ଓଡ଼ିଶା

ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ, ଯୁବକ ଗିରଫ

ପୁରୀ:୧୭/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ପୁରୀ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପେଣ୍ଠକଟା ବେହେରା ସାହିର ଜନୈକ ଯୁବକଙ୍କ ନିକଟରୁ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ସାଢ଼େ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପ୍ରକାଶ କରିଛି। ଗିରଫ ଯୁବକର ନାମ ଟୁନା ମହାପାତ୍ର। ପୁଲିସ ଟୁନା ନିକଟରୁ ହଜାର ଟଙ୍କା ଓ ଏକ ୟାମାହା ପେଞ୍ଜର ମୋଟରର ସାଇକେଲ ଜବତ କରିଛି ଟୁନା ପେଣ୍ଠକଟା ସାନ୍ତନା ହୋଟେଲ ଗଳିରେ ବ୍ରାଉନସୁଗାର ବିକ୍ରୟ କରୁଥିବା ଅବକାରୀ ପୁଲିସ ବିଶେଷ ସୂତ୍ରରୁ ଖବରପାଇ ମୋବାଇଲ ଅବକାରୀ ସବ୍ଇନ୍ସିପେକ୍ଟର ସୂର୍ଯ୍ୟନାରାୟଣ ରଥ, ସଦର ସବ୍ ଇନ୍ସିପେକ୍ଟର ରାଜଶେଖର ସ୍ୱାଇଁ, ମାନସ ମିଶ୍ର, ଗୀତାଞ୍ଜଳି ବେହେରା, ଲକ୍ଷ୍ମୀଧର ସାହୁ, ଅବିରାମ ପ୍ରଧାନ ଓ ଭିକ୍ଟୋରିଆ ଡୁନ୍ଡୁନ୍ ପ୍ରମୁଖ ଚଢ଼ାଉ କରି ଟୁନା ନିକଟରୁ ବ୍ରାଉନ ସୁଗାର ଜବତ କରିବା ସହ ତାକୁ ଗିରଫ କରିଥିଲେ। ଅବକାରୀ ପୁଲିସ ୨୧(ଖ) ଦଫା ଟୁନାକୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top