ରୋଷେଇ ଓ କଳଘରୁ ୧୯ଟି ନାଗସାପ ଉଦ୍ଧାର

ଯାଜପୁର-୨୯/୬(ଓଡିଆ ପୁଅ/ଏ.ରାଉତ) – ଶୁକ୍ରବାର ଦିନ ରୋଷେଇ ଓ କଳଘରୁ ନାଗୁଣୀ ସହ ୧୯ ଗୋଟି ନାଗଛୁଆ ଉଦ୍ଧାର କରାଯାଇଛି। ଯାଜପୁର ବ୍ଲକ୍ ବେରୁଦା ପଞ୍ଚାୟତ ଈଶ୍ୱରପୁର ଗ୍ରାମର ନାରାୟଣ ଚନ୍ଦ୍ର ପହୀଙ୍କ ରୋଷେଇ ଓ କଳଘରୁ ନାଗୁଣୀ ସହ ୧୯ ଗୋଟି ନାଗଛୁଆ ଶୁକ୍ରବାର ଦିନ ଉଦ୍ଧାର କରାଯାଇଛି। ଗୁରୁବାର ଦିନ ରୋଷେଇଘରେ ନାଗୁଣୀ ବୁଲୁଥିବାର ଦେଖି ପରିବାରବର୍ଗ ଭୟଭୀତ ହୋଇଯାଇଥିଲେ। ଶୁକ୍ରବାର ଦିନ ଯାଜପୁର ରୋଡ଼ ସ୍ନେକ୍ ହେଲପ୍ଲାଇନ୍କୁ ଖବର ଦେଇଥିଲେ। ଖବରପାଇ ଯାଜପୁର ରୋଡ଼ର ସ୍ନେକ୍ ହେଲପ୍ଲାଇନ୍ର ଦୁଇଜଣ ଘଟଣାସ୍ଥଳରେ ପହଞ୍ଚି ରୋଷେଇ ଓ କଳଘରୁ ନାଗୁଣୀ ସହ ୧୯ ଗୋଟି ନାଗଛୁଆ ଉଦ୍ଧାର କରି ନେଇଯାଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲାରେ ବିଭିନ୍ନ ସ୍ଥାନରେ ଗତ କିଛିଦିନ ତଳେ କ୍ରମାଗତଭାବେ ନାଗନାଗୁଣୀ ଓ ନାଗଛୁଆ ଉଦ୍ଧାର କରାଯିବା ଘଟଣା ଲୋକଙ୍କ ମନରୁ ଲିଭିନଥିବାବେଳେ ଯାଜପୁର ବ୍ଲକ୍ ବେରୁଦା ପଞ୍ଚାୟତ ଈଶ୍ୱରପୁର ଗ୍ରାମରୁ ନାଗନାଗୁଣୀ ଉଦ୍ଧାର ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *