ଲକ୍ଷ୍ମିପୁର ବିଧାୟକଙ୍କୁ ଗିରଫ ଦାବି କଲା ବିଜେପି

କୋରାପୁଟ ; ତା୧୪-୦୭-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ମୋବାଇଲ ଫୋନରେ ଜଣେ ବିଜେପି କାର୍ଯ୍ୟକର୍ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳିଦେବା ଓ ଧମକ ଦେବା ଅଭିଯୋଗରେ ଲକ୍ଷ୍ମିପୁର ବିଧାୟକ କୈଳାଶ ଚନ୍ଦ୍ର କୁଲେଶିକାଙ୍କୁ ଗିରଫ କରିବାକୁ ଦାବି କରିଛି କୋରାପୁଟ ଜିଲା ଭାରତୀୟ ଜନତା ପାର୍ଟି। ଜିଲା ସଭାପତି ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଏସପି ଡା.କେ.ଭି.ସିଂହଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୯ତାରିଖରେ ଜଣେ ବ୍ୟକ୍ତି ନିଜକୁ ଲକ୍ଷ୍ମୀପୁର ବିଧାୟକ କୈଳାଶ କୁଲେଶିକା ବୋଲି ପରିଚୟ ଦେଇ ମୋବାଇନ ଫୋନରେ ଭାରତୀୟ ଜନତା ପାର୍ଟି ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ରାୟଗଡା ଜିଲା ଟିକିରି ଥାନା ମୁଣ୍ଡାଗାଁର ନିଳାଦ୍ରୀ ବିହାରୀ ପାତ୍ରଙ୍କୁ ବିଭିନ୍ନ ଅଶ୍ଲୀଳ ଭାଷାରେ ଗାଳିଦେଇ ଧମକ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଅଶୋଭନୀୟ ଟିପ୍ପଣୀମାନ ଦେଇଥିଲେ। ବିଧାୟକଙ୍କ ବିରୁଦ୍ଧରେ ଯୁବ ମୋର୍ଚ୍ଚା ସମ୍ପାଦକ ଟିକିରି ଥାନାରେ ଏକ ମାମଲା ଦାୟର କରିଥିଲେ ମଧ୍ୟ ପୋଲିସ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ କରି ବିଧାୟକ କୁଲେଶିକାଙ୍କ ବିରୁଦ୍ଧରେ ତୂରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦିଆ ଯାଇଛି। ଶ୍ରୀ ମାଶ୍ରଙ୍କ ସମେତ ଭାଜପା ନେତା ସଂଜୀବ କୁମାର, ଅଶ୍ୱିନୀ ପଟ୍ଟନାୟକ, ସନ୍ତୋଷ ଦାସ, ବିଜୁ ଦଳେଇ, ରାଜୁ ନାୟକ, ଘନଶ୍ୟାମ ଟାକ୍ରି, ଶେଖର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *