ରୋଷେୟାଙ୍କୁ ଅଶ୍ଲିଳ ଇଙ୍ଗିତ ଘଟଣା-ଜିଲା ବିଶ୍ୱାବସୁ ଶବର ସମାଜର ବୈଠକ, ପ୍ରଧାନ ଶିକ୍ଷକଙ୍କୁ ଗିରଫ ଦାବି କଲା ସମାଜ

ଖଡିଆଳ/ନୂଆପଡା-୦୭.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)- ନୂଆପଡା ଜିଲା ଖଡିଆଳ ବ୍ଲକ ଗଡ୍ରାମୁଣ୍ଡା ସ୍ଥିତ ଆଦିବାସୀ ଭବନ ଠାରେ ନୁଆପଡା ଜିଲା ବିଶ୍ୱାବସୁ ୮୦ ଘର ଶବର ସମାଜ ପକ୍ଷରୁ ଏକ ଜରୁରୀ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସମାଜର ଖଡିଆଳ ସଭାପତି ବାଳକୃଷ୍ଣ ଶବର ସଭାପତିତ୍ୱ କରିଥିବା ବେଲେ ମୁଖ୍ୟ ଅତିଥି ଭାବରେ ଜିଲା ସଭାପତି ବିହାରୀଲାଲ ବିଶ୍ୱାଲ, ସମ୍ମାନୀତ ଅତିଥି ଭାବରେ ଜିଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂମାଝୀ, ରୋକାଲ କେନ୍ଦ୍ରର ସଭାପତି ବିଶିକେଶନ ବିଶ୍ୱାଲ, ଛନିଆ କେନ୍ଦ୍ର ସଭାପତି ଉଦୟନାଥ ଷଣ୍ଢ, ବରଗାଁ ସମ୍ପାଦକ ବସନ୍ତ ଶବର, ଖଡିଆଳ ବ୍ଲକ ସମ୍ପାଦକ ବିଦୁର ଶବର, ଶବର ସମାଜ ଜିଲା ସମ୍ପାଦକ ଫୁଲେଶ୍ୱର ଶବର, ଜିଲା ପରିଷଦ ସଦସ୍ୟା ରୁପେଲୀ ଶବର ଏବଂ ସମିତି ସଦସ୍ୟ ସୁକମନୀ ଶବର ପ୍ରମୁଖ ମଞ୍ଚାସିନ ଥିଲେ। ଗତ ଦିନରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନୁଆପଡାରେ କୋମନା ବ୍ଲକ କଟାପାଲି ଗ୍ରାମର ଜଣେ ମହିଲା ରୋଷେୟା ଭାବରେ ଦିର୍ଘ ୫ ବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେ। ହେଲେ ଗତ ୨୬.୧୧.୧୭ ତାରିଖ ଦିନ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସେକ ଅବଦୁଲ କୁରୁୱାନ ଅଶ୍ଲିଳ ଇଙ୍ଗୀତ କରି ବଲାତ୍କାର ଉଦ୍ୟମ କରିଥିଲେ। ଏପରିକି ଶାରୀରିକ ସମ୍ପର୍କ ରଖିବା ପାଇଁ ଉକ୍ତ ମହିଲାଙ୍କୁ ଜୋର ଜବରଦସ୍ତ କରିଥିଲେ। ନହେଲେ ତାଙ୍କୁ ରୋଷେୟା ପଦବୀରୁ ବାହାର କରିଦେବା ପାଇଁ ମଧ୍ୟ ଧମକ ଦେଇଥିଲେ। ଏସବୁ ବିଷୟକୁ ନେଇ ଉକ୍ତ ମହିଲା ରୋଷେୟା ନୁଆପଡା ଥାନାରେ ଏକ କେଶ ରୁଜୁ କରିଛନ୍ତି। କିନ୍ତୁ ମାମଲା ରୁଜୁ ସତ୍ୱେ ପୋଲିସ କିମ୍ବା ଜିଲା ଶିକ୍ଷା ବିଭାଗ ଅଭିଯୁକ୍ତଙ୍କୁ ଗିରଫ କିମ୍ବା ତଦନ୍ତ କରିନଥିବାରୁ ସଂଘ କ୍ଷୋଭ ପ୍ରକାଶ କରି ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଥିଲା। ଏହାର କୌଣସି ପଦକ୍ଷେପ ନନେଲେ ଆସନ୍ତା ଦିନରେ ଆଦିବାସୀ ସଂଘ ପକ୍ଷରୁ ନୁଆପଡା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *