Home ଓଡ଼ିଶା ଲକ୍ଷ୍ମିପୁର ବିଧାୟକ ୮ ଦଫା ଦାବି ନେଇ ଆମରଣ ଅନଶନରେ ବସିଲେ

ଲକ୍ଷ୍ମିପୁର ବିଧାୟକ ୮ ଦଫା ଦାବି ନେଇ ଆମରଣ ଅନଶନରେ ବସିଲେ

107

କୋରାପୁଟ ; ତା୦୫-୦୯-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ଲକ୍ଷ୍ମିପୁର ନିର୍ବାଚନ ମଣ୍ଡଳୀର ୮ ୍ଦଫା ଦାବିନେଇ ବିଧାୟକ କୈଳାସ କୁଲେସିକା ଆଜିଠାରୁ ଆମରଣ ଅନଶନରେ ବସିଥିବା ଜଣାପଡିଛି। ସଂଧ୍ୟାରେ ଲକ୍ଷ୍ମିପୁରର ଡାକ୍ତରଖାନାର ଡାକ୍ତର ଆସି ବିଧାୟକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ବୋଲି ଜଣାପଡିଛି। ଲକ୍ଷ୍ମିପୁରକୁ ଉପଖଣ୍ଡ ଘୋଷଣା କରିବା ସହ ଉପ-ନିବନ୍ଧକ କାର୍ଯ୍ୟାଳୟ ପ୍ରତିଷ୍ଠା ଓ ଉପଖଣ୍ଡ ସ୍ତରୀୟ ହସ୍ପିଟାଲ ପ୍ରତିଷ୍ଠା କରିବା ଦାବିରେ ବିଧାୟକ ଶ୍ରୀ କୁଲେସିକା ଗତ ୩ ତାରିଖରେ ଆମ୍ବେଦକର ଛକ ନିକଟରେ ଧାରଣାରେ ବସିଥିଲେ। କିନ୍ତୁ ୨ ଦିନ ଧାରଣା ଦେଇଥିଲେ ହିଁ କୈାଣସି ସରକାରୀ ଅଧିକାରୀ ଦାବି ସଂପର୍କରେ ଆଲୋଚନା କରି ନ ଥିବାରୁ ସେ ବାଧ୍ୟ ହୋଇ ଆମରଣ ଅନଶନ ରେ ବସିଥିବା ସେ ସୂଚନା ଦେଇଥିଲେ। ପୂର୍ବତନ ବିଧାୟକ ନିମାଁଇ ସରକାର, ଜିଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ରୁପକ ତୁରୁକ, ବ୍ଲକ କଂଗ୍ରେସ କମିଟି ସଭାପତି କୈଳାଶ ଖୋସ୍ଲା ପ୍ରମୁଖ ଧାରଣାରେ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.