତି ଏବଂ ଜଳମଗ୍ନ ହୋଇଥିବା ଚାଷ ଜମିର ପରିମାଣ ବିଷୟରେ ଆକଳନ ହୋଇନାହିଁ । ତୁରନ୍ତ ଏହାର ଆକଳନ କରିବା ପାଇଁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *