ରୟାଲ ଆବାସିକ ମହାବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର

ଭଦ୍ରକ, ୫ା୯ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଭଦ୍ରକର ରୟାଲ ଆବାସିକ ମହାବିଦ୍ୟାଳୟ ପକ୍ଷରୁ ପ୍ରଥମ ବର୍ଷ +୩ ଛାତ୍ରଛାତ୍ରୀଙ୍କୁ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆଜି ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏଥି ଉପଲକ୍ଷେ ଆଖଣ୍ଡଳମଣି ଛକସ୍ଥିତ ରୟାଲ କଲେଜର ପୁରାତନ ଶିକ୍ଷାୟତନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ ନାୟକ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିବାବେଳେ ସମୁଦାୟ ୪୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିରରେ ରୟାଲ ଆବାସିକ ମହାବିଦ୍ୟାଳୟର ସଭାପତି ନାରାୟଣ ଚନ୍ଦ୍ର ପଣ୍ଡା, ଚେୟାରମ୍ୟାନ୍ ପ୍ରଦୀପ କୁମାର ପଣ୍ଡା, ସଂପାଦକ ରଂଜିତ କୁମାର ନାୟକ, +୩ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜିତ୍ ରଥ, +୨ ନୃସିଂହନାଥ ମହାବିଦ୍ୟାଳୟର ଅଧ୍ୟକ୍ଷ ପାର୍ଥସାରଥୀ ଜେନା, ରୟାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିମ୍ବାଧର ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *